ପୁଲିସ ମାମଲାରେ ଦୋଷୀ ସାବ୍ୟସ୍ତ ସ୍ଥିତି ଉଦ୍ବେଗଜନକ: ୧୦୦ ଅଭିଯୁକ୍ତରେ ମାତ୍ର ୬ ଦୋଷୀ
କଟକ, (ଚିରଂଜୀବୀ କର): ସମ୍ବେଦନଶୀଳ ଅପରାଧୀକ ମାମଲାରେ ସରକାରୀ ସାକ୍ଷୀ ଭାବେ ତଳିଆ ପୁଲିସ କର୍ମଚାରୀମାନେ କୋର୍ଟରେ ବୟାନ ବଦଳାଉଛନ୍ତି। ଘଟଣାସ୍ଥଳରୁ ଜବତ ହୋଇଥିବା ସାମଗ୍ରୀ ତାଲିକାରେ ଦସ୍ତଖତ କରିଥିବା ସତ୍ତ୍ବେ କୋର୍ଟରେ ଏହାକୁ ଏଡ଼ାଇ ଦେଉଛନ୍ତି। ତଦନ୍ତକାରୀ ଅଧିକାରୀ ଜବତ ତାଲିକାରେ ଯେଉଁ ସାମଗ୍ରୀ ସମ୍ପର୍କରେ ଉଲ୍ଲେଖ କରୁଛନ୍ତି, ସେ ସଂପର୍କରେ ସାକ୍ଷୀଙ୍କୁ ଉପଯୁକ୍ତ ଭାବେ ଅବଗତ କରାଯାଉନାହିଁ। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ଦୋଷୀ ସାବ୍ୟସ୍ତ ହାର ଉଦ୍ବେଗଜନକ ଭାବେ ହ୍ରାସ ପାଉଛି। […]









