ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏମସିଡି ନିର୍ବାଚନ; ଟିକେଟ୍ ବିକ୍ରି ଅଭିଯୋଗରେ ୩ ଗିରଫ, ଜଣେ ଆପ୍ ବିଧାୟକଙ୍କ ଶଳା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପୂର୍ବରୁ ଦୁର୍ନୀତି ନିବାରଣ ବିଭାଗର ଏଣ୍ଟ୍ରି । ଏମସିଡି ନିର୍ବାଚନ ପାଇଁ ଟିକେଟ୍ ବିକ୍ରି ଅଭିଯୋଗରେ ୩ଜଣ ଗିରଫ । ଲକ୍ଷାଧିକ ଟଙ୍କାରେ ଟିକେଟ୍ ବିକ୍ରି ନେଇ ଏତଲା ପରେ ଆମ୍ ଆଦମୀ ପାର୍ଟିର ଜଣେ ବିଧାୟକଙ୍କ ଶଳାଙ୍କ ସମେତ ତିନି ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ଦୁର୍ନୀତି ନିର୍ବାରଣ ବିଭାଗ । ଏହା ସହିତ ଟିକେଟ୍ ବିକ୍ରିରେ ଆଉ କିଏ କିଏ ଲିପ୍ତ ଅଛନ୍ତି ଅଧିକ ତଦନ୍ତ କରୁଛି ଏସିବି […]

ରାଜ୍ୟ

ଅଷ୍ଟମୀ ଭାର ନେଇ ଝିଅ ଘରକୁ ଯାଉଥିଲେ ବାପା, ଦୁର୍ଘଟଣାରେ ଗୁରୁତର

ସାଲେପୁର, ୧୬/୧୧: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ସପନପୁର ଧବଳେଶ୍ବର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘିଟିିଛି । ସ୍କୁଟି ଚାଳକ ଜଣକ ମାହାଙ୍ଗା ସବଳକଣାର ଅମିକେଶ୍ୱର ମହାପାତ୍ର ବୋଲି ଜଣାପଡ଼ିଛି । ଅମିକେଶ୍ୱର ନିଜ ସ୍କୁଟି ଯୋଗେ ଆଜି ସକାଳୁ ଝିଅଘରକୁ ଅଷ୍ଟମୀ ତିଥି ପାଇଁ ଭାର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ବାରିକେଟରେ ବାଡେଇ ହୋଇ ଗୁରୁତର ହୋଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନଦୀରେ କମୁଛି ଜଳସ୍ତର, ମରୁଡ଼ି ଆଶଙ୍କାରେ ଚାଷୀକୁଳ

ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି। ଫଳରେ କେନାଲ ପାଣି ଉପରେ ନିର୍ଭର କରି ଯେଉଁ ଚାଷୀ ଭାଇମାନେ ଖରିଫ ଧାନ ଚାଷ କରିଥିଲେ ତାହା ଏବେ ମରୁଡି ଆଶଙ୍କାରେ। ସୂଚନା ଅନୁଯାୟୀ ନଦୀର ଆଖୁଆପଦା ଆନିକଟ ଠାରୁ ୩ନଂ ମୁଖ୍ୟ କେନାଲରେ ପାଣି ଆସୁଥିବା ବେଳେ ଏହାଦ୍ୱାରା ଭଣ୍ଡାରିପୋଖରୀ ସମେତ ଭଦ୍ରକ, ଧାମନଗର ଓ ବନ୍ତ ବ୍ଲକର ଅନେକ ଚାଷ ଜମି ଜଳ ପ୍ଲାବିତ ହୋଇଥାଏ। […]

ରାଜ୍ୟ

ଖେଳୁଥିବା ବେଳେ ପୋଖରୀକୁ ଖସି ପଡ଼ିଲା ୩ ବର୍ଷର ଶିଶୁ, ମୃତ ଘୋଷଣା କଲେ ଡାକ୍ତର

ଚାନ୍ଦବାଲି, ୧୬/୧୧: ପୋଖରୀରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ବାଂଶାଡ଼ା ଥାନା ଅଧିନ ନଳଗୋହିରା ପଂଚାୟତ କରଣପୋଖରୀ ଗାଁର ରାଜେନ୍ଦ୍ର ବେହେରାଙ୍କ ପୁଅ ଜଗନ ବେହେରା । ଶିଶୁଟି ଘର ନିକଟରେ ଖେଳୁଥିବା ସମୟରେ ଅସାବଧାନତାରେ ପୋଖରୀରେ ପଡ଼ିଯାଇଥିଲା । ପରିବାର ଲୋକେ ଶିଶୁଟିକୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାକୁ ମୃତ ଘୋଷଣା […]

ଅପରାଧ ରାଜ୍ୟ

ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ, ସିସିଟିଭି ଭିଡ଼ିଓ ଭାଇରାଲ

ଖଲ୍ଲିକୋଟ, ୧୬/୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍‌ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ମୋହନପୁର ଗ୍ରାମର ପୁଷ୍ପା ପଲେଇ ବ୍ୟାଙ୍କକୁ ଗୋଲ୍ଡ ଲୋନ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ ହୋଇଛି । ମହିଳା ଜଣକ […]

ଅପରାଧ ରାଜ୍ୟ

ଓଡ଼ିଶାରେ ବିଦେଶୀ ଖଣି ଲୁଣ୍ଠନକାରୀ ସକ୍ରିୟ: ସଂଜୟ

ପୁରୀ: ‘କିଛି ବିଦେଶୀ ଶକ୍ତି ଓଡ଼ିଶା ମାଟିରେ ସକ୍ରିୟ ହୋଇ ଉଠିଛନ୍ତି। ଏମାନେ ଖଣିଜ ସମ୍ପଦ ଆଦି ପ୍ରାଚୁର୍ଯ୍ୟରେ ଭରପୂର ଓଡ଼ିଶାକୁ ଲୁଣ୍ଠନ କରିବାକୁ ଆସିଛନ୍ତି। ଆମ ସ୍ବାଭିମାନକୁ ଏମାନେ କରାୟତ କରିବାକୁ ବସିଛନ୍ତି। କିଛିଲୋକ ଭାବୁଛନ୍ତି ଆମେ ଯାହା କହିବୁ, ଯାହା ନିଷ୍ପତ୍ତି ନେବୁ, ସମେସ୍ତ ତାକୁ ଗ୍ରହଣ କରିନେବେ। କିନ୍ତୁ ଆମେ ଯେଉଁମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବାଭିମାନ ସହିତ ଆନ୍ଦୋଳନରେ ବ୍ରତୀ ଥିଲୁ, ମରିଯିବୁ ସିନା ସାଲିସ୍‌ ରାଜନୀତି କରିବୁ ନାହିଁ। ବ୍ରହ୍ମଗିରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଭିନ୍ନ ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ, ସନ୍ଦିଗ୍ଧ ଦେଖିଲେ ଜଣାଇବାକୁ ପରାମର୍ଶ

ଖଲ୍ଲିକୋଟ, ୧୬/୧୧: ଆଜିକାଲି ବିଭିନ୍ନ ବ୍ୟାଙ୍କ ମାନଙ୍କରେ ସୁରକ୍ଷା ଢିଲା ଥିବାରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । କିପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେନେଇ ଗାଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ପକ୍ଷରୁ ସହରରେ ଥିବା ବ୍ୟାଙ୍କ ଗୁଡିକର ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯାଇଛି । ବ୍ୟାଙ୍କ ଗୁଡିକ ଉପଯୁକ୍ତ ସ୍ଥାନରେ ସିସିଟିଭି ଲଗାଇବା, ଠିକ ସମୟରେ ସାଇରନ ବାଜିବା ସହ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଶାଖା ପରିଚାଳକଙ୍କ ସମେତ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ସହ […]

ଅପରାଧ ରାଜ୍ୟ

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ଖଗେଶ୍ୱର, ଜେରା ବେଳେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ

ଭୁବନେଶ୍ୱର ୧୬/୧୧: ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା ପଠାଇଛନ୍ତି । ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡି ଜାଣିବାକୁ ପାଇଛି । ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଥିବା ଯାଞ୍ଚବେଳେ […]

ଅପରାଧ ରାଜ୍ୟ

ଯଶୀପୁର BDOଙ୍କ ମନମାନି, ଆର୍‌ଟିଆଇ ତଥ୍ୟ ଆଧାରରେ ଅଭିଯୋଗ ଆଣିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା

କରଞ୍ଜିଆ, ୧୬/୧୧: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକରେ ଦୁର୍ନୀତି ପିଛା ଛାଡ଼ୁନି । ବିଗତ ଦିନରେ ମହାଦୁର୍ନୀତି ପାଇଁ ସାରା ଓଡ଼ିଶାରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଚର୍ଚ୍ଚାର ବିଷୟ ପାଲଟିଥିଲା । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶିମିଳିପାଳର ପାଞ୍ଚଟି ପଞ୍ଚାୟତରେ ୩ କୋଟି ୨୧ ଲକ୍ଷ ଟଙ୍କାର ମହାଦୁର୍ନୀତିରେ ୨୫ ଜଣଙ୍କ ନାମରେ ଯଶୀପୁର ଥାନାର ମାମଲା ରୁଜ୍ଜୁ ହୋଇଥିଲା । ଏହି ଦୁର୍ନୀତିରେ ୨ ସରପଞ୍ଚ, ୩ ପଞ୍ଚାୟତ ନିର୍ବାହୀ […]

ଅପରାଧ ରାଜ୍ୟ

ପୁରୀରେ ପୁଣି ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି

ପୁରୀ ୧୬।୧୧: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଆଳପୁର ଗାଁର ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି ହୋଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। […]