ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁରୁବାରଠୁ ବିଧାନସଭା ଶୀତ ଅଧିବେଶନ, ଆଗତ ହେବ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର ୨୪/୧୧: ଗୁରୁବାରଠାରୁ ବିଧାନସଭା ଶୀତ ଅଧିବେଶନ । ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ । ୩୦ ଓ ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ । ଏହି ଅଧିବେଶନରେ କୋଭିଡ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ ଲାଗି’ ବେଶ, ଶୀତବସ୍ତ୍ର ପିନ୍ଧିବେ ଚତୁର୍ଦ୍ଧାମୁରତୀ

ପୁରୀ ୨୪/୧୧: ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ । ପ୍ରଚଣ୍ଡ ଥଣ୍ଡାରୁ ବର୍ତ୍ତିବାକୁ ଶ୍ରୀବିଗ୍ରହ ଶୀତବସ୍ତ୍ର ପରିଧାନ କରନ୍ତି । ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ ପାଳନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପଖଣ୍ଡ ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ ଟିଟିଲାଗଡ ଓ ସଇଁତଳା ବନ୍ଦ

ଟିଟିଲାଗଡ ୨୪/୧୧: ଟିଟିଲାଗଡ ଓ ସଇଁତଳା ୧୨ ଘଣ୍ଟିଆ ବନ୍ଦ । ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ । ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ବନ୍ଦ ପ୍ରଭାବରେ ଦୋକାନ ବଜାର, ଅଫିସ ଓ ଗାଡି ଚଳାଚଳ ବନ୍ଦ । ଜରୁରୀକାଳୀନ ସେବା ଜାରି । ସଇଁନ୍ତଳାକୁ ସବଡିଭିଜନ ଓ ସଇଁତଳା ବିଧାନସଭାର ପୁନଃ ଗଠନ […]

ଅପରାଧ ରାଜ୍ୟ

ଭଷାଣୀ ବେଳେ ଅଘଟଣ : ବାଣ ଫୁଟି ୪୦ ଆହତ, ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ଚିକିତ୍ସା ଜାରି

କଟକ ୨୪।୧୧: କେନ୍ଦ୍ରାପଡା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭଷାଣୀ ସମୟରେ ଅଘଟଣ। ବାଣ ଫୁଟି ୪୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି । ପ୍ରଥମେ ସମସ୍ତଙ୍କୁ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି। ସେପଟେ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ […]

ଦେଶ ବିଦେଶ ରାଜନୀତି

ନିର୍ବାଚନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ; ଗୁଜରାଟରେ ୧୨ବାଗୀଙ୍କୁ ବିଦା କଲା ବିଜେପି

ରାଜକୋଟ୍୨୩/୧୧: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି । ଦଳରୁ ବିଦା ହେଲେ ଆଉ ୧୨ଜଣ ନେତା । ଦଳ ବିରୋଧୀ କାର୍ଯ୍ୟ ପାଇଁ ବାଗୀ ନେତାଙ୍କୁ ବିଜେପି ବହିଷ୍କାର କରିଛି । ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା । ନିର୍ବାଚନ ଆଉ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ପାଲମ୍ ଅଞ୍ଚଳରେ ଚାଞ୍ଚଲ୍ୟ, ପରିବାରର ୪ଜଣଙ୍କୁ ହତ୍ୟା କଲା ପୁଅ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଜଘନ୍ୟ, ବୀଭତ୍ସ ଓ ଦୃଦୟବିଦାରକ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପରିବାର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି । ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ, ମହାରାଷ୍ଟ୍ରରେ ବି ମୃଦୁ ଭୂକମ୍ପ

ନୂଆଦିଲ୍ଲୀ: ତୁର୍କିରେ ଶକ୍ତିଶାଳୀ ଭୂମିକମ୍ପ । ଉତ୍ତର ତୁର୍କିର ଅଙ୍କରା ଓ ଅଷ୍ଟାଣ୍ଟବୁଲ୍ ଅଞ୍ଚଳରେ ଝଟକା ଲଗିଛି । ବୁଧବାର ଭୋରରୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀୟ ହୋଇଛନ୍ତି ଲୋକେ । ୟୁରୋପିଆନ୍ ସିସ୍‌ମୋଲୋଜି ସେଣ୍ଟରର ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଉତ୍ତର-ପଶ୍ଚିମ ଡର୍ଜ ଠାରୁ ୯ମାଇଲ୍ ଓ ଆଡ୍‌ପାଜନ ଠାରୁ ୩୨ ମାଇଲ୍ ଦୂରରେ ରହିଛି । ସେହିପରି ଏହାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କନକ ନ୍ୟୁଜ୍‌‌ରେ ଯାଁଳା ଭାଇଙ୍କ କାହାଣୀ: ‘ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତୁ ନାହିଁ’

ଭୁବନେଶ୍ବର: ପରିବାରଠାରୁ ବଡ଼ ସମ୍ବଳ ଆଉ କିଛି ନାହିଁ। କିନ୍ତୁ ଏଇ ସମ୍ବଳକୁ ଆଜି ଆମେ ହରେଇ ଦେଉଛେ। ଯୌଥ ପରିବାର ନାହିଁ କହିଲେ ଚଳେ। ପରିବାର ଭାଗଭାଗ ହୋଇ କେତେ ଛୋଟ ହୋଇ ପାରିବ, ସେଥିପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ସମୟରେ ଭାଇ-ଭାଇ ଭିତରେ ପଡ଼ୁନାହିଁ। ସାମାନ୍ୟ କଥାକୁ ନେଇ ପରିବାର ଭିତରେ ମତାନ୍ତର ସୃଷ୍ଟି ହେଉଛି। ଏହା ସମାଜିକ ବ୍ୟବସ୍ଥା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ତେଣୁ ପରିବାରକୁ ବିଭାଜନ ହେବାକୁ ଦିଅନ୍ତୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାଷା ପାଇଁ ଆନ୍ଧ୍ର-ଓଡ଼ିଶା ଚୁକ୍ତି

ବ୍ରହ୍ମପୁର/ଗୋପାଳପୁର: ତେଲୁଗୁ ଭାଷାର ପ୍ରଚାରପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେବ ତେଲୁଗୁ ଚେୟାର। ଏଥିରେ ଜଣେ ପ୍ରାଧ୍ୟାପକଙ୍କ ସମେତ ଜଣେ ରିସର୍ଚ୍ଚ ଅଫିସର ଏବଂ ଜଣେ ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତ ହେବେ। ଏଠାରେ ତେଲୁଗୁ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ହେବ। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ସ୍ଥିତ ଡା. ବି.ଆର୍‌.ଆମ୍ବେଦକର୍‌ ବିଶ୍ବବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ବାରା ଏକ ଓଡ଼ିଆ ଚେୟାର୍‌ ସ୍ଥାପନ ହେବ। ସେଠାରେ ଓଡ଼ିଆ ଭାଷା, […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ : ଥରିଲା ଘର କବାଟ, ବାହାରକୁ ଆସିଗଲେ ଲୋକେ

ଯାଜପୁର ୨୩।୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ । ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଧ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହା ୧୦ ମିନିଟ୍‌ […]