ରଥକାଠ ଅନୁକୂଳ ପାଇଁ ଗଲା ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ
ପୁରୀ : ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତାବର୍ଷର ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାର ଅନୁମତି ମାଗିବାକୁ ଶ୍ରୀମନ୍ଦିର ପ୍ରଶାସନର ୪ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ସୋମବାର ଦିନ ନୟାଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ ଭେଟି ରଥକାଠ ଅନୁକୂଳର ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ […]









