ପୁରୀରେ ଝାଡ଼ାବାନ୍ତି ଅଣାୟତ୍ତ; ଗୋଟିଏ ଦିନରେ ମହିଳା, ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ
ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ଜଣେ ମହିଳା ଓ ପୁରୁଷ ଶୁକ୍ରବାର ଦିନ ଆଖି ବୁଜିଛନ୍ତି। ମୃତ ମହିଳା ଶ୍ରୀମନ୍ଦିର ନିକଟ ବିମାନବଡ଼ୁସାହିର ସୋମନାଥ ଦାସଙ୍କ ପତ୍ନୀ ବାସନ୍ତୀ ଦାସ(୭୦)। ପୁରୁଷ ଜଣକ ହେଉଛନ୍ତି ବାସେଳିସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ(୭୧)। ଉଭୟ ତିନି ଚାରିଦିନ ତଳୁ ଝାଡ଼ାବାନ୍ତିରେ ପଡ଼ିଥିଲେ ବୋଲି ପରିବାର ଲୋକେ […]









