ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଚଳ ଶ୍ରୀକ୍ଷେତ୍ର: ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌, ଗାଡ଼ିର ଲମ୍ବା ଧାଡ଼ି

ପୁରୀ : ଛୁଟିଦିନରେ ଅଚଳ ହେଲା ଶ୍ରୀକ୍ଷେତ୍ର। ଭିଡ଼ରେ ଫସିଲେ ଭକ୍ତ, ପର୍ଯ୍ୟଟକ ଓ ଅଞ୍ଚଳବାସୀ। ସେ ପୁରୀ ବେଳାଭୂମି ହେଉ କି ବଡ଼ଦାଣ୍ଡ। ମେଡିକାଲ୍‌ ଛକ, ମଙ୍ଗଳଘାଟ ହେଉ କି ଅଠରନଳା, ବୀରହରେକୃଷ୍ଣପୁର, ସବୁଠି ଆଜି ଲୋକେ ଟ୍ରାଫିକ୍‌ ଯନ୍ତ୍ରଣା ଭୋଗିଛନ୍ତି। ଏଥିପାଇଁ ବିଭିନ୍ନ ଛକରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ମାଇଲ୍‌ ମାଇଲ୍‌ ବାଟ ଧରି ଚାରିଚକିଆ ଓ ବଡ଼ ଗାଡ଼ିର ଲମ୍ବାଧାଡ଼ି ସବୁଠି ଲାଗିଥିଲା। ଛୁଟିଦିନରେ ଏଭଳି ଭିଡ଼ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ତରଳାଯିବ ମହାପ୍ରଭୁଙ୍କ ଦାନ ରୁପା

ପୁରୀ : ଶ୍ରୀମନ୍ଦିରକୁ ଦାନରେ ମିଳିଥିବା ରୁପା ତରଳାଯିବ। ତରଳାଯାଇ ଏଥିରେ ରୁପାଛଡ଼ ତିଆରି କରାଯିବ। ଏଥିରୁ ରୁପା ଚାଦର ପ୍ରସ୍ତୁତ କରାଯାଇ ଏହାକୁ ଦକ୍ଷିଣୀ ଘରଦ୍ବାରରେ ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାକି ରୁପାରେ ଭୁ‌ବନେଶ୍ବରୀ ମନ୍ଦିର ଗର୍ଭଗୃହ କବାଟ, ସୂର୍ଯ୍ୟମନ୍ଦିର କବାଟ, କଳାହାଟ ଦ୍ବାର ଦୁଇପାର୍ଶ୍ବରେ ଥିବା କାନ୍ଥ, ବାହାର ଭଣ୍ଡାର ଘର କବାଟ ସହ ନୀଳମାଧବ ମନ୍ଦିର କବାଟରେ ରୁପା ଆଚ୍ଛାଦିତ କରାଯିବ। ଏହି ନିଷ୍ପତ୍ତି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଓ ଶ୍ରୀମନ୍ଦିର ପରିଚାଳନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀଙ୍କୁ ରାହା ଦେଖାଉଛି ଓଡ଼ିଶା ମିଲେଟ୍‌ ମିସନ୍‌

ଭୁବନେଶ୍ବର : କପା ଚାଷ କରି ଭଲ ଦି’ ପଇସା ରୋଜଗାର କରୁଥିଲେ ବଲାଙ୍ଗୀର ଜିଲ୍ଲାର ଗୋପାଳ ବିଶି। କିନ୍ତୁ କିଛି ବର୍ଷ ହେଲା, ଉତ୍ପାଦନ କମିବା ସହ ଚାଷ ବାବଦ ଖର୍ଚ୍ଚ ବଢ଼ିବାରୁ ସେ ଚିନ୍ତାରେ ପଡ଼ି ଯାଇଥିଲେ। ତେଣୁ ତାଙ୍କ ଜେଜେ, ଅଜା କରୁଥିବା ମିଲେଟ୍‌ ଚାଷ ଆଡ଼କୁ ସେ ମୁହାଁଇଥିଲେ। ସୌଭାଗ୍ୟକୁ ଏହା ଏବେ ତାଙ୍କ ପାଇଁ ବରଦାନ ପାଲଟିଛି। ହେକ୍ଟର୍‌ ହିସାବରେ ଉତ୍ପାଦନ ସହ ଆୟ ମଧ୍ୟ ବଢ଼ିଛି। ଗୋପାଳ ଏକରେ […]

ରାଜନୀତି ରାଜ୍ୟ

ବିଜେଡି ପ୍ରତିଷ୍ଠା ଦିବସ ସ୍ବତନ୍ତ୍ର: ବୟସ ବଢ଼ୁଛି, ତଥାପି ଅପରାଜେୟ

ଭୁବନେଶ୍ବର : ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି। ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି। ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିସାରିଲାଣି। ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି। ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୋଗବର୍ଦ୍ଧନ ମଠକୁ ମହାପ୍ରଭୁ ସାହା: ପୁନରୁଦ୍ଧାର ପାଇଁ ଲୋଡ଼ା ୫କୋଟି, ଆସିଲା ୫ଲକ୍ଷ

ପୁରୀ : ଭୋଗବର୍ଦ୍ଧନ ମଠର ଭବିଷ୍ୟତ ଏବେ ବି ଅନ୍ଧାରରେ। ଶ୍ରୀକ୍ଷେତ୍ରର ଏହି ସର୍ବପ୍ରାଚୀନ ମଠ ଅଧୀନରେ ଦିନେ ୨୬ ହଜାର ଏକର ଜମିର ମାଲିକାନା ଥିଲେ ବି ଅସ୍ତିତ୍ବ ପାଇଁ ଏବେ ଯେମିତି ସଂଘର୍ଷ କରୁଛି। କିଛି ମାସ ତଳେ ‌ଜିଲ୍ଲାପାଳ ଏହି ମଠ ପରିଦର୍ଶନ କରି ତହସିଲଦାରଙ୍କୁ ରିପୋର୍ଟ ମାଗୁଥିଲେ। ଶ୍ରୀଶଙ୍କରାନନ୍ଦ ମଠ ଦେବୋତ୍ତର ଟ୍ରଷ୍ଟବୋର୍ଡ ପକ୍ଷରୁ ସଂସ୍କୃତି ବିଭାଗକୁ ଚିଠି ଲେଖି ମଠର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମଠର ସ୍ଥିତି ଏତେ […]

ରାଜନୀତି ରାଜ୍ୟ

ଜାତୀୟ ରାଜନୀତିରେ ବିଜେଡି

ଜାତୀୟ ରାଜନୀତିରେ ବିଜେଡିର ରଣନୀତିକୁ ରାଜନୀତି ବିଶେଷଜ୍ଞମାନେ ବୁଝିବାକୁ ସକ୍ଷମ ହୋଇନାହାନ୍ତି। ପ୍ରାଥମିକ ଅବସ୍ଥାରେ ବିଜେଡି ଏନ୍‌ଡିଏରେ ସାମିଲ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ପଦ ପାଇଥିଲା। କିନ୍ତୁ ୨୦୦୪ ପରେ ଆଉ କୌଣସି ସରକାରରେ ସାମିଲ ହୋଇ ନାହିଁ ବିଜେଡି। ଏପରିକି ଏନ୍‌ଡିଏରୁ ବାହାରି ଆସିଛି ଦଳ। ୨୦୦୪ ପରେ ୟୁପିଏ ଦୁଇ ଥର ଶାସନ କରିଥିଲା ବେଳେ ଏନ୍‌ଡିଏର ଦ୍ବିତୀୟ ପାଳି ଚାଲିଛି। କିନ୍ତୁ ଉଭୟ ୟୁପିଏ ଓ ଏନ୍‌ଡିଏ ଠାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ: ପିଲାମାନେ, ବଡ଼ ହେଲେ କଣ ହେବ?

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଆସୁଥିବା ‘ସର୍ଗିଫୁଲ’ ମହୋତ୍ସବ (୧୦ମ ସଂସ୍କରଣ) ଆଜି ଆଦିବାସୀ ପଡ଼ିଆରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସରଗି ଫୁଲ ଶିଶୁ ମହୋତ୍ସବରେ ଶିଶୁଙ୍କୁ ସଫଳତାର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଲେ, ପିଲାମାନେ ବଡ଼ ହେଲେ କଣ ହେବ? ଛାତ୍ରଛାତ୍ରୀଙ୍କୁ […]

ଅପରାଧ ରାଜ୍ୟ

ବିନା ସ୍ବୀକୃତିରେ ଚାଲିଛି ୧୨୮୬ ସ୍କୁଲ

ଭୁବନେଶ୍ବର : ବିନା ସରକାରୀ ସ୍ବୀକୃତିରେ ସ୍କୁଲ ଚଲାଉଛନ୍ତି କି? ଯଦି ରାଜ୍ୟର କୌଣସି ସଂସ୍ଥା ସେଭଳି କାର୍ଯ୍ୟ କରୁଥାନ୍ତି ତେବେ ସାବଧାନ। ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଯେଉଁମାନେ ସ୍ବୀକୃତି ବିନା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସେମାନଙ୍କୁ ପବ୍ଲିକ ନୋଟିସ୍‌ ଦିଆଯିବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସ୍କୁଲ ବିରୋଧରେ ଥାନାରେ ଏତଲା ଦିଆଯିବ। କେଉଁ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତାହାର ତାଲିକା ମଧ୍ୟ ଇତିମଧ୍ୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତା

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଘେରିଛନ୍ତି।। ପ୍ଲାକାର୍ଡ ଧରି ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ କହିଛନ୍ତି, ସେମାନଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଏହି ଘେରାଉ ଜାରି ରହିବ। ମାଧ୍ୟମିକ ଶିକ୍ଷକ ସଂଘର ସଦସ୍ୟମାନଙ୍କ କହିବା ଅନୁଯାୟୀ, ସେମାନଙ୍କୁ ନୂତନ ପେନସନ ଯୋଜନା ଭୁକ୍ତ କରାଯାଉ। ଏଥିସହ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପଦରେ ଶ୍ରୀଗୁଣ୍ଡିଚା ମନ୍ଦିର: ଖଣ୍ଡଖଣ୍ଡ ହୋଇଯାଇଛି ନାଟମଣ୍ଡପ ବିମ୍‌

ପୁରୀ : ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ନାଟମଣ୍ଡପ ଛାତକୁ ଧରି ରଖିଥିବା ବିମ୍‌ ସବୁ ଖଣ୍ଡ ଖଣ୍ଡ ହୋଇଯାଇଛି। ଉତ୍ତରପାର୍ଶ୍ବ ବିମ୍‌ ମଝିରୁ ଦୁଇଖଣ୍ଡ ହୋଇ ଝୁଲି ରହିଛି। ବର୍ଷା ହେଲେ ନାଟମଣ୍ଡପ ଛାତରୁ ପାଣି ଗଳୁଛି। ତୁରନ୍ତ ମରାମତି ନ ହେଲେ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟି ଏହି ରିପୋର୍ଟ ଦେବାପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି। ବ୍ୟୟ ଅଟକଳ ପରେ […]