ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୪୩୪କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ଗାଁକୁ ନଥିଲା ରାସ୍ତା, ଆସିପାରିଲାନି ଆମ୍ୱୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ନାରାୟଣପାଟଣା ୦୩/୧୦: ପୁଣୀ ଷ୍ଟେଚରରେ ବୁହାହେଲେ ରୋଗୀ । ଗାଁକୁ ପୋକ୍କା ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ମାତ୍ର ୩ କିଲୋମିଟର୍ ଦୂରରେ ଅବସ୍ଥିତ ଖାରିକୋନ ଗାଁରେ । ୪୫ ବର୍ଷୀୟ ରାମ ସୁକିୟା ନାମକ ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ମହିଳା ଲକ୍ଷ୍ମୀ କୁନ୍ଦାରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଥିଲେ । ଭରା ନଦୀ ଦେଇ ବିପଦ […]

ଅପରାଧ ରାଜ୍ୟ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୪ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର ୦୩/୧୦: ପାର୍ବଣରେ ପୋଲିସକୁ ସଫଳତା । ବ୍ରହ୍ମପୁର ସଦର ଥାନା ଅଞ୍ଚଳ ଖାରବେଳ ନଗର ଜୁଆ ଆଡ୍ଡା ଉପରେ ଚଢାଉ ପୋଲିସର ଚଢାଉ । ତେବେ ଏହି ଚଢାଉରେ ୧୦ ଜୁଆଡି ଗିରଫ ହୋଇଛନ୍ତି । ୪ ଲକ୍ଷ ୨୫ ହଜାର ୨୭୦ ଟଙ୍କା ଜବତ କରିଛି ପୋଲିସ । ଏହାସହ ୧୧ ଟି ମୋବାଇଲ୍ ଓ ୩ ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା

ଭୁବନେଶ୍ୱର ୦୩/୧୦: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ । ଏହି ଅବସରରେ ମାଆଙ୍କୁ ପଣା , ପାଣି କଖାରୁ ବଳି ଦିଆଯିବା ସହ ଚଣ୍ଡିପାଠ କରାଯିବାର ସ୍ବତନ୍ତ୍ର ପରମ୍ପରା ରହିଛି । ଅଷ୍ଟମୀରେ ମହିଳାମାନେ ବ୍ରତ ରଖିଥାନ୍ତି […]

ଅପରାଧ ରାଜ୍ୟ

୨୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଲାଞ୍ଜିଗଡ(କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁଟ୍ରୁଗୁଡା ଗାଁର ଜନୈକା ମହିଳା ଅନୁସୂୟା ହରିଜନ(୨୨ବର୍ଷ)ପ୍ରାୟ ୨୬ ଦିନ ହେଲା ନିଖୋଜ ଥିଲେ।କଳାହାଣ୍ଡି ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ଜଙ୍ଗଲରୁ ତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି। ଲାଞ୍ଜିଗଡ ବ୍ଳକ ବିଶ୍ଵନାଥପୁର ଥାନା କୁଟ୍ରାଗୁଡ଼ା ଗ୍ରାମର ଅନୁସୂୟା ହରିଜନଙ୍କୁ ଅମ୍ବାଦଳା ଥାନା କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆଙ୍କୁ କେରଳରେ ପ୍ରେମ ବିବାହ କରି ସେଠାରେ ଉଭୟ ରହି […]

ଅପରାଧ ରାଜ୍ୟ

ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ, ଓଡିଶା ହୋମ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର ୦୨।୧୦ : ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା । ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ, ତଦନ୍ତ କରୁଛି ଆରପିଏଫ୍‌

ଭୁବନେଶ୍ୱର ୦୨।୧୦ : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ। ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଅଟକ ରଖିଲା ଆରପିଏଫ। ଚଳନ୍ତା ଟ୍ରେନ ଓ ଷ୍ଟେସନରେ ସେମାନେ ଚୋରି କରୁଥିଲେ। ସେମାନଙ୍କ ଠାରୁ ମହିଳାଙ୍କ ଭ୍ୟାନଟି ବ୍ୟାଗ, ସୁନା ଚେନ, ମୋବାଇଲ ସହ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବଂ ଅପରାଧ ସଂପର୍କରେ ଆରପିଏଫ୍ ସେମାନଙ୍କୁ ପଚରାଉଚରା କରୁଛି।

ଅପରାଧ ରାଜ୍ୟ

କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରାସ୍ତାରେ ଚାଲିଛି ଅବରୋଧ

ଆନନ୍ଦପୁର ୦୨।୧୦ : କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ହାଟଡିହି ଓ ଆନନ୍ଦପୁର ଶୈଲଙ୍ଗ ଛକ ନିକଟରେ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଟ ହାଟଡିହି ଠାରେ ଥିବା Ecart ନାମକ ଏକ ଘରୋଇ କୋରିୟର ସଂସ୍ଥାରେ କାମ କରୁଥିଲେ ଆଶିଷ ବେହେରା । କିନ୍ତୁ ଶନିବାର ଦିନ ତାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପାର୍ସଲ ଦେଇ ଫେରୁଥିବା ସମୟରେ […]

ଅପରାଧ ରାଜ୍ୟ

ଅଢେଇ କୋଟି ଟଙ୍କାର ସୁନା ଓ ରୂପା ଜବତ, ଜିଏସ୍‌ଟି ଫାଙ୍କି ହେଉଥିଲା ଚାଲାଣ !

ବ୍ରହ୍ମପୁର ୦୨।୧୦ : ବିପୁଳ ପରିମାଣର ସୁନା ସହ ରୂପା ଜବତ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ଦ୍ୱାରା ୩ କେଜି ସୁନା ଏବଂ ୧୭ କେଜି ରୂପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗାଡି ଚାଳକ ସହ ତିନି ଜଣଙ୍କ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଦର ଅଞ୍ଚଳକୁ ଆସୁଥିଲା ଏକ୍‌ କାର […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ

କଟକ ୦୨। ୧୦ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଶେଷରେ ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ରବିବାର ସକାଳୁ କଟକ ସ୍ଥିତ ଶାଶୂ ଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା । କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । […]