ରାଜ୍ୟ ସ୍ପେଶାଲ ରିପୋର୍ଟ

‘କେକେବିଏନ୍‌’ ପରେ ଏବେ ‘ବିଜିଏନ୍‌’, କନ୍ଧମାଳ ପୁଲିସର ମୁଣ୍ଡବିନ୍ଧା ବଢ଼ିଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ‘କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼’ (କେକେବିଏନ୍‌) ମାଓ ଡିଭିଜନର ତାଣ୍ଡବଲୀଳା ଚାଲିଥିବା ବେଳେ ଏବେ ପୁଣି ‘ବଂଶଧାରା-ଘୁମୁସର-ନାଗାବଳୀ’ (ବିଜିଏନ୍‌) ମାଓ ଡିଭିଜନର ହିଂସାକାଣ୍ଡ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଏକାସାଙ୍ଗରେ ଦୁଇ ଦୁଇଟି ମାଓ ଡିଭିଜନର ହିଂସାତ୍ମକ କାର୍ଯ୍ୟକଳାପକୁ ପୁଲିସ କିଭଳି ମୁକାବିଲା କରିବ, ତାହା ‌ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପୂର୍ବରୁ କନ୍ଧମାଳ ଜିଲ୍ଲାର କନ୍ଧମାଳ-କଳାହାଣ୍ଡି ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ କେକେବିଏନ୍‌ ମାଓ ଡିଭିଜନ ବିଭିନ୍ନ ହିଂସାକାଣ୍ଡ ଘଟାଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ବଳିପଡ଼ିଲେ ହଜାର ହଜାର ପଶୁପକ୍ଷୀ

ଦେଓଗାଁ: ଆଦିବାସୀମାନଙ୍କର ପ୍ରସିଦ୍ଧ ଶୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ଆୟୋଜନ କରାଯାଇଛି। ଏହି ଯାତ୍ରାମାନେ ଆଦିବାସୀ ସଂପ୍ରଦାୟର ଲୋକେ ଉତ୍ସାହିତ ଅଛନ୍ତି। ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ (ବଡ଼ଖଳା ଓ ସାନଖଳା)ରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳେଶ୍ବରରେ ଚଳନ୍ତା ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ଆମ୍ବୁଲାନ୍‌ସ; ଜଣେ ମୃତ, ୬ ଗୁରୁତର

ଜଳେଶ୍ଵର: ଚଳନ୍ତା ଟ୍ରକକୁ ଦ୍ରୁତଗାମୀ ଆମ୍ବୁଲାନ୍‌ସ ପଛପଟରୁ ଶକ୍ତ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିଲା ‌ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଅଧିନସ୍ଥ ନହଞ୍ଜରା ନିକଟସ୍ଥ ଖୁସି ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କର ପରିଚୟ ମିଳି ନଥିଲା ବେଳେ, ସେମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏମିତି ଏକ ଗାଁ’ ଯେଉଁଠି ଆଜିପର୍ଯ୍ୟନ୍ତ ଜଣେ ବି ମାଟ୍ରିକ୍‌ ପାସ୍‌ କରିନାହାନ୍ତି

ଓଡ଼ଗାଁ : ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଓ ପାନୀୟ ଜଳ ପହଞ୍ଚି ପାରିନଥିବା ବେଳେ ସରକାରୀ ଉଦାସୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକମାନେ ଦୁର୍ଗମ ଅଞ୍ଚଳରେ ସରକାରୀ ସୁବିଧା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ଗାଁକୁ ସରକାରୀ ବାବୁଙ୍କ ପାଦ ପଡେନି। ଓଡ଼ଗାଁ ବ୍ଲକ୍ ବାଣ୍ଠପୁର ପଞ୍ଚାୟତ ନେପାଳ ଆଦିବାସୀ ଗାଁକୁ ଦେଖିଲେ ସହଜରେ ବୁଝିହେବ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଆଜି ପୂର୍ବାହ୍ନରେ ନାମ୍ପୋ ଅଞ୍ଚଳର ଅକ୍ଷୟ ଜେନା ନାମକ ଜଣେ ରୋଗୀଙ୍କୁ ଏହି ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ ଆଣିବା ସହ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହାପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ: ଶେଷ ହୋଇପାରିଲାନି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳିରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୨୦୧୩ରେ ହୋଇଥିଲା ଶିଳାନ୍ୟାସ। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ନାବାର୍ଡ ପକ୍ଷରୁ ଏଥିପାଇଁ ୪୯ କୋଟି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଶିଳାନ୍ୟାସ ହେବାର ବର୍ଷ ପରେ ବର୍ଷ ବିତିଯାଇ ଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୨୦୧୪ ମସିହାରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରେଙ୍ଗାଳିରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ

ସୁନ୍ଦରଗଡ଼/ବୁର୍ଲା : ଭିମ୍‌ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ନଛାଡ଼ିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ପ୍ରସୂତିଜନିତ ଯନ୍ତ୍ରଣା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ […]

ରାଜନୀତି ରାଜ୍ୟ

ଆଜି ବିଜେଡି ପାଳିବ ‌ରୌପ୍ୟ ଜୟନ୍ତୀ, ନୂଆବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର

ପୁରୀ : ସୋମବାର ଦିନ ବିଜେଡି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ରାଜ୍ୟସ୍ତରୀୟ ସମା‌ବେଶ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର କର୍ମକର୍ତ୍ତା ଯୋଗଦେବେ। ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିବେ। ୨୦୨୪ ନିର୍ବାଚନ ପାଇଁ ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବାକୁ ଗୁରୁମନ୍ତ୍ର ଦେବେ। ସେହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁଶୁଡ଼ିଲାଣି ଲାଲଗଡ଼; ୮ ବର୍ଷରେ ଆତ୍ମସମର୍ପଣ କଲେଣି ୨୧୦ ହାର୍ଡକୋର ମାଓବାଦୀ

ଭୁବନେଶ୍ବର, (ତାପସ ଦାସ): ଭୁଶୁଡ଼ୁଛି ଲାଲଗଡ଼। ଦିନ ଥିଲା ସେମାନେ ମାଓବାଦୀମାନଙ୍କୁ ସହଯୋଗର ହାତ ବଢ଼ାଇ ଦେଉଥିଲେ। କେବଳ ସହଯୋଗର ହାତ ନୁହେଁ, ଶରୀର ଅସୁସ୍ଥ ହେଲେ ଔଷଧ ଆଣି ଦେଉଥିଲେ। ରାସନ କିଣି ଦେଉଥିଲେ। ଆଉ ଆବଶ୍ୟକ ହେଲେ ରାତି ବେଳା ରୋଷେଇ କରି ଖୁଆଇ ଗାଁରେ ଆଶ୍ରୟ ଦେଉଥିଲେ। କିନ୍ତୁ ଏବେ ସେହିମାନଙ୍କ ସ୍ଲୋଗାନ୍ ହେଉଛି ‘ମାଓବାଦୀ ମୁର୍ଦାବାଦ’। ଲାଲଗଡ଼ର ଅଣ୍ଟା ଏବେ ଭାଙ୍ଗିବା ଆରମ୍ଭ କଲାଣି। ଧୀରେ ଧୀରେ ମାଓବାଦୀମାନଙ୍କଠାରୁ ସେମାନେ ଦୂରେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସନ୍ତା ୨ ଦିନ କମ୍‌ ଶୀତ

ଭୁବନେଶ୍ବର : ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଶନିବାର ରାତି ଅପେକ୍ଷା ରବିବାର ଦିନ ବିଭିନ୍ନ ସ୍ଥାନରେ ପାରଦସ୍ତରରେ ସାମାନ୍ୟ ବୃଦ୍ଧି ଘଟିଛି। ୫ ଡିଗ୍ରିକୁ ଖସିଥିବା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଶନିବାର ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରି ଓ ସେମିଳିଗୁଡ଼ାଠାରେ ୬.୫ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀର ଓ କୋରାପୁଟରେ ୮.୫ ଡିଗ୍ରି, ଢେଙ୍କାନା‌ଳରେ ୯.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ […]