ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୩ ଗିରଫ
ଆନନ୍ଦପୁର ୧୪।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅନ୍ତର୍ଗତ ବାଙ୍ଗର ଗାଁ ଓ ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ୩ ଜଣକୁ ଗିରଫ କରାଯାଇଛି । ଏହି ଦୁଇଟି ଗାଁରେ ବିପୁଳ ପରିମାଣର ମଦ କାରବାର ହେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଅଚାନକ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବାଙ୍ଗର ଗାଁର ଜଗନ୍ନାଥ […]