ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆସନ୍ତା ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲରେ ଏକାଦଶ ପାଠପଢା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ଉଚ୍ଚ ବିଦ୍ୟାଳୟ ରେ ଏକାଦଶ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏ ନେଇ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସ୍ୱତନ୍ତ୍ର ଶିକ୍ଷକ ଏକାଦଶ ଶ୍ରେଣୀ ପାଇଁ ନିଯୁକ୍ତ ହେବେ।

ଅପରାଧ ରାଜ୍ୟ

ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ

ବ୍ରହ୍ମପୁର ୨୬/୦୯: ବ୍ରହ୍ମପୁରରେ ବଢିବାରେ ଲାଗିଛି ଧଳାଜହର କାରବାର । ରେଶମ ସହରରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର । ଏହି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ମହିଳାଙ୍କ ପରିଚୟ ହେଉଛି ସୁକାନ୍ତି ବେହେରା । ଗେଟବଜାର ଅଞ୍ଚଳରେ ଘର ବୋଲି ଜଣାପଡ଼ିଛି । ସିଟି ମେଡିକାଲ ନିକଟରେ ବ୍ରାଉନ୍ ସୁଗାର ଜଣେ ଗ୍ରାହକଙ୍କୁ ବିକ୍ରି କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ଧରିଲା । ଘଟଣା ସ୍ଥଳରୁ ଗ୍ରାହକ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆକ୍ସନମୋଡ଼ରେ ପୋଲିସ, ଅପରାଧ ରୋକିବାକୁ ସହର ସାରା ଲାଗିଲା ସିସିଟିଭି

ସାନଖେମୁଣ୍ଡି ୨୬।୦୯ : ପାର୍ବଣ ଋତୁ ଆସିଲେ ଗାଁଠୁ ସହର ହୋଇପଡ଼େ ଚଳଚଞ୍ଚଳ। ଉତ୍ସବ ମୁଖର ହୋଇପଡ଼େ ପରିବେଶ। ଆଉ ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠନ୍ତି ଅପରାଧୀ। ତେବେ ଏହି ଅପରାଧୀଙ୍କୁ ଚେକ୍ ଦେବା ପାଇଁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ଗଳିକନ୍ଦିରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସହରର ପ୍ରମୁଖ ଜନଗହଳି ସ୍ଥାନ ଗୁଡ଼ିକରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ତେବେ ଗତ କିଛି ମାସ ଧରି ସହର ତଥା ସହରକୁ […]

ଅପରାଧ ରାଜ୍ୟ

ହାଇଓ୍ୱା ଧକ୍କାରେ ଦୁଇ ବାଇକ୍‌ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ

କୋରାପୁଟ ୨୬।୦୯: ହାଇଓ୍ୱା ଧକ୍କାରେ ଦୁଇ ମଟର ସାଇକେଲ୍‌ ଆରୋହୀ ମୃତ । କୋରାପୁଟ ଜିଲ୍ଲା କାକରିଗୁମ୍ମାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିନପାରିନାହିଁ । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ରାତିରେ କାକରିଗୁମ୍ମାରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ହାଇଓ୍ୱା ଧକ୍କାରେ ଦୁଇ ବାଇକ୍‌ ଆରୋହୀ ରାସ୍ତାରେ ପଡିଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ […]

ଅପରାଧ ରାଜ୍ୟ

ପୋଲିସ ବାବୁଙ୍କ ଦବଙ୍ଗଗିରି : ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି

କୋରାପୁଟ ୨୬।୦୯ : ଟ୍ରାଫିକ ପୋଲିସଙ୍କ ଦବଙ୍ଗଗିରି। ମାନୁ ନାହାନ୍ତି ଆଇନ୍ କାନୁନ୍। ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି। ଏନେଇ ବିରୋଧ କଲେ କରୁଛନ୍ତି ହଙ୍ଗାମା। ଏଭଳି କିଛି ମୋବାଇଲ ଭିଜୁଆଲ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ସୁନାବେଡ଼ା ସହର ମୁଖ୍ୟ ଜାତୀୟ ରାଜପଥରେ ଥିବା ଟ୍ରାଫିକ ଛକର ଚିତ୍ର। କୋରାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହା ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ। […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି

ସାଲେପୁର ୨୬/୦୯: ଗତକାଲି ବିଳମ୍ବିତ ରାତ୍ରରେ ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରୀ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହା ଏକ ମନ୍ଦିରରୁ ମୂର୍ତ୍ତି ଚୋରଙ୍କ ରାକେଟ ବୋଲି ଜଣାପଡୁଛି । ଏଭଳି ବିରଳମୂର୍ତ୍ତି କେଉଁଠାରେ ଦେଖିବାକୁ ମିଳେନାହିଁ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରେ । ବହୁ ପୁରାତନ […]

ଅପରାଧ ରାଜ୍ୟ

ଘରେ ପଶି ଭୁଜାଲିରେ ଆକ୍ରମଣ, ଜଣେ ଗୁରୁତର

ସୋର ୨୬।୦୯ : ଘରେ ପଶି ହାଣିଲେ, ଲୁଟିଲେ। ଭୁଜାଲିରେ ଆକ୍ରମଣ କରି ନଗଦ ୫୦ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଖଇରା ବ୍ଲକ ପତଡ଼ା ଗାଁରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ, ଗାଁର ଉପେନ୍ଦ୍ର ପ୍ରସାଦ କର ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ୩ ଜଣ ଲୁଟେରା ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ଓ ବାଡ଼ିରେ ଆକ୍ରମଣ କରି ଆଲମୀରାରେ […]

ଅପରାଧ ରାଜ୍ୟ

ନକଲି ଔଷଧ କାରବାର ଘଟଣା, ରିମାଣ୍ଡରେ ୨ ଅଭିଯୁକ୍ତ

କଟକ ୨୫।୦୯ : ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା । ଗୟାରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଧରି କଟକରେ ପହଞ୍ଚିଲା ପୋଲିସ । ଶନିବାର ଦିନ ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି କଟକ ପୋଲିସ । ଖବର ଅନୁଯାୟୀ, କିଛି ଦିନ ତଳେ ଓଡିଶାରେ ନକଲି ଔଷଧ କାରବାର ନେଇ ସୂଚନା ପାଇଥିଲା ପୋଲିସ । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ […]

ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପଢୁଥିଲେ ମନୀଷ

ଭୁବନେଶ୍ୱର ୨୫।୦୯: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଭୁବନେଶ୍ୱରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାମ ମନୀଷ ସରକାର ବୋଲି ଜଣାପଡିଛି । ଏବେଯାଏଁ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ର ଥିଲେ ମନୀଷ । ହେଲେ ରବିବାର […]

ଅପରାଧ ରାଜ୍ୟ

ଅବକାରୀ ବିଭାଗର ରେଡ୍‌ : ୨୮ କ୍ୱିଣ୍ଟାଲ୍‌ ଚୋରା ମହୁଲ ଜବତ, ଜଣେ ଗିରଫ

ଫୁଲବାଣୀ ୨୫।୦୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ିରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ପ୍ରାୟ ୨୮ କ୍ୱିଣ୍ଟାଲ୍‌ ଚୋରା ମହୁଲ ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଖବର ଅନୁଯାୟୀ, ବିଭିନ୍ନ ସୁତ୍ରରୁ ମିଳିଥିବା ଖବରକୁ ଆଧାର କରି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଥିଲେ । ଏଥିରେ ସ୍ଥାନୀୟ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା । ଚଢାଉରେ ଭ୍ରମରବାଡି ଗାଁର […]