ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗୋଟିଏ ଦୁଇଟି ମ୍ୟାଚ୍ ଖେଳିଥିବା ଖେଳାଳି ବିରାଟଙ୍କୁ ଟାର୍ଗେଟ କରୁଛନ୍ତି- ଆକମଲ

ନୂଆଦିଲ୍ଲୀ ୨୧/୦୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟରୁ ଆଗଭଳି ଆଉ ବଡ ସ୍କୋର ବାହାରୁନି । ସହଜରେ ଆଉଟ ମଧ୍ୟ ହୋଇଯାଉଛନ୍ତି ରନ୍ ମେସିନ୍ । ଏଥିପାଇଁ ତାଙ୍କୁ ଅନେକ ବରିଷ୍ଠ ଖେଳାଳି ସମାଲୋଚନା କରୁଛନ୍ତି । ତେବେ ବିରାଟଙ୍କ ପାଇଁ ବାହାରିଛନ୍ତି ପାକିସ୍ତାନୀ କ୍ରିକେଟର କମରାନ ଆକମଲ୍ । ଆକମଲ କହିଛନ୍ତି ଯେ, ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳିଥିବା […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

କଳିଙ୍ଗ ଷ୍ଟାଡିୟମରେ ସାଫ୍ ଚାମ୍ପିଅନସିପ୍ : ଅଂଶ ଗ୍ରହଣ କରିବେ ୫ ଦଳ

ଭୁବନେଶ୍ୱର ୨୧/୦୭: ପୁରୁଷ ୨୦ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ଫୁଟବଲ୍‌ ଫେଡେରେସନ୍‌ (ସାଫ୍‌) ଚାମ୍ପିଅନସିପ୍‌ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏ ବିଷୟରେ ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି । ଏହି ଚାମ୍ପିଅନସିପ୍‌ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ । ପୂର୍ବରୁ ଭୁବନେଶ୍ୱର ଭେନ୍ୟୁ ତାଲିକାରେ ନଥିଲା । ଶେଷ ମୁହୂର୍ତ୍ତରେ କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବେ […]

ଅପରାଧ ରାଜ୍ୟ

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା, ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ

ଭୁବନେଶ୍ୱର ୨୧।୦୭: ଭୁବନେଶ୍ବର ହୋଟେଲ ନିମନ୍ତ୍ରଣ’ରେ ଘୋଟାଲା । ବନ୍ଧାହେଲେ OTDC ମ୍ୟାନେଜର ଓ ଠିକା କର୍ମଚାରୀ । ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ ଗିରଫ ହୋଇଛନ୍ତି । ଖବର ଅନୁଯାୟୀ, ଗତ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଦୁଇ କର୍ମଚାରୀ । ଅଡିଟ ବେଳେ ଏଭଳି ତଥ୍ୟ ଜଣାପଡିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୫୬୬ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୧/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ଦେଶ ବିଦେଶ

ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଯୁବକଙ୍କୁ ଆକ୍ରମଣ, ୨ ଗିରଫ

ନୂଆଦିଲ୍ଲୀ ୨୧/୦୭: ରାଜସ୍ଥାନ ପରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ମଧ୍ୟପ୍ରଦେଶରେ ହିଂସାକାଣ୍ଡ ଘଟିଛି । ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଯୋଗୁଁ ଜଣେ ଯୁବକ କିଛି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ବୁଧବାର ରାତିରେ ମଧ୍ୟପ୍ରଦେଶର ଅଗର ମାଲଓ୍ବା ଜିଲ୍ଲାରରେ ଏଭଳି ଘଟଣା ଘଟିଛି । ଆୟୁଷ ଯାଦମ ନାମକ ୨୫ ବର୍ଷୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ […]

ମନୋରଞ୍ଜନ ରାଜ୍ୟ

ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ‘ବୋଉର ହାତବାକ୍ସ’, ରିଲିଜ ହେଲା ଅଡିଓ

ଭୁବନେଶ୍ବର ୨୧।୭: ଓଡିଆ ସିନେମା ‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ମନଛୁଆଁ ଗୀତ ଲେଖିଛନ୍ତି ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ । ଯୁବ ସଂଗୀତଜ୍ଞ କ୍ଷୀତିପ୍ରକାଶ ମହାପାତ୍ର ଅତି ସୁନ୍ଦର ଭାବେ ସଂଗୀତକୁ ସଜାଇଛନ୍ତି । କାହାଣୀର ଆବେଗ ଓ ଆବଶ୍ୟକତାକୁ ନଜରରେ ରଖି ପ୍ରତିଷ୍ଠିତ ଗୀତିକାର ଦେବଦାସ ଛୋଟରାୟ କଲମ ଚାଳନା କରିଛନ୍ତି । କ୍ଲାସିକାଲ […]

ଅପରାଧ ରାଜ୍ୟ

ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ

ଭଦ୍ରକ ୨୧।୭: ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହଜାରେ ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୯୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୧।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୩୧୯୧କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ସେଦିନ ଦେଇନଥିଲେ ଦିଆସିଲ, ଏବେ ଦୋକାନକୁ ଆସି କଲେ ଗଣ୍ଡଗୋଳ, ବିରୋଧ କରିବାରୁ ଛୁରାମାଡ଼

ମାର୍ଶାଘାଇ ୨୧।୦୭ : ସିଗାରେଟ୍‌ ଟାଣିବା ପାଇଁ ମାଗିଥିଲେ ଦିଆସିଲ୍‌, ନଦେବାରୁ ଦୋକାନ ମାଲିକଙ୍କୁ ଛୁରାମାଡ଼ । ଏଥିରେ କୁଅଁରପାଳ ଗାଁର ଚିଣ୍ଟୁ ଦାସ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଡ଼ପାଳ ଗୋଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ମାର୍ଶାଘାଇ ଥାନା ବଡ଼ପାଳ ଗୋଡା ବାଇପାସ୍‌ରେ ଥିବା ମା ମମତା ସୁଇଟ୍ ଷ୍ଟଲରେ ତିନି ଦିନ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

ଭୁବନେଶ୍ୱର ୨୧।୦୭ : ଆଉ ଏକ ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । […]