ମଧ୍ୟାହ୍ନଭୋଜନ ଏମିତି; ୭ ଦିନରେ ଥାଳି ସଫେଇ, ପାଣିଟାଙ୍କିରେ ପୋକ
ଯାଜପୁରସଦର : ଯାଜପୁର ସହର ଉପକଣ୍ଠରେ ସରକାରୀ ସ୍କୁଲର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି। ପିଲାଙ୍କ ମଧ୍ୟାହ୍ନଭୋଜନ ଥାଳି ଧୁଆ ହେଉନଥିବା ବେଳେ ପାଣି ଟାଙ୍କିରେ ପୋକ ସାଲୁବାଲୁ ହେଉଛନ୍ତି। ପଣସା ପଞ୍ଚାୟତର ଲାଲବାଗ ନୋଡାଲ ଉପ୍ରା ବିଦ୍ୟାଳୟରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ସ୍କୁଲ ପରିବେଶ ସଫାସୁତରା ଥିଲେ ସୁଦ୍ଧା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଅବ୍ୟବସ୍ଥା ମଧ୍ୟକୁ ଚାଲିଯାଇଛି। ଏଠାରେ ୨୭୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବାବେଳେ ୪ ଜଣ ରୋଷେୟା ନିୟୋଜିତ ହୋଇଛନ୍ତି। […]