ଗଳିତ ଦନ୍ତା ହାତୀର ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା ବନ ବିଭାଗ
ଭଞ୍ଜନଗର ୧୫।୭: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତାଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । […]