ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦାୟ ବାଇଶି: ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ଚର୍ଚ୍ଚା‌ରେ ପୁପୁନ୍‌, ନିଦ ହଜାଇଲା ଅମ୍ରିତ୍‌ ଅପହରଣ ଘଟଣା

ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ଚର୍ଚ୍ଚା‌ରେ ପୁପୁନ୍‌ ରାମଲୀଳାରେ ଝୁଲ୍‌ରେ ନିତାଇ ଝୁଲ୍‌ ଗାଇ ବେଶ୍‌ ଚହଳ ସୃଷ୍ଟି କରିଥିଲେ ନୟାଗଡ଼ ଭାଟ୍ଟସାହିର ଭାଇରାଲ୍‌ ବୟ ପୁପୁନ୍‌ ବିଶ୍ବାଳ। ନାରଦ ଭୂମିକାରେ ପୁପୁନ୍‌ ଏହି ଗୀତ ମଞ୍ଚରେ ଗାଇଥିବା ବେଳେ, ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ‌ହୋଇଥିବା ଦେଖିବାକୁ ମିଳିଥିଲ। ଏହି ସ୍ବରକୁ ନକଲ କରି ଓଡ଼ିଶାର ସବୁ ପ୍ରମୁଖ କଣ୍ଠଶିଳ୍ପୀ ଗୀତ ଗାଇବା ସହିତ ଅନେକ ନିର୍ବାଚନୀ ଗୀତ ମଧ୍ୟ ପ୍ରସ୍ତୁତ ହୋଇଥିବା ଦେଖାଯାଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ: ଶହଶହ ସଂଖ୍ୟାରେ ପୋଢ଼, ବୋଦା, କୁକୁଡ଼ା ବଳି

ଦେଓଗାଁ: ଆଦିବାସୀଙ୍କ ପରମ୍ପରା ଆଗରେ ହାର୍‌ ମାନିଛି ଆଧୁନିକତା। ଧାର୍ମିକ ଭାବନା ସହ ଜଡ଼ିତ ଶୁଲିଆ ଯାତ୍ରାରେ ପଶୁରକ୍ତରେ ଲାଲ୍‌ ହୋଇଛି ଶୁଲିଆପୀଠ। ବଳି ଚଢ଼ାଛନ୍ତି ମାନସିକଧାରୀ। ଦେଖଣାହାରୀ ସାଜିଛନ୍ତି ପ୍ରଶାସନ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଦୁଇଟି ଖଳାରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ଶୁଲିଆଯାତ୍ରା। ସୋମବାର ରାତିରେ ନିଶି ପୂଜା ଆରମ୍ଭ ହୋଇଥିଲା। ମଧ୍ୟରାତ୍ରିରୁ ମୁଖ୍ୟ ପୂଜକ ସୋମନାଥ ଦେହେରୀ ପୂଜା ସାମଗ୍ରୀ ଓ ପାଟଖଣ୍ଡା ଧରି ଖଳାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା ଜାରି: ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ନାହିଁ, କାକରରେ ଭିଜୁଛି ଧାନ

ଭୁବନେଶ୍ବର: ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥା। ପେକ୍ସ କମ୍ପୁଟରୀକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ରାଜ୍ୟରେ ସ୍ଥିତ ୬ ଟି ଜିଲ୍ଲା କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ାରେ ବିନା ପେକ୍ସରେ ଧାନ ସଂଗ୍ରହ ହେଉଛି। ଆଗାମୀ ଦିନରେ ମଧ୍ୟ ଏଠାରେ ନୂତନ ପେକ୍ସ ପାଇଁ ପ୍ରସ୍ତାବ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଏହି ଜିଲ୍ଲାମାନଙ୍କରେ କେଉଁଠି ପଞ୍ଚାୟତ କାର୍ଯ୍ୟାଳୟରେ ତ କେଉଁଠି ଖୋଲା ପଡ଼ିଆରେ ଧାନ ବିକ୍ରି ହେଉଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦଚିହ୍ନ ୨୦୨୨ : ମଣ୍ତିକୁ ନେଇ ମହାସମସ୍ୟା, ଏନ୍‌ଜିଟି ଛାଟ

୨୦୨୧–୨୨ ଖରିଫ ଧାନ ସଂଗ୍ରହ ପାଇଁ ପ୍ରାୟ ୧ ମାସ ବିଳମ୍ବରେ ଧାନ ମଣ୍ତି ଖୋଲିଥିଲା। ପୂର୍ବ ୩ବର୍ଷ ଧରି ଡିସେମ୍ବର ମାସରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ମାସରୁ ଧାନ ସଂଗ୍ରହ ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଜାନୁଆରୀ ୧୨ ତାରିଖରେ ତତ୍‌କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ବ୍ଲକ୍‌ର କଁପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନମଣ୍ତି ଉଦ୍‌ଘାଟନ କରିଥିଲେ। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

’୨୨ ଦର୍ପଣ: କନ୍ଦେଇଲା ମକରା, ରାଜୁଆ, ଧନୁଆ, କୁଶଭଦ୍ରା

ସେୟାର ଚଳିତବର୍ଷ ପୁରୀ ଜିଲ୍ଲାରେ ବନ୍ୟା ଦୁର୍ଦ୍ଦଶା ଭୟଙ୍କର ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ଓ ଲେଉଟା ପାଣି ଗାଁ ଗଣ୍ଡାକୁ ବୁଡ଼ାଇବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ବନ୍ୟା ପାଣିର ଆଁ ଜିଲ୍ଲାର ୩ଶହରୁ ଅଧିକ ଗାଁକୁ ଗିଳି ଦେଇଥିଲା। ଫଳରେ ଲକ୍ଷ ଲକ୍ଷ ‌ଲୋକ ଜଳବନ୍ଦୀ ଜୀବନ କାଟିଥିଲେ। କିଏ ଘର ଛାତ ଉପରେ ତ’କିଏ ନଈ ବନ୍ଧ ଉପରେ ଆଶ୍ରୟ ନେଇଥିଲେ। ଗାଈଗୋରୁ, ମଣିଷ ସମସ୍ତେ ଭୋକଉପାସରେ ଏକାଠି […]

ଅପରାଧ ରାଜ୍ୟ

ଫୁଟ୍‌ବଲ୍‌ ଖେଳ ବେଳେ ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ସଦର ଥାନା ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡ଼ିସାହିରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ମହାଦେଈଯୋଡ଼ା ମୁଣ୍ଡାସାହିର ବିକି ମୁଣ୍ଡା (୨୫)। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁରୁଡ଼ିସାହିରେ ଆଜି ଅପରାହ୍ନ ସାଢ଼େ ୩ଟାବେଳେ ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଖେଳ ଚାଲିଥିଲା। ବିକି ପଡ଼ିଆରେ […]

ଅପରାଧ ରାଜ୍ୟ

ଟ୍ରକ୍‌ ତଳେ ଚପି ବାପା-ପୁଅ ମୃତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର୍ ଜାତୀୟ ରାଜପଥର ବଡ଼ଘାଟିରେ ଆଜି ଭୋର୍‌ରୁ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହାତଳେ ଚାପି ହୋଇ ବାଇକ୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)। ଉଭୟ ବାପାପୁଅ କାମ କରିବା ପାଇଁ ଭୋର୍‌ରୁ ବାଇକ୍ ଯୋଗେ ଭେଜିପୁଟ ଯାଉଥିବା ବେଳେ ବଡ଼ଘାଟିଠାରେ ଉକ୍ତ ମାଲ୍ ବୋଝେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ.ସୁନୀଲକାନ୍ତ ବେହେରାଙ୍କ ଆଜି ତାଙ୍କ ବ୍ରହ୍ମପୁର ହିଲ୍‌ପାଟଣା ଗୋପବନ୍ଧୁନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରଫେସର ଡ. ବେହେରା କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥତା ହେତୁ ଛୁଟିନେଇ ବିଶ୍ରାମ ନେବାପରେ ଗତ ୨୧ ତାରିଖ ଦିନ ବ୍ରହ୍ମପୁର ଫେରିଥିଲେ। ଆଜି ବାସଭବନରେ ଦ୍ବିପ୍ରହର ଭୋଜନ ପରେ ଅସୁସ୍ଥତା ଅନୁଭବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

’୨୨ ଦର୍ପଣ: ଚର୍ଚ୍ଚାରେ ପରିକ୍ରମା ପ୍ରକଳ୍ପ

ସରି ସରି ଆସୁଛି ୨୦୨୨ ମସିହା। ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲା ଏହି ବର୍ଷଟି। ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ, ଅବା ପ୍ରଳୟଙ୍କରୀ ବନ୍ୟା, ସବୁକିଛି ଢେର ଦିନ ଯାଏ ଜନମାନସକୁ ଆଚ୍ଛାଦିତ କରି ରଖିଥିଲା। ତେବେ ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବୁଝାଏ। ୨୦୨୨ରେ ମଧ୍ୟ ମହାପ୍ରଭୁଙ୍କୁ ନେଇ ବେଶ୍ କିଛି ରୋଚକ ଘଟଣା ଘଟିଛି। କରୋନାଜନିତ କଟକଣା ଯୋଗୁ ଦୁଇବର୍ଷ ପରେ ବର୍ଷ ଆରମ୍ଭରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦଚିହ୍ନ ୨୦୨୨: ଚର୍ଚ୍ଚାରେ ଚିଲିକା ବିଧାୟକ

ଅଦୃଶ୍ୟ ଶତ୍ରୁ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ କଟକଣା, ଭୟ ତଥା ସଂଶୟରେ କଟିଥିଲା। ଦୁର୍ଭାଗ୍ୟଜନକ ଭାବେ ‘୨୦୨୨’ ମଧ୍ୟ ସେହି କରୋନା ମହାମାରୀର ଭୟ ଓ ଆତଙ୍କ ଭିତରେ ଆରମ୍ଭ ହୋଇଥିଲା। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଆତଙ୍କିତ ହୋଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ‌ରେ ୨୦୨୨ରେ ଜିଲ୍ଲାବାସୀଙ୍କୁ କିଛି ଖୁସି ଖବର ବି ମିଳିଥିଲା। ଏବର୍ଷ ରେକର୍ଡ ୧୦ ଲକ୍ଷ ୭୪ ହଜାର ବିଦେଶାଗତ ପକ୍ଷୀ ଚିଲିକାକୁ ଆସିବାର […]