ଅର୍ଚ୍ଚନା ନାଗ ମାମଲା: ଦ୍ବିତୀୟ ଥର ଲାଗି ଇଡିରେ ହାଜର ହେଲେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ
ଭୁବନେଶ୍ବର: ଦ୍ବିତୀୟ ଥର ଲାଗି ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ସେ ହାଜର ହୋଇଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମ ଥର ଇଡି ୧୨ ଘଣ୍ଟା ଧରି ଜେରା କରିଥିଲା। ପ୍ରମୋଦ ସ୍ୱାଇଁ ‘ତୁ ମୋ ଆଖିର ତାରା’ ଭଳି ଓଡ଼ିଆ ସିନେମାର ପ୍ରଯୋଜନା କରିଥିଲେ। ସୂଚନାଯୋଗ୍ୟ, ୨୦୧୬ ମସିହାରେ ପ୍ରମୋଦଙ୍କ ଘରେ ରହୁଥିଲେ ଅର୍ଚ୍ଚନା। ଠିକ୍ ସେହିପରି ୨୦୧୮ରେ ପ୍ରମୋଦଙ୍କ ଘରେ ଶ୍ରଦ୍ଧାଞ୍ଜଳି […]









