ଗଞ୍ଜେଇ ଚାଲାଣ ବେଳେ ପୋଲିସର ଆକ୍ସନ: ୧୦୪ କିଲୋ ସବୁଜ ଜହର ଜବତ, ୨ ଗିରଫ
ବାଲିଗୁଡ଼ା ୨୧।୦୭: କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବୋଲେରୋ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଖବର ଅନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଟିମ ପେଟ୍ରୋଲିଂ ବେଳେ ଏକ ବୋଲେରୋରେ ବାହାର ଜ଼ିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ । ସବଇନିସପେକ୍ଟର ଆଶୁତୋଷ […]