ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ୧୬୭ ନୂଆ କରୋନା ସଂକ୍ରମଣ: ୨୨ ଜଣ ୧୮ ବର୍ଷରୁ କମ୍ ବୟସର, କଟକରୁ ସର୍ବାଧିକ ୪୦

ଭୁବନେଶ୍ବର: ଆଜି ବି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ତଳେ ରହିଛି। ଗତକାଲି ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ଅପରାଧ ରାଜ୍ୟ

ବୌଦ୍ଧ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ବିଚାରାଧୀନ ଭାବରେ ଥିବା କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ(୩୨)ଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବକୁ ଶବ ସଂରକ୍ଷଣାଗାରରେ ରଖାଯାଇଛି। ପରିବାର ଲୋକ ଆସିବା ପରେ ବ୍ୟବଚ୍ଛେଦ କରାଯିବ। ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଫୁଲବାଣୀ ଜେଲ୍‌ରେ ଦୁଇଜଣ ବିଚାରାଧୀନ କଏଦୀର […]

ଦେଶ ବିଦେଶ ମନୋରଞ୍ଜନ

‘ବିଗ ବସ୍‌-୧୬’ରେ ଏଣ୍ଟ୍ରି କରିବେ ‘କାମ୍‌ନା’ ଫେମ୍ ଚାନ୍ଦନୀ, ଖୁବ୍‌ଶୀଘ୍ର ହେବ ପ୍ରିମିୟର ସୋ’

ମୁମ୍ବାଇ ୨୭/୦୯: ଆସନ୍ତା ୧ ତାରିଖରୁ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବ ବହୁଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୬’ । ପ୍ରିମିୟର ତାରିଖ ପାଖେଇ ଆସୁଥିବାବେଳେ ଚଳିତ ସିଜନ୍‌ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ପୂର୍ବରୁ ଏ ସିଜନ୍‌ର ପ୍ରଥମ ପ୍ରତିଯୋଗୀ ରୂପେ ଗୌତମ ଭିଗଙ୍କ ନାଁରେ ମୋହର ବାଜିଥିଲା । ସଦ୍ୟ ରିପୋର୍ଟ ଅନୁସାରେ, ‘ବିଗ୍‌-ବସ୍‌-୧୬’ର ୨ୟ ପ୍ରତିଯୋଗୀ ହେଉଛନ୍ତି ‘କାମ୍‌ନା’ ଅଭିନେତ୍ରୀ ଚାନ୍ଦନୀ ଶର୍ମା । ୨୦୧୯ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

NIA ରେଡ୍ ୨.୦: PFI ସଂଗଠନ ବିରୋଧରେ ବଡ ଆକ୍ସନ, ୮ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ୨୭/୦୯: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌ । ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି । ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି । ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ମୋଟ ୧୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥିରେ ଆସାମରୁ ୭ଜଣ ସଦସ୍ୟ ଏବଂ କର୍ଣ୍ଣାଟକର ୬ […]

ଅପରାଧ ରାଜ୍ୟ

SCBରେ ଶିଶୁ ନିଖୋଜକୁ ଘଟଣା, ଶିଶୁ କନ୍ୟା ଗାଏବ ପରେ ମିଳିଲା ପତ୍ତା

କଟକ ୨୭।୦୯ : ଏସସିବିରୁ ନିଖୋଜ ଶିଶୁ କନ୍ୟାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରସୂତି ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ନବଜାତ ଶିଶୁ କନ୍ୟା ଗତକାଲି ଅପରାହ୍ନରେ ହଠାତ ଗାଏବ ହୋଇ ଯାଇଥିଲ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଶିଶୁ କନ୍ୟାକୁ ନେଇ ଯାଇଥିବା ପରିବାର ଶିଶୁ କନ୍ୟାଟିକୁ ଆଣି ହସ୍ତାନ୍ତର କରିଛନ୍ତି । ତେବେ ସଂପୃକ୍ତ ପରିବାର ଓ […]

ଅପରାଧ ରାଜ୍ୟ

ଜେଲରେ କଏଦୀ ମୃତ, ବିଳମ୍ୱିତ ରାତିରେ ବଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା

ବୌଦ୍ଧ ୨୭/୦୯: ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର । ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତ କଏଦୀ ଜଣକ କଣ୍ଟାମାଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୭।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୪୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ […]

ଅପରାଧ ରାଜ୍ୟ

ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା ୨୭।୦୯ : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା । ରାଉରକେଲା ଡେଲି ମାର୍କେଟ ସ୍ଥିତ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି ରମେଶ । ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମଙ୍ଗଳବାର ଦିନ ସକାଳୁ ଘର ଖୋଲିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ବେକରେ […]

ଅପରାଧ ରାଜ୍ୟ

ପୂଜା ପୂର୍ବରୁ ମାତିଲେ ଦୁର୍ବୃତ୍ତ, ଚାନ୍ଦା ଆଦାୟକୁ ନେଇ ରେନ୍ ବାର୍‌ରେ ବୋମାମାଡ ସନ୍ଦେହ

ଭୁବନେଶ୍ୱର ୨୭/୦୯: ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ରେନ୍ ବାର ରେ ବୋମା ମାଡ । ସୋମବାର ବିଳମ୍ବିତ ରାତିରେ ବାର ଭିତରେ ଗ୍ରାହକ ଓ କର୍ମଚାରୀ ଥିବା ବେଳେ ବାହାରେ ଏହି ବୋମା ମାଡ ହୋଇଛି । ଦୁଇଜଣ ଯୁବକ ବାଇକରେ ଆସି ବାର୍ ବାହାରେ ତିନୋଟି ବୋମା ପକାଇ ପଳାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୂଜା ପୂର୍ବରୁ ଚାନ୍ଦା ଆଦାୟକୁ ନେଇ ଏହି ବୋମା ମାଡ […]

ଅପରାଧ ରାଜ୍ୟ

ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କା, ପାଖ ଜଙ୍ଗଲରୁ ମିଳିଲା ବାଇକ୍‌

ରାଉରକେଲା ୨୬।୦୯ : ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁରୁ ଏହି ଲୁଟ୍‌ ଘଟଣା ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଭୁଜାଲି, କଟୁରୀ ସହ ଅନେକ ମାରଣାସ୍ତ୍ର ଧରି ଘରେ ପଶିଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ ଚନ୍ଦ୍ର ସାହୁଙ୍କ […]