ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଶିକ୍ଷଣ ଶେଷ ପରେ ୧୩ ଡିଏସ୍‌ପିଙ୍କୁ ନିଯୁକ୍ତି

କଟକ: ବିଜୁ ପଟ୍ଟନାୟକ ପୁଲିସ ଏକାଡେମିରୁ ପ୍ରଶିକ୍ଷଣ ଶେଷ ହେବାପରେ ଆଜି ଓଡ଼ିଶା ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍ ପକ୍ଷରୁ ୧୩ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି ଦିଆଯାଇଛି। ଡିଏସ୍‌ପି ସମ୍ପତ କୁମାର ଦାଶଙ୍କୁ ସୋନପୁର, ବିଭୂତି ଭୂଷଣ ମହାପାତ୍ରଙ୍କୁ ଢେଙ୍କାନାଳ, ସୁବ୍ରତ କୁମାରଙ୍କୁ ରାଉରକେଲା, ଅମ୍ବିତ ମହାନ୍ତିଙ୍କୁ କେନ୍ଦୁଝର, ଉପାସନା ପାଢୀଙ୍କୁ କେନ୍ଦୁଝର, ସଚିନ ପଟେଲଙ୍କୁ ପୁରୀ, ଶ୍ରାବଣୀ ନାୟକଙ୍କୁ ଗଂଜାମ, ରଶ୍ମିରଂଜନ ସେନାପତିଙ୍କୁ ଭଦ୍ରକ, ସମ୍ବିତ କୁମାର ମାଝୀଙ୍କୁ ସୁନ୍ଦରଗଡ଼, ବିରଞ୍ଚି ନାରାୟଣ ଜଗତଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାର ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ

ପୁରୀ ୧୬।୧୧ : ଆଜି ପ୍ରଥମାଷ୍ଟମୀ। ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ମହକ। ବାପା-ମାଆଙ୍କ ପ୍ରଥମ ସନ୍ତାନ ନୂଆ ପିନ୍ଧି ପୋଢୁଆ ହେଉଛନ୍ତି । ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରାଯାଉଛି । ସେହିପରି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଆଜି ଖଣ୍ଟୁଆ ପାଟ ପିନ୍ଧି ପୋଢ଼ୁଆଁ ହେବେ ମହାପ୍ରଭୁ । ଭାର ଆସିବା ବେଳେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସୁଛି ପାରଦ, ବଢିଲା ଶୀତ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର ୧୬।୧୧ : ରାଜ୍ୟର ୨୦ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା। ଥଣ୍ଡାରେ ଥରୁଛି ଜି .ଉଦୟଗିରି । କନ୍ଧମାଳ ଜି.ଉଦୟଗିରିରେ ପାରଦ ଖସି ୭.୨ ଡିଗ୍ରୀକୁ ଚାଲି ଆସିଛି । ଅସହ୍ୟ ଥଣ୍ଡାରେ ଥରୁଛି ସାରା ଅଞ୍ଚଳ ।ଫୁଲବାଣୀ ତାପମାତ୍ରା ୧୦ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ତାପମାତ୍ରା ୯ ଡିଗ୍ରୀ ଥିବା ରେକର୍ଡ ହୋଇଛି । ଦାରିଙ୍ଗବାଡିରେ ୧୧ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ ହୋଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ, ନିର୍ମାଣାଧୀନ ଅଞ୍ଚଳ ବୁଲି ଦେଖିଲେ

ଭୁବନେଶ୍ୱର ୧୬।୧୧: 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି I ତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ […]

ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘଟ୍ଟାମାନେନିଙ୍କ, ୨ମାସ ପୂର୍ବରୁ ହୋଇଥିଲା ମାଆଙ୍କର ମୃତ୍ୟୁ

ମୁମ୍ଵାଇ ୧୫।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଦୁଃଖଦ ଖବର ସାମ୍ନାକୁ ଆସୁଛି। ନିକଟରେ ଲୋକପ୍ରିୟ ସାଉଥ ଅଭିନେତା ମହେଶ ବାବୁଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଅଭିନେତାଙ୍କ ପିତା କୃଷ୍ଣ ଘାଟାମଣିଙ୍କ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ସକାଳ ୪ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୃଷ୍ଣ ସୁପରଷ୍ଟାର ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା ଥିଲେ । ସୂଚନା ମୁତାବକ, ସୋମବାର ଦିନ ହାର୍ଟ ଆଟାକ୍ ଆସିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଐତିହାସିକ କଟକ ବାଲିଯାତ୍ରା: କମୁନି ଭିଡ଼, ପୁଲିସ ନାକେଦମ୍

କଟକ : ନୂଆଢଙ୍ଗରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଯୋଗୁଁ ଭିଡ଼ କମିବାର ନାଁ ଧରୁନି। ଗଲା ୩ ଦିନ ଧରି ରେକର୍ଡ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭିଡ଼ ଟିକେ କମିବ ବୋଲି ଯାହା ଆକଳନ କରାଯାଇଥିଲା, ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଯଦିଓ ପୂର୍ବ ତିନିଦିନ ତୁଳନ‌ାରେ ଭିଡ଼ ସାମାନ୍ୟ ହ୍ରାସ ପାଇଥିଲା, ଲୋକଙ୍କ ଭିତରେ ସେହି ଉତ୍ସାହ ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ସହରର ବିଭିନ୍ନ […]

ରାଜ୍ୟ

ଡିଭାଇଡରରେ ପିଟିହେଲା କାର୍‌, ତିନି ଗୁରୁତର

ସୁନ୍ଦରଗଡ଼ ୧୫।୧୧ : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବାରଘାଟ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍‌ । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପୁରୀରୁ ରାଉରକେଲା ଯାଉଥିଲା କାର୍‌ । ଚାନ୍ଦିପୋଷ ଥାନା ବାରଘାଟ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଯାଇଛି । ଯାହାଫଳରେ ଗାଡିରେ ଥିବା ତିନି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୩ ଚୀନ୍‌କୁ ଟପିବ ଭାରତ, ୮୦୦ କୋଟି ଟପିବ ବିଶ୍ୱ ଜନସଂଖ୍ୟା

ନୂଆଦିଲ୍ଲୀ,୧୫/୧୧: ବିଶ୍ୱରେ ଲଗାତାର ଭାବେ ବଢ଼ି ଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ଏଭଳି ସ୍ଥିତିରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିଯିବ । ଜାତିସଂଘ ଏହି ସୂଚନା ଦେଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ମାନବ ବିକାଶରେ ଏହା ଏକ ମାଇଲଖୁଣ୍ଟ ହେବାକୁ ଯାଉଛି । ବିଶ୍ୱ ଜନସଂଖ୍ୟା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଫୁଲ ଦଳ ଏପ୍ରିଲ୍‌ ଫୁଲ୍‌ କଲା: ପ୍ରସନ୍ନ

ବରଗଡ଼ : ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିନଥିବା ବିଜେପି ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସନ ପ୍ରସନ୍ନ ଆଚାର୍ଯ୍ୟ। ଫୁଲ ଦଳ ‘ଏପ୍ରିଲ୍‌ ଫୁଲ’ କଲା ବୋଲି କହିଛନ୍ତି। ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବୀମା ପାଇଁ ଚାଷୀମାନେ ଆନ୍ଦୋଳନ କରିବା ଯଥାର୍ଥ। କିନ୍ତୁ, ଚା‌ଷୀଙ୍କୁ ଭୁଆଁ ବୁଲାଇ ବିଜେପି ‘ଚୋର୍‌ ମଚାଏ ସୋର୍‌’ ଭଳି ଆଚରଣ କରୁଛି। କାରଣ ପ୍ରଧାନମନ୍ତ୍ରୀ ଫସଲ ବୀମା କେବଳ କେନ୍ଦ୍ର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜସ୍ଥାନ ଉଦୟପୁର ରେଳଲାଇନ ବ୍ଲାଷ୍ଟ ମାମଲା, ଟ୍ରାକ୍ ଉଡ଼ାଇବାକୁ ଲାଗିଥିଲା ଦେଢ କିଲୋର ବିସ୍ଫୋରକ, ସତ ଖୋଜୁଛି ଏନଆଇଏ

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁର ରେଳଲାଇନ୍ ବ୍ଲାଷ୍ଟ୍ ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ରେଳଓ୍ବେ ଟ୍ରାକକୁ ଉଡ଼ାଇ ଦେବାକୁ ଦେଢ କିଲୋର ବିସ୍ଫୋରକ ବ୍ୟବହାର ହୋଇଥିଲା । ଏହି ବିସ୍ଫୋରଣରେ ରେଳଲାଇନର କେବଳ ନଟ୍ ବୋଲ୍ଟ ନଷ୍ଟ ହୋଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ରେଳଓ୍ବେ ଟ୍ରାକ୍ । ସ୍ଥାନୀୟ ଗ୍ରାମବାସୀଙ୍କ ଚତୁରତା ପାଇଁ ଏକ ବଡ଼ ବିପଦ ଟିଳିଥିଲା । ଏନଆଇଏର ସୂଚନା ମୁତାବକ, ରାଜସ୍ଥାନର ଉଦୟପୁର ରେଳଲାଇନକୁ ବିସ୍ଫୋରଣ କରି ଉଡ଼ାଇ […]