ଅପରାଧ ରାଜ୍ୟ

ଆତ୍ମହତ୍ୟା ଉଦ୍ୟମକୁ ନେଇ ହାଇ-ଭୋଲଟେଜ୍ ଡ୍ରାମା, ଆମ୍ବ ଗଛର ୭୦ଫୁଟ ଉଚ୍ଚରୁ ନାବାଳିକାଙ୍କୁ ଉଦ୍ଧାର କଲେ ଯୁବକ

ନବରଙ୍ଗପୁର ୨୯।୭: ୭୦ ଫୁଟ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଦେବଦୂତ ସାଜି ଜୀବନ ରକ୍ଷା କଲେ ଯୁବକ। ଅଗ୍ନିଶମ ବିଭାଗ ଓ ପୋଲିସର ସହାୟତାରେ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ଏକ ଘଣ୍ଟା କାଳ ଧରି ଚାଲିଥିଲା ଏହି ହାଇ ଭୋଲଟେଜ୍ ଡ୍ରାମା। ଘର ଲୋକଙ୍କ ସାମାନ୍ୟ କଥାକୁ ନେଇ ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ଗାଁ ନିକଟ ଏକ ଆମ୍ବ ଗଛରେ ଚଢ଼ି ଯାଇଥିଲେ […]

ଖେଳ ଦେଶ ବିଦେଶ

କାମ ଦେଲାନି ବାବରଙ୍କ ବ୍ୟାଟିଂ : ୨୪୬ ରନରେ ଦ୍ୱିତୀୟ ଟେଷ୍ଟ୍ ଜିତିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ ୨୯/୦୭: ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶର ଲୋକେ ଖାଦ୍ୟ ଓ ପେଟ୍ରୋଲ ପାଇଁ ସଙ୍ଘର୍ଷ କରୁଛନ୍ତି । ଏହାମଧ୍ୟରେ ଅଷ୍ଟ୍ରେଲିଆ ଓ ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ଶ୍ରୀଲଙ୍କା ଗସ୍ତ କରିଛି । ପାକିସ୍ତାନ ସହ ଏବେ ମୁକାବିଲା ଖେଳୁଛି ସିଂହଳୀ ଦେଶ । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିବା ଶ୍ରୀଲଙ୍କା ଏବେ ପାକିସ୍ତାନକୁ ସିରିଜର ଦ୍ୱିତୀୟ ମ୍ୟାଚରେ ୨୪୬ ରନରେ ପରାସ୍ତ କରିଛି । ଏହା ପାକିସ୍ତାନ […]

ଦେଶ ବିଦେଶ ମନୋରଞ୍ଜନ

ବୋଲ୍ଡନେସ୍‌ର ସବୁ ସୀମା ପାର୍‌ କଲେ ଉର୍ଫି, ପିନ୍ଧିଲେ ଏମିତି ଆଉଟ୍‌ଫିଟ୍‌

ମୁମ୍ବାଇ ୨୯।୦୭: ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ପ୍ରଶଂସକ ବହୁତ । ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ଏକ ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ବର୍ତ୍ତମାନ ତାଙ୍କର […]

ଖେଳ ଦେଶ ବିଦେଶ

ଇଣ୍ଡିଆ-ଇଣ୍ଡିଜ ପ୍ରଥମ ଟି୨୦ : ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରୋହିତ ସେନା

ଟରୌବା,୨୯/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଷ୍ଟାର୍‌ ବ୍ୟାଟର ବିରାଟ କୋହଲି, ପେସ୍‌ ବୋଲର ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । କୋହଲି ଓ ବୁମରାଙ୍କୁ ସମ୍ପୂର୍ଣ୍ଣ ୱେଷ୍ଟ ଇଣ୍ଡିଜ୍‌ ଗସ୍ତରୁ ବାଦ ଦିଆଯାଇଛି […]

ଦେଶ ବିଦେଶ ମନୋରଞ୍ଜନ

ବିବାଦରୁ ତିନି ବିବାହ ଯାଏଁ, ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ ସଞ୍ଜୟ ଦତ୍ତଙ୍କ ଲାଇଫ୍‌

ମୁମ୍ଵାଇ ୨୯।୦୭: ବଲିଉଡର ମୁନ୍ନା ଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ ଆଜି ୬୩ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ବଲିଉଡର ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି ତେବେ ତାଙ୍କ ଜୀବନ କାହାଣୀ ବେଶ୍ ଘଟଣାବହୁଳ ଓ ଆଶ୍ଚର୍ଯ୍ୟଜନକ । ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ବେପରୱା ଜୀବନଶୈଳୀ, ନିଶା ଠାରୁ ଆରମ୍ଭ କରି ଜେଲର କଳା କଠୋରୀ, ପ୍ରେମ ବିଚ୍ଛେଦ । ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ଏକ […]

ଖେଳ ଦେଶ ବିଦେଶ

‘କୋହଲିଙ୍କ ଉପରେ ଚାପ ପକାଇବା ଠିକ୍ ନୁହେଁ’ : ଜିମ୍ବାଓ୍ୱେ ଗସ୍ତକୁ ନେଇ ପୂର୍ବ ଚୟନକର୍ତ୍ତାଙ୍କ ବଡ ବୟାନ

ନୂଆଦିଲ୍ଲୀ ୨୯/୦୭: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଏବେ ଫର୍ମରେ ନାହାଁନ୍ତି । ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ହଜାରେ ଦିନ ବିତି ଯାଇଥିଲେ ବି ସେ ଅନ୍ତର୍ଜାତୀୟ ଫର୍ମାଟରେ ଗୋଟିଏ ହେଲେ ଶତକ ଲଗାଇ ନାହାଁନ୍ତି । ତେବେ ତାଙ୍କୁ ଦଳର ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ବିଶ୍ରାମ ମଧ୍ୟ ଦିଆଯାଇଛି । ଏବେ ବିରାଟ କୋହଲିଙ୍କୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କିଛି ଜଣ ମତ ଦେଉଛନ୍ତି ଯେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଇଞ୍ଜେକସନ୍‌ ନେଇ ରୋଗୀ ଅଧିକ ଅସୁସ୍ଥ, ଥରୁଛନ୍ତି ରୋଗୀ

ବ୍ରହ୍ମପୁର ୨୯।୦୭: ବ୍ରହ୍ମପୁର ବଡ଼ ମେଡିକାଲରେ ଅଭାବନୀୟ ଘଟଣା । ଇଞ୍ଜେକସନ୍‌ ଦେବା ପରେ ରୋଗୀମାନେ ଅସୁସ୍ଥ । ବ୍ରହ୍ମପୁର ବଡ଼ ମେଡିକାଲର ମେଡିସିନ୍‌ ଓ୍ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ କିଛି ରୋଗୀଙ୍କୁ ଇଞ୍ଜେକସନ୍‌ ଦିଆଯାଇଥିଲା । ତେବେ ଇଞ୍ଜେକସନ୍‌ ଦେବା ପରେ ରୋଗୀମାନେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଏପିରିକି କିଛି ରୋଗୀ ଥରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତତ୍ପର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ଭାବେ ଚାଲିଥିଲା ବାଲି ଚାଲାଣ, ଗ୍ରାମବାସୀଙ୍କ ଦ୍ବାରା ୮ଟି ହାଇଓ୍ବା ଜବତ

କରଞ୍ଜିଆ ୨୯।୭: ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନହେବାରୁ ଆକ୍ସନ ମୋଡ଼ରେ ଗ୍ରାମବାସୀ । ବେଆଇନ ବାଲି ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱା ଗାଡି ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଓଡିଶା ଓ ଝାଡଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଜବତ କରିଛନ୍ତି […]

ଅପରାଧ ରାଜ୍ୟ

ବଡ ଭାଇଙ୍କ ମୃତ୍ୟୁ ପରେ ବିଷ ପିଇ ଦେଇଥିଲେ ସାନ ଭାଇ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ପାଟଣାଗଡ଼ ୨୯।୭: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଲପଡା ବ୍ଲକ୍ ଅନ୍ତର୍ଗତ କୁମାରଖୋନ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡ ଭାଇର ମୃତ୍ୟୁ ପରେ ବିଷ ପିଇ ଦେଇଥିବା ସାନ ଭାଇର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର କୁମାରଖୋନ ଗାଁର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଦୀପକ । ତେବେ ଡ୍ୟାମରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣା : ବାପାଙ୍କ ପରେ ଏବେ ପୁଅର ବି ଚାଲିଗଲା ଜୀବନ

ବ୍ରହ୍ମପୁର ୨୯।୦୭ : ଗଞ୍ଜାମ ଜିଲ୍ଲା ଗୋପାଳପୁର ରାମଚନ୍ଦ୍ରପୁରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା । ବାପାଙ୍କ ପରେ ଏବେ ପୁଅଙ୍କର ବି ଚାଲିଗଲା ଜୀବନ । ମୃତକଙ୍କ ନାମ ଅଶୋକ ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ୨୨ ତାରିଖରେ ଘର ଭିତରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ଏଥିରେ ବାପା-ପୁଅ ଗୁରୁତର ହୋଇଥିଲା । ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୨୫ ତାରିଖ ଦିନ […]