ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଆଜି
ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବ। ପୂର୍ବାହ୍ନରେ ହେବାକୁ ଥିବା ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାଂସଦ ଅଚ୍ୟୁତ ସାମନ୍ତ ଓ ଡିଆର୍ଡିଓର ଏରୋନେଟିକାଲ ସିଷ୍ଟମ୍ସ(ଏଏସ୍)ର ମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଟେସି ଥୋମାସ୍ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରାଯିବ। ଏଥିସହ ୨୦୨୧-୨୨ ଶିକ୍ଷାବର୍ଷ ଲାଗି ୧୬୩ଜଣଙ୍କୁ ପିଏଚ୍ଡି ଡିଗ୍ରି, ୯୯ଜଣଙ୍କୁ ସ୍ୱର୍ଣ୍ଣପଦକ, ଜଣେ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଡି. ଏସ୍ସି ଓ ଡି.ଲିଟ୍ ଡିଗ୍ରି ମିଳିବ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି […]









