କଲେଜ ଛାତ୍ରୀଙ୍କୁ ଅପହରଣ କରି ଫିଙ୍ଗିଦେଲେ: ହାତ-ଗୋଡ଼-ମୁହଁ ବନ୍ଧା ଅବସ୍ଥାରେ ଉଦ୍ଧାର
ସାଲେପୁର: ସାଲେପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମ କରିଛନ୍ତି। ଦିନ ଦ୍ବିପହରରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଛାତ୍ରୀଙ୍କୁ ଚିତ୍ରୋତ୍ପଳା ନଦୀପଠାରେ ଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର ଗୃହରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କର ହାତ, ଗୋଡ଼ ଓ ମୁହଁ ବାନ୍ଧି ଦୁର୍ବୃତ୍ତମାନେ ସେଠାରେ ପକାଇ ଦେଇଥିଲେ। ତାଙ୍କୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, […]









