ଅପରାଧ ରାଜ୍ୟ

ଗାଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ମୃତ

ଢେଙ୍କ‌ାନାଳ: ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବନ୍ଦାଣିଆ ଗାଁରେ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ଗାଁର କରିଆ ହଂସଦା ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ କୌଣସି କାରଣ ପାଇଁ ଅସାବଧାନତାରେ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଙ୍କଡାହାଡ଼ ପୁଲିସ ଏହାର ତଦନ୍ତ କରୁଛି।

ଅପରାଧ ରାଜ୍ୟ

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ, ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଉତ୍ତେଜନା

ବାଲିପାଟଣା 30/11: ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା । ପରୀକ୍ଷାର୍ଥୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବାଲିପାଟଣା ପତିତପାବନ ହାଇସ୍କୁଲ ସାମ୍ନାରେ ଧାରଣା । ଆକ୍ରମଣକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପିଲା । ସୂଚନା ଅନୁଯାୟୀ, ମଙ୍ଗଳବାର ଜୟଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ବ ରଞ୍ଜନ ବେହେରା ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବା ବେଳେ କମେଣ୍ଟ ମରାକୁ ନେଇ ଭିଙ୍ଗାରପୁର ବକ୍ରେଶ୍ବର ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ମରାନ୍ତକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଳମ୍ବରେ ଆଳୁ ବିହନ ଯୋଗାଣ: ପୂରଣ ହେବ ତ ବର୍ଦ୍ଧିତ ଉତ୍ପାଦନର ଲକ୍ଷ୍ୟ?

ଭୁବନେଶ୍ବର : ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀମାନଙ୍କ ପାଖକୁ ଆଳୁ ବିହନ ଯୋଗାଣ ପାଇଁ ଉଦ୍ୟାନ ଉପନିର୍ଦେଶକମାନଙ୍କୁ ନିର୍ଦେଶ ଦେଇଥିଲା ଉଦ୍ୟାନ ନିର୍ଦେଶାଳୟ। ଚାଷୀ ନଭେମ୍ବର ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ବେଳକୁ ଗଛ ଲଗା କାର୍ଯ୍ୟ ସାରି ଦେବେ ବୋଲି କୁହାଯାଇଥିଲା। ମାତ୍ର ନଭେମ୍ବର ଶେଷ ସପ୍ତାହ ବେଳକୁ ଆସିଲା ବିହନ। ବର୍ତ୍ତମାନ ୧୫ ହଜାର ଆଳୁ ବିହନ ବଣ୍ଟା ଯାଇଥିବା ନେଇ ଟ୍ବିଟ୍‌ କରୁଛନ୍ତି କୃଷି ମନ୍ତ୍ରୀ। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି, ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୩୦।୧୧ : କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି ଟଙ୍କାର ମଞ୍ଜୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହାସହିତ ୧ ଏକର ଜାଗାର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ। ଏହା ସହିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କ’ଣ ହେବ ପିଲାଙ୍କ ଭବିଷ୍ୟତ? ଜଣେ ଶିକ୍ଷକ ସ୍କୁଲରେ ମଦ ପିଇ ଶୋଇଲେ, ଅନ୍ୟଜଣେ ନିଜ ଇଚ୍ଛାରେ କଲେ ସ୍କୁଲ୍ ଛୁଟି

ସୋରୋ ୩୦।୧୧: ମାସକୁ ଦରମା ଠିକ୍ ଠାକ୍ ମିଳି ଯାଉଛି। ହେଲେ ଶିକ୍ଷକଙ୍କ ନାହିଁ ପିଲାଙ୍କ ଭବିଷ୍ୟତ ଚିନ୍ତା। ଦରମା ନେଇ କରୁଛନ୍ତି ନିଜ ମନମାନି। ଜଣେ ଶିକ୍ଷକ ସ୍କୁଲରେ ମଦ ପିଇ ଶୋଇଛନ୍ତି। ଅନ୍ୟଜଣେ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲ ଛୁଟି କରି ଘରେ ରହିଲେ l ବାଲେଶ୍ଵର ଜିଲ୍ଲା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୋପୀବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଘଟଣା। ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଉନ୍ନତମାନର କରିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ ଖୋଲିଲା ଫୁଡ୍‌କୋର୍ଟ

ପୁରୀ : ପର୍ଯ୍ୟଟକଙ୍କୁ ସେମାନଙ୍କ ରୁଚି ମୁତାବକ ଖାଦ୍ୟ ଭେଟିଦେବ ଭିବ୍ରାନ୍ସ ଫୁଡ୍‌ କୋର୍ଟ। ପତ୍ରପୋଡ଼ାଠୁ ନେଇ ବିରିୟାନି ପର୍ଯ୍ୟନ୍ତ ପ୍ରାୟ ୩ଶହ ରକମର ଖାଦ୍ୟ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ। ଖାଣ୍ଟି ଓଡ଼ିଆ ଖାଦ୍ୟଠୁ ନେଇ ଚାଇନିଜ୍‌, ସାଉଥ ଇଣ୍ଡିଆନ୍‌, କଣ୍ଟିନେଣ୍ଟାଲ, ସବୁକିଛି ଗୋଟିଏ ଛାତ ତଳେ ପାଇବେ ପର୍ଯ୍ୟଟକ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏସ୍‌ଏସ୍‌ କନ୍‌ସୋରିଟିୟମ୍ ସହ ପିପିପି (ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରସିପ୍) ମୋଡ୍‌ରେ ଆଜି ଚକ୍ରତୀର୍ଥ ରୋଡ୍‌ରେ ଉଦଘାଟିତ ଫୁଡକୋର୍ଟରେ ମିଳିବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିସେମ୍ବର ୯ରୁ ମାଟ୍ରିକ୍‌ ଖାତାଦେଖା, ୧୦ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ

କଟକ ୩୦।୧୧ : ଶେଷ ହେଲା ମାଟ୍ରିକ୍‌ ସେମେଟିଭ୍‌ ୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ଖାତା ଦେଖା । ଏହି ଖାତା ଦେଖାରେ ନିୟୋଜିତ ହେବେ ୧୨୪୫୦ ଜଣ ଶିକ୍ଷକ । ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଖାତା ଦେଖା । ମୋଟ ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ଉପସଭାପତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତାଳଚେର ମେଡିକାଲ କଲେଜ ଏବେ ନୁହେଁ! ଆରମ୍ଭ ହେବାକୁ ଲାଗିବ ଆଉ ୩ ବର୍ଷ

ଅନୁଗୁଳ : ତାଳଚେରରେ ନିର୍ମାଣ ହୋଇଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ରେ ନାମଲେଖା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହି ମେଡିକାଲ କଲେଜକୁ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହିଭଳି ମନ୍ତବ୍ୟ ପରେ ଏହି କଲେଜରେ ଭବିଷ୍ୟତ ପୁଣି ଆଶଙ୍କା ଘେରକୁ […]

ଅପରାଧ ରାଜ୍ୟ

ନଦୀରେ ଭାସୁଛି ଅଜଣା ମୃତଦେହ, କାରଣ ଖୋଜୁଛି ପୋଲିସ

ତେଲକୋଇ ୩୦।୧୧: ସମାକୋଇ ନଦୀରେ ଭାସୁଛି ମୃତଦେହ । ଏବେ ଯାଏଁ ମିଳିନାହିଁ ମୃତ ବ୍ୟକ୍ତିଙ୍କ ପରିଚୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସମାକୋଇ ନଦୀର ଖେଞ୍ଚବଣିଆ ଘାଟରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, ବୁଧବାର ସକାଳୁ ତେଲକୋଇ ଭୂୟାଁସାହିର କିଛି ମହିଳା ଖେଞ୍ଚବଣିଆ ଘାଟକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଏକ ବ୍ୟକ୍ତି ମୁହଁ ମାଡି ପଡିଥିବା ଦେଖିବାକୁ ପାଇଥିଲେ […]

ଅପରାଧ ରାଜ୍ୟ

ସୀମା ଟପିଥିଲା ବିବିସିସି ବ୍ୟାଙ୍କ ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ସୁପାରିସ୍‌କୁ ଚାପିଦେଲେ

ବାଲେଶ୍ବର : ବ୍ୟାପକ ଆର୍ଥିକ ଅନିୟମିତତା ଓ ବେଆଇନ୍‌ କାର୍ଯ୍ୟ ଅଭିଯୋଗରେ ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର। ହେଲେ ସମାନ ଅଭିଯୋଗ ଥାଇ ମଧ୍ୟ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ବିବିସିସି)ର ମହାଦୁର୍ନୀତି ଆଜି ସରକାରୀ ଫାଇଲ ତଳେ ଚାପି ହୋଇରହିଛି। ସବୁଠୁ ବଡ଼ କଥା ହେଉଛି, ଏତେ ବଡ଼ ଦୁର୍ନୀତିରେ ଯେଉଁମାନେ ସଂଶ୍ଲିଷ୍ଟ ଥିଲେ, ସେମାନେ ଏବେ ପୁଣି ବିଭିନ୍ନ ପଦପଦବିରେ ଅବସ୍ଥାପିତ ହେବାକୁ ମସୁଧା ଚଳାଇଛନ୍ତି। ୨୦୧୬ରୁ […]