ଆସନ୍ତାକାଲିଠାରୁ ମାଟ୍ରିକ ଏସ୍ଏ-୧ ପରୀକ୍ଷା
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ପରୀକ୍ଷା ଆସନ୍ତା ୨୩ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀ ଅନ୍ୟ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। କିନ୍ତୁ କେବଳ ଗଣିତ ପାଇଁ ଅତିରିକ୍ତ ୧୫ମିନିଟ୍ ରହିଥିବାରୁ […]









