ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

‘ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି, ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ଗୀତ ଗାଇ ଜିଣିଲେ ମନ

ମୁମ୍ବାଇ ୧୫।୦୯ : ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ଏନେଇ ସୋନି ଟିଭି ପକ୍ଷରୁ ପ୍ରମୋ ଚାଲିବା ପରେ ବାଲେଶ୍ୱରବାସୀଙ୍କ ଭିତରେ ଆନନ୍ଦ ଖେଳିଯାଇଛି । ତେବେ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ […]

ଅପରାଧ ରାଜ୍ୟ

ଫାଣ୍ଡି ଆଗରେ ହଣାକଟା : ତିନି ଜଣ ଗୁରୁତର, ୩ଜଣ ଅଟକ

ସୋର ୧୫।୦୯: ଫାଣ୍ଡି ଆଗରେ ହଣାକଟା। ଜମିଜମା ବିବାଦକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଲା ଫାଣ୍ଡି ସମ୍ମୁଖ। ଗୋଷ୍ଠୀ ସଙ୍ଘର୍ଷରେ ୩ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ଅଛନ୍ତି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ ଫାଣ୍ଡି ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ବାହାନଗା ବ୍ଲକ ଆରୁହା ଅଞ୍ଚଳର ଇଶ୍ଵର ସାହୁ ଓ ତାଙ୍କର ଦାଦା ପୁଅ ଭାଇମାନଙ୍କ ସହ ଜମିଜମା ବିବାଦ ଲାଗିରହିଥିଲା । ଏହି ବାବଦରେ ଇଶ୍ଵର ସାଉଡ […]

ଅପରାଧ ରାଜ୍ୟ

ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡଙ୍କୁ ରାତିଅଧିଆ ଜେରା

ଭୁବନେଶ୍ୱର,୧୫/୦୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍‌ ଶ୍ୱେତାଙ୍କ ବାପା ଓ ଭାଇଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣାର ଦୀର୍ଘ ୨୦ ଦିନ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଙ୍କୁ ଧରିଛି । ପୂର୍ବରୁ ପୁଲିସ୍‌ ଥାନାରେ […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ, ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ

ଭୁବନେଶ୍ୱର ୧୫।୦୯: ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ । ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ୍ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ । ସିଲ୍ ବେଳେ ଫ୍ଲାଟ୍ ରେ ରହୁଥିବା ପରିବାରଙ୍କ ଆସବାପତ୍ର ସହ ତାଙ୍କୁ ବାହାର କରି ଲକ୍ କରିଦେଇଛି ବ୍ୟାଙ୍କ୍ । ଘଟଣାସ୍ଥଳରେ ସାମାନ୍ୟ […]

ଅପରାଧ ରାଜ୍ୟ

ଦାଦାବଟି ନ ଦେବାରୁ ଗୁଳିମାଡ଼ରେ ମହିଳାଙ୍କ ଜୀବନ ଗଲା, ଅଭିଯୁକ୍ତ ଫେରାର

କୋମନା: ଦାଦାଵଟି ନ ଦେଵାରୁ ଜଣେ ମହିଳାଙ୍କୁ ଗୁଳିକରି ହତ୍ଯା। ଗୁଳି ଚଳାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ଏଭଳି ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ। ସୂଚନା ଅନୁଯାୟୀ, କୋମନା ଥାନ ଠୁଟିଵର ଗାଁର ଶରତ ଚନ୍ଦ୍ର ସାହୁ (୬୫) ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଶଵର (୪୫) ଘରେ ଶୋଇଥିବା ବେଳେ ହଠାତ୍ କେହି ଜଣେ କବାଟ ବାଡ଼େଇଥିଲା। ସେମାନେ କବାଟ ଖୋଲିବାରୁ ଦେଖିଲେ ସେହି ଗ୍ରାମର ନୀଳାମ୍ବର ସୁନା […]

ଅପରାଧ ରାଜ୍ୟ

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ, ଗ୍ରାମରକ୍ଷୀଙ୍କ ପୁଅ ମାରିଛି ଗୁଳି

ନୂଆପଡ଼ା ୧୫।୦୯ : ନୂଆପଡ଼ା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଗ୍ରାମରକ୍ଷୀଙ୍କ ପୁଅର ଗୁଳିମାଡ଼ରେ ମହିଳା ମୃତ । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ୍ୟୁ ହୋଇଛି । ମୃତକ ଠୁଟିବର ଗାଁର କୁମୁଦିନୀ ଶବର ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଲାମ୍ବର ସୁନା ମାତାଲ ଅବସ୍ଥାରେ ଶରତ ସାହୁଙ୍କୁ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏହି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୧୦୮ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୪|୦୯: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୬ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପ୍ରେମ ମାନେନା ବୟସ, ୨୯ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ୫୬ ବୟସ୍କ ବ୍ୟକ୍ତି

ଲାହୋର ୧୪।୦୯: କଥାରେ ଅଛି.,. ପ୍ରେମ ଦେଖେ ନାହିଁ ବୟସ କି ଧର୍ମ । କେତେବେଳେ କାହାକୁ ଓ କେଉଁ ପରିସ୍ଥିତିରେ ପ୍ରେମ ହୁଏ । ନା କିଏ ଜାଣିପାରିବ, ନା କିଏ କହିପାରିବ । ପାକିସ୍ତାନରେ ଏକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହି କଥାଟି ଫିଟ୍ ହେଉଛି । ଜଣେ ୫୬ ବର୍ଷୀୟ ବ୍ୟକ୍ତି ନିଜ କମ୍ ବୟସର ମହିଳା (୨୯ ବର୍ଷ)ଙ୍କୁ ବିବାହ କରିଛନ୍ତି । ଏବେ ଉଭୟଙ୍କର ବର୍ତ୍ତମାନ ୩ ସନ୍ତାନ ଅଛି । […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ସ୍କୁଲ ଆଗରେ ବସିଲେ ଛାତ୍ରଛାତ୍ରୀ

କୋଣାର୍କ ୧୪।୦୯ : ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳିଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରାସ୍ତାରୋକ କରିଛନ୍ତି । ସ୍କୁଲ ଗେଟରେ ତାଲା ପକାଇବା ସହ ବନ୍ତୁଳିଗ୍ରାମ ଠାରେ ରାସ୍ତା ଉପରେ ବସିରହିଛନ୍ତି ଛାତ୍ରଛାତ୍ରୀ ।ଯାହାଫଳରେ ଗୋପ ବାଳଘାଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି l ଖବର ଅନୁଯାୟୀ, ଗୋପ ବ୍ଲକ ବନ୍ତୁଳିଗ୍ରାମ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି । ଏଠାରେ ମୋଟ ୪୦୭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୪।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୦୮୫୩କୁ ବୃଦ୍ଧି ପାଇଛି । […]