ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା।ତୃତୀୟ ଦିନ ଲାଗି ସେ ଇଡିରେ ହାଜର ହେବ‌େ ବୋଲି ସୂଚନା ମିଳିଛି। ଗତ ଦୁଇ ଥର ଇଡିରେ ହାଜର ହେବା ସମୟରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା। ଗତକାଲି ଖଗେଶ୍ବରଙ୍କ ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ ଇଡି ପଚରାଉଚରା କରିବା ପରେ ତାଙ୍କଠାରୁ କିଛି ବିଶେଷ ତଥ୍ୟ ପାଇ ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ସମନ କରିଥିବା […]

ରାଜନୀତି ରାଜ୍ୟ

ପଦ୍ମପୁର ଉପନିର୍ବାଚନ, ଶୁକ୍ରବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୧।୧୨ : ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ପ୍ରଚାର ଜାରି ରହିଛି । ତିନି ପ୍ରମୁଖ ଦଳର ନେତାମାନେ ଏଠାରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି । ଆସନ୍ତା ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ମୁଖ୍ୟମନ୍ତ୍ରୀ ଆସନ୍ତା ଡିସେମ୍ବର ୨ ତାରିଖରେ ପଦ୍ମପୁର ପ୍ରଚାରରେ ଆସିବେ । ପଦ୍ମପୁର ଏନ୍‌ଏସି ସମେତ ୩ ବ୍ଲକ୍‌ ରାଜବୋଡ଼ାସମ୍ବର, ପାଇକମାଳ ଓ ଝାରବନ୍ଧ ବ୍ଲକରେ ୩ଟି […]

ରାଜ୍ୟ

ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଟାଙ୍ଗୀ ୦୧।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା କାର୍‌ । ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଏକ୍‌ କାର୍‌ଟି ବାଲୁଗାଁ ଆଡୁ ଖୋର୍ଦ୍ଧା ପଟୁ ଆସୁଥିଲା । ଏହି ସମୟରେ ଏକ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା କାର୍‌ । ଯାହାଫଳରେ କାର୍‌ରେ ଥିବା ୪ଜଣଙ୍କ ମୃତ୍ୟୁ ହୋଇଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଅଂଶଗ୍ରହଣ କରିବେ ଦେଶ ବିଦେଶର ଶିଳ୍ପ ସମ୍ରାଟ

ଭୁବନେଶ୍ୱର ୧୨।୧୨ : ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ। ଜନତା ମଇଦାନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଜନତା ମଇଦାନର କାର୍ଯ୍ୟକ୍ରମ ସ୍ଥଳରେ। ସାଙ୍ଗରେ ଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ସେଠାରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ। ତେବେ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେକ୍ ଇନ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ

ଭୁବନେଶ୍ୱର ୩୦।୧୧ : ଇଡିରେ ପାଇଁ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ । ବୁଧବାର ହାଜର ହେବା ହେବା ପାଇଁ ଅବିନାଶଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୁପ୍ରିମ ଅଟୋ ମୋବାଇଲର ମୁଖ୍ୟ ପରିଚାଳକ ହେଲେ ଅବିନାଶ । ସେପଟେ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜରେ ପ୍ରଡକ୍ସନ ରିମାଣ୍ଡ ଉପରେ ଶୁଣାଣି ହେବ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପ୍ରଡକ୍ସନ ରିମାଣ୍ଡ ପାଇଁ କୋର୍ଟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର ୩୦।୧୧ : ଶୀତରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ଥିବା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାର ଆଉ ୩ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳକୁ ରହିଛି। ସେହିପରି ଜି. ଉଦୟଗିରି, ଫୁଲବାଣୀ ଓ ଦାରିଙ୍ଗବାଡ଼ି। ଜି. ଉଦୟଗିରିର ତାପମାତ୍ରା ୯ଡିଗ୍ରୀ ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୯.୫ […]

ରାଜ୍ୟ

ବିଶ୍ରାମ ବେଳେ ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମିନି ଟ୍ରକ

ସମ୍ବଲପୁର ୩୦।୧୧: : ୪ଟି ପିକଅପ୍ ଗାଡ଼ି ଉପରେ ମାଡ଼ିଗଲା ମିନିଟ୍ରକ। ବିଳମ୍ବିତ ରାତିରେ ରେଢାଖୋଲ ଭୀମଭୋଇ ଛକ ନିକଟରେ ଘଟିଛି ଏହି ଅଘଟଣ । ୪ଟି ପିକଅପ ଗାଡ଼ିର ଡ୍ରାଇଭର କଟକରୁ ନିଜନିଜର ସାମଗ୍ରୀ ବୋଝେଇ କରି ବରଗଡ଼ ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତିରେ ଅନିଦ୍ରା ହୋଇ ବିଶ୍ରାମ ନେବା ପାଇଁ ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ଗାଡ଼ି ଅଟକାଇ ପଛକୁ ପଛ ରଖିଥିଲେ। ଏହି ସନୟରେ ସାମ୍ନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆନ୍ଦୋଳନରେ ବସିଲେ ଆଇନଜୀବୀ, ପୋଲିସ ଓ ଓକିଲ ଧସ୍ତାଧସ୍ତି

ସମ୍ବଲପୁର ୩୦।୧୧: ପୁଣି ଥରେ ଆନ୍ଦୋଳନରେ ବସିଲେ ଓକିଲ। ପ୍ରତି ବୁଧବାର ପରି ଆଜି ମଧ୍ୟ ସମ୍ବଲପୁରରେ ଆନ୍ଦୋଳନରେ ବସିଲେ ଓକିଲ। ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ବିଚାରପତିଙ୍କୁ କୋର୍ଟ ଯିବାକୁ ବାରଣ କଲେ ଆନ୍ଦୋଳନକାରୀ ଆଇନଜୀବୀ। ଏହି ସମୟରେ ପୋଲିସ୍ ଓ ଆନ୍ଦୋଳନକାରୀ ଆଇନଜୀବୀଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି। ପରିସ୍ଥିତି ଠିକ୍ ନଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମୋହର, ବେସାମରିକ ବିମାନ ଚଳାଚଳ ନୀତିକୁ ଅନୁମୋଦନ

ଭୁବନେଶ୍ୱର ୩୦।୧୧ : ସରିଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି କ୍ୟାବିନେଟ୍‌ ବୈଠକରେ ୧୨ଟି ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ପାଇଛି । ଖାସ୍‌ କରି ପୂର୍ବରୁ ଷୋଷଣା ହୋଇଥିବା ଦମନ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବାକୁ କ୍ୟାବିନେଟ୍‌ ମୋହର ମାରିଛି । ସେହିପରି ଅନ୍ୟସବୁ ପ୍ରସ୍ତାବ ମଧ୍ୟରେ ନୂଆ ବୟନ ଶିଳ୍ପ ନୀତି, ଓଡିଶା କାରଖାନା ନିଯୁକ୍ତ ସଂଶୋଧନ ସର୍ତ୍ତାବଳୀ , ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ୍‌ ପଲିସି-୨୦୨୨, ଭେହିକିଲ୍ ସ୍କାପ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ, ମହାପ୍ରଭୁଙ୍କୁ ଘୋଡ଼ଲାଗି

ପୁରୀ : ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳର ଅଂଶବିଶେଷ ପ୍ରାବରଣ ବା ଓଢ଼ଣ ଷଷ୍ଠୀ ନୀତି ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଶୀତରୁ ରକ୍ଷା ପାଇଁ ମହାପ୍ରଭୁଙ୍କୁ ଆଜିଠାରୁ ଘୋଡ଼ଲାଗି କରାଯାଇଛି। ସପ୍ତାହକୁ ୭ ରଙ୍ଗରେ ଘୋଡ଼ଲାଗି ହେଉଥିବା ମହାପ୍ରଭୁଙ୍କୁ ଆଜି ପ୍ରଥମ ଦିନରେ ୫ ରଙ୍ଗର ମିଶ୍ରିତ ରଙ୍ଗର ଘୋଡ଼ଲାଗି କରାଯାଇଛି। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଓଢ଼ଣ ଷଷ୍ଠୀ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। […]