ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗର୍ଭପାତ ପାଇଁ ପ୍ରତିଷ୍ଠା ହେବ ଆଉ ୧୧ଟି ମେଡିକାଲ ବୋର୍ଡ

ଭୁବନେଶ୍ବର : ଗର୍ଭ ଧାରଣର ୨୪ ସପ୍ତାହ ପରେ ଗର୍ଭପାତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ଆଉ ୧୧ଟି ମେଡିକାଲ ବୋର୍ଡ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସବୁ ମେଡିକାଲ କଲେଜରେ ଏହି ମେଡିକାଲ ବୋର୍ଡ ପ୍ରତିଷ୍ଠା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ୨୦ ସପ୍ତାହ ପରେ ଆଇନସମ୍ମତ ଗର୍ଭପାତ ପାଇଁ କୋର୍ଟରୁ ଅନୁମତି ଆଣିବାକୁ ପଡ଼ୁଥିଲା। ତେବେ ମେଡିକାଲ ଟର୍ମିନେସନ ପ୍ରେଗ୍ନେନ୍ସି(ଏମ୍‌ଟିପି) ଆଇନ ୧୯୭୧ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀଘ୍ର ସରିଗଲା ଦିନ: ଆଜିଠାରୁ ଦିନ ବଢ଼ିବ, ଛୋଟ ହେବ ରାତି

ଭୁବନେଶ୍ବର : ଗତକାଲି (ଗୁରୁବାର) ଥିଲା ଚଳିତ ବର୍ଷର ସବୁଠୁ ଛୋଟ ଦିନ। ସକାଳ ପ୍ରାୟ ୬ଟା ୧୭ରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସଂଧ୍ୟା ୫ଟା ୧୨ରେ ସୂର୍ଯ୍ୟାସ୍ତ ହୋଇଥିଲା। ଆଜିଠାରୁ ଦିନ ବଢ଼ିବ ଓ ରାତି ଛୋଟ ହୋଇଯିବ। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନାନୁସାରେ, ବର୍ଷକୁ ଗୋଟେ ଦିନ ବଡ଼ ଓ ଗୋଟେ ଦିନ ଛୋଟ ହୁଏ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହୋଇଥାଏ। ଯେମିତି ଡିସେମ୍ବର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଟ୍ରମା କେୟାର ୟୁନିଟ୍‌

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଲେଭଲ-୩ ଟ୍ରମା କେୟାର ୟୁନିଟ୍‌। ଜାତୀୟ ରାଜପଥରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଏସବୁ ୟୁନିଟ୍‌କୁ ପ୍ରତିଷ୍ଠା କରାଯିବ। ଯାହାଫଳରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇ ପାରିବ। ଭିତ୍ତିଭୂମି, ମାନବ ସମ୍ବଳ, ଯନ୍ତ୍ରପାତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଟ୍ରମା ୟୁନିଟ୍ ସଂଖ୍ୟା ୮୮କୁ ବୃଦ୍ଧି ପାଇବ। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ […]

ରାଜନୀତି ରାଜ୍ୟ

ବରଗଡ଼: କିଏ ହେବେ ବିଜେଡି ଜିଲ୍ଲା ସଭାପତି?

ବରଗଡ଼ : ପଦ୍ମପୁର ଉପନିର୍ବାଚନରେ ବିଜେଡି ଜିତାପଟ ପରେ ଏବେ କିଏ ଦଳର ବରଗଡ଼ ଜିଲ୍ଲା ସଭାପତି ହେବେ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ସଭାପତି ପଦ ଖାଲିପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସ୍ବର୍ଗତ ବରିହା ଲଗାତାର ଦୁଇପାଳି ଧରି ଏହି ଦାୟିତ୍ବରେ ଥିଲେ। କିନ୍ତୁ, ସ୍ବାସ୍ଥ୍ୟଗତ କାରଣରୁ ସେ ସେତେଟା ସକ୍ରିୟ ନଥିଲେ। ଯାହାଫଳରେ, ପଦ୍ମପୁର ନିକଟସ୍ଥ ବିଜେପୁର ନିର୍ବାଚନମଣ୍ଡଳୀରେ ଦଳ ଭିତରେ ଥିବା […]

ରାଜନୀତି ରାଜ୍ୟ

ବିଜେଡିରେ କିଶୋରଙ୍କ ଶୂନ୍ୟସ୍ଥାନ ପୂରଣ ହୋଇନି: ବର୍ଷେ ହେଲା ବିନା ସଭାପତିରେ ଚାଲିଛି ଜିଲ୍ଲା ସଂଗଠନ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତିଙ୍କ ବିୟୋଗକୁ ଇତିମଧ୍ୟରେ ଏକ ବର୍ଷ ପୂରିବ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲା ରାଜନୀତିରେ ଅନେକ ପରିବର୍ତ୍ତନ ହୋଇ ସାରିଛି। ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟ ପାଇ ବିଧାୟିକା ହୋଇ ସାରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ବିୟୋଗ ପରେ ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ ମଧ୍ୟ ବିଜେଡିର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାହ ପୂର୍ବରୁ ସ୍ବର୍ଗଦ୍ବାରରୁ ଶବ ଗଲା ଡାକ୍ତରଖାନା

ପୁରୀ : ପୁରୀ ସ୍ବର୍ଗଦ୍ବାରରେ ଗୁରୁବାର ଦିନ ଏକ ଆବେଗମୟ ଦୃଶ୍ୟ ଦେଖିବାକୁ ମିଳିଛି। ସଂସ୍କାର ପାଇଁ ଅଣାଯାଇଥିବା ଜଣେ ନାବାଳକ ଜୀବିତ ଅଛି ବୋଲି କହି ପରିବାର ଲୋକେ ପୁଣି ଡାକ୍ତରଖାନା ନେଇଯାଇଥିଲେ। ହେଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁରୀ ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀର ବାବୁଲା ଓରଫ ଉତ୍ତମ କୁମାର ସାହୁ (୧୫)। କିଛିବର୍ଷ ହେଲା ହୃଦଜନିତ ରୋଗରେ ପୀଡ଼ିତ ଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନବକଳେବରକୁ ବିତିଲାଣି ୭ବର୍ଷ: ଖର୍ଚ୍ଚ ହିସାବ ପାଉନାହାନ୍ତି ସରକାର

ଭୁବନେଶ୍ବର : ୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଲାଗି ସଜେଇ ହୋଇଥିଲା ପୁରୀ ସହର। ରାସ୍ତାଘାଟ ଉନ୍ନତୀକରଣ ସାଙ୍ଗକୁ ଦେଶ ବିଦେଶରୁ ଆସୁଥିବାରୁ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ଦେବା ଲକ୍ଷ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ସମେତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ କାମ ଦାୟିତ୍ବ ଦିଆଯାଇଥିଲା। କେଉଁ ପ୍ରକଳ୍ପ କେବେ ସରିବ ତାହାର ରୂପରେଖ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ୭ବର୍ଷ ବିତିଗଲାଣି, ମାତ୍ର ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚୋରା ବାଲିରେ ହେବ ସ୍ପୋର୍ଟ୍ସ ଏକାଡେମୀ! ୫୦୦ କୋଟି ଖର୍ଚ୍ଚ ହେବ, ଖୁବ୍‌ଶୀଘ୍ର ଟେଣ୍ଡର

ଯାଜପୁରସଦର : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ନଦୀପଠାକୁ ଚୋରାବାଲିରେ ପୋତି ଦିଆଯାଇଛି। ବର୍ତ୍ତମାନ ଏହା ଉପରେ ମାଟି ପକାଇ ସମତୁଲ କରାଯାଉଛି। ଏବେ ସୂଚନା ମିଳୁଛି ଯେ ଏଠାରେ କୁଆଡ଼େ ଏକ ସ୍ପୋର୍ଟ୍ସ ଏକାଡେମୀ କରାଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଜିଲ୍ଲାପାଳ ଅନୌପଚାରିକ ଆଲୋଚନା ବେଳେ ଗଣମାଧ୍ୟମକୁ କହିଛନ୍ତି। ଯାଜପୁର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀପଠାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଇତିହାସରେ ରେକର୍ଡ: ୧୬୦ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ବର, : ଚଳିତ ବର୍ଷ ଭିଜିଲାନ୍ସ ଚଢ଼ଉ ବେଳେ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ଏହାସହିତ ୭ କୋଟିରୁ ଅଧିକ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ଏତେ ପରିମାଣର ଟଙ୍କା କେବେ ଜବତ ‌ହୋଇ ନଥିଲା। କେବଳ ଏତିକୁ ନୁହେଁ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୭୫ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜନିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଜାରରେ ନକଲି ଔଷଧ ହାଉଯାଉ

କଟକ : ବଜାରରେ ଛାଇ ଯାଇଛି ନକଲି ଔଷଧ। ବିଶେଷକରି କୋଭିଡ୍‌ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ବାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଇଥିବା ସନ୍ଦେହ କରାଯାଉଛି। ହେଲେ, କୌଣସି ପ୍ରକାର ତଥ୍ୟ ପ୍ରମାଣ ଆଉ ନିଷ୍କର୍ସରେ କର୍ତ୍ତୃପକ୍ଷ ପହଞ୍ଚି ପାରୁ ନଥିବାରୁ ଏବେ ସନ୍ଦେହରେ […]