ଢୋଲ ଭିତରେ ମୂଷା! ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ କରି ବୋର୍ଡ କର୍ମଚାରୀ ଗିରଫ
କଟକ: ଢୋଲ ଭିତରେ ମୂଷା! ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ କର୍ମଚାରୀ ହେଉଛନ୍ତି ଜମାଦାର ଭ୍ରମରବର ନାଏକ। ଓଏସ୍ଏସ୍ଟିଇଟି(ଓଡିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା ନେଇ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଆଠଗଡ଼ସ୍ଥିତ ତାଙ୍କ ଘରୁ ପୁଲିସ ଜାଲ୍ ସାର୍ଟିଫିକେଟ ଏବଂ ବୋର୍ଡ ସମ୍ପାଦକଙ୍କ ଜାଲ୍ ଦସ୍ତଖତ ଓ ସିଲ୍ ଇତ୍ୟାଦି ମଧ୍ୟ ଜବତ କରିଛି। […]









