ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ଆରମ୍ଭ: ବୈଷୟିକ କମିଟି ସହ ନାଟମଣ୍ଡପ ଫାଟ ଅନୁଧ୍ୟାନ କଲେ ଗଜପତି
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍ରେ ଥିବା ଫାଟ ଓ ଅନ୍ୟାନ୍ୟ ମରାମତି କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟିର ପରାମର୍ଶକ୍ରମେ ଏହି ମରାମତି କରାଯାଉଛି। ଫେବ୍ରୁଆରି ସୁଦ୍ଧା ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ଫାଟ ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଛନ୍ତି। ପରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସହ ମରାମତି […]









