ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ସାଧାରଣ ପାସ୍‌ପୋର୍ଟ ବ୍ୟବହାର କରିଥିଲେ ଆନ୍ଥେଭ

ରାୟଗଡ଼ା: ରୁଷ୍‌ ପର୍ଯ୍ୟଟକ ପାଭେଲ୍ ଆନ୍ଥେଭ, ଭ୍ଲାଦ୍‌ମିର୍ ବିଦାନୋଭ ସାଧାରଣ ପାସ୍‌ପୋର୍ଟରେ ଭାରତ ଭ୍ରମଣରେ ଆସିଥିଲେ। ଆନ୍ଥେଭ ଜଣେ ସାଂସଦ ହୋଇଥିବାରୁ ତାଙ୍କୁ ନିଶ୍ଚିତ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ମିଳିଥିବ। କିନ୍ତୁ, ଭାରତ ପରିଭ୍ରମଣରେ ଆସିବାପାଇଁ ଏହି ପାସ୍‌ପୋର୍ଟ ସେ କାହିଁକି ବ୍ୟବହାର କରିନଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆନ୍ଥେଭ ରୁଷ୍‌ର ନିର୍ବାଚିତ ଲୋକପ୍ରତିନିଧି ହୋଇଥିବା ବେଳେ ରୁ‌ଷ୍‌-ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷ୍‌ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିଲେ। ନିଜ ବ୍ଲଗ୍‌ରେ ୟୁକ୍ରେନ୍ […]

ରାଜ୍ୟ

ବାସନ୍ଦ ପାଇଁ ପଡ଼ିରହିଲା ମହିଳାଙ୍କ ଶବ: ଶାଶୂ, ଶ୍ବଶୁର ବି ଛୁଇଁଲେନି

ବଲାଙ୍ଗୀର/ଦେଓଗାଁ: ଜାତି ସମାନ, ହେଲେ ଉପଜାତି ଭିନ୍ନ। ଏଥିପାଇଁ ୩ବର୍ଷ ଧରି ଏକ ଦମ୍ପତି ବାସନ୍ଦ ଭଳି ସାମାଜିକ କଟକଣା ଭୋଗୁଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି। ହେ‌ଲେ, ସାଇପଡ଼ିଶା କି ସମ୍ପର୍କୀୟ ଆହା ପଦେ କହିବା ଦୂରେଥାଉ ଶବ ବି ଛୁଇଁ ନଥିଲେ। ଫଳରେ, ୬ ଘଣ୍ଟାଧରି ଶବ ପଡ଼ି ରହିଥିଲା। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଶବ ସତ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କରୁଆଁଝର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା […]

ଅପରାଧ ରାଜ୍ୟ

ପୁଅର ଶବ ଗାଁକୁ ନ ଆଣିବାରୁ ମା’ ବାସନ୍ଦ: ମାସେ ହେଲା ଦୁଇପୁଅ ସହ ଗଛମୂଳେ

ଆନନ୍ଦପୁର: ଭେଣ୍ଡିଆ ପୁଅର ମୃତ୍ୟୁପରେ ପାଖରେ ଟଙ୍କା ନଥିବାରୁ ଶବକୁ ଘରକୁ ଆଣିପାରିଲେ ନାହିଁ ବିଧବା ମା’ । କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଶବଦାହ କଲେ। ପୁଅର ଶବ ଗାଁକୁ ଆଣି ଶେଷକୃତ୍ୟ ନକରିବାରୁ ଗ୍ରାମବାସୀ ମହିଳାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ଫଳରେ, ସେ ନିଜ ଘରକୁ ଯାଇନପାରି ଦୁଇଛୁଆଙ୍କୁ ଧରି ହାଡ଼ଭଙ୍ଗା ଶୀତରେ ଏକ ଗଛମୂଳେ ଦିନ କାଟୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ କୋଳିମାଟି ପଞ୍ଚାୟତର […]

ଅପରାଧ ଦେଶ ବିଦେଶ

କାର୍‌ ୧୨ କିମି ଘୋଷାଡ଼ି ନେବା ଘଟଣା: ଅଂଜଳିଙ୍କ ସହିତ ଆଉ ଜଣେ ଯୁବତୀ ଥିଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କ‌ାର୍‌ ୧୨ କିମି ଘୋଷାଡ଼ି ନେବା ଘଟଣାରେ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରୁ ଜଣାପଡ଼ିଛି ଯେ ଉକ୍ତ ଯୁବତୀ କୌଣସି ଯୌନ ନିର୍ଯାତନାର ଶିକାର ହୋଇନାହାନ୍ତି। ଗାଡ଼ି ତଳେ ଘୋଷାଡ଼ି ହୋଇଯାଇଥିବାରୁ ତାଙ୍କ ଶରୀରରେ ଭୀଷଣ ଆଘାତ ଲାଗିଥିଲା କିନ୍ତୁ ତାଙ୍କ ଗୁପ୍ତାଙ୍ଗରେ କୌଣସି ପ୍ରକାର ଆଘାତ ଲାଗିନି। ନୂଆବର୍ଷ ଭୋର ସମୟରେ ଅଂଜଳି ସିଂହ ନାମ୍ନୀ ୨୦ ବର୍ଷୀୟା ଯୁବତୀ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ସ୍କୁଟିକୁ ଏକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଷ୍ଟର ଡୋଜ୍ ନେଉଛନ୍ତି ହଜାରରୁ କମ୍

ଭୁବନେଶ୍ବର: ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ପ୍ରିକସନ୍ ଡୋଜ୍ ଟିକା ଗତ ନଭେମ୍ବର ମାସରୁ ବନ୍ଦ ହୋଇଛି। ମାତ୍ର ଏବେ ପୁଣିଥରେ କରୋନା ଡରାଇବାକୁ ଆରମ୍ଭ କରିଥିବାରୁ ପ୍ରିକସନ୍ ଡୋଜ୍‌ ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଏବେ ରାଜ୍ୟରେ କେବଳ ଘରୋଇ ହସ୍ପିଟାଲରେ କେବଳ ପ୍ରିକସନ୍ ଡୋଜ୍ ଉପଲବ୍ଧ ହେଉଛି। ମାତ୍ର ତାହା ଉତ୍ସାହଜନକ ନୁହେଁ। ରାଜ୍ୟବ୍ୟାପୀ ଦୈନିକ ହଜାରରୁ ବି କମ୍ ପ୍ରିକସନ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’: ସ୍ବାଗତ କଲେ ପ୍ରିୟଙ୍କା

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ବାଗତ କରିଛନ୍ତି। ୯ ଦିନର ଖ୍ରିଷ୍ଟମାସ ଏବଂ ନୂଆବର୍ଷ ବିରତି ପରେ ଆଜି ପୂର୍ବାହ୍ନ ୧୦ଟା ସମୟରେ କାଶ୍ମୀର ଗେଟ୍‌ ନିକଟସ୍ଥ ଦିଲ୍ଲୀର ମରଘଟ ହନୁମାନ ମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନି ସୀମା ଦେଇ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ତେବେ ଉତ୍ତରପ୍ରଦେଶରେ ଯାତ୍ରା ଆଜି ପ୍ରବେଶ କରିବା ସମୟରେ ଗାଜିଆବାଦ ରୋଡ୍‌ରେ ପ୍ରବଳ ଟ୍ରାଫିକ ଜାମ ଦେଖାଦେଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟିଲେ ପ୍ରତିନିଧି

ଭୁବନେଶ୍ବର: ୮ଦଫା ଦାବିରେ ଦୀର୍ଘ ୪୫ଦିନ ଧରି ଲୋୟର୍‌ ପିଏମ୍‌ଜିରେ ଧାରଣାରେ ବସିଥିବା ଅଙ୍ଗନବାଡ଼ି କର୍ମୀମାନେ ଆଜି ରାଜଧାନୀରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଲୋୟର୍‌ ପିଏମ୍‌ଜିରୁ ଏକ ବିଶାଳ ଶୋଭାଯାତ୍ରାରେ ଆଜି ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ରାଜମହଲ ଛକରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲେ ବି କୌଣସି ଅପ୍ରୀତିକର ପରିସ୍ଥିତି ସେମାନେ ସୃଷ୍ଟି କରିନଥିଲେ। ଅଙ୍ଗନବାଡ଼ି ମହାସଂଘର ପ୍ରତିନିଧିମାନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର ସଂପର୍କ ନିବିଡ଼: ଧର୍ମେନ୍ଦ୍ର

ଭୁବନେଶ୍ବର: ଆମ ଦେଶର ଶିକ୍ଷା ବ୍ୟବସ୍ଥା‌‌ ସହ କଳା ଓ ସଂସ୍କୃତିର ନିବିଡ଼ ସଂପର୍କ ରହିଛି। କଳା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆମ ଦେଶରେ ଶିକ୍ଷକମାନେ ପାଠ ପଢ଼ାଇବା ସମୟରେ ଦେଶର ବିଭିନ୍ନ ଐତିହ୍ୟକୁ ଭାରତୀୟ କଳା, ସଂସ୍କୃତିର ଉଦାହରଣ ଦେଇ ବୁଝାଇଥା’ନ୍ତି। ତେଣୁ ଦେଶର ଐତିହ୍ୟ ଓ ସଂସ୍କୃତିକୁ ମନେ ନ ରଖିଲେ ଆମ ପାଠପଢ଼ା ଅସଂପୂର୍ଣ୍ଣ ରହିଯିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆର୍‌ଆଇଆଇ)ଠାରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ୫୦ ପ୍ରତିଶତ କମାଇ ଦିଆଯାଇଛି : ଜୟରାମ ରମେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବ ଲୋକଙ୍କୁ ୧ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ବର୍ଷେ ପାଇଁ ଯୋଗାଇ ଦେବେ ‌ବୋଲି ଯେଉଁ ଘୋଷଣା କରିଛନ୍ତି ତାହା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। ଏହି ଘୋଷଣା କରି ମୋଦୀ ସରକାର ଦେଶର ୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ବା ରାସନ ଯୋଗାଣକୁ ୫୦ ପ୍ରତିଶତ କମାଇ ଦେଇଛନ୍ତି। ୮୧ କୋଟି ଗରିବ ଲୋକ ମାସକୁ ୧୦ କିଗ୍ରା ମାଗଣା ଖାଦ୍ୟଶସ୍ୟ ପାଇବାକୁ ହକ୍‌ଦାର ହୋଇଥିବା ବେଳେ […]

ରାଜନୀତି ରାଜ୍ୟ

‘ଆଗାମୀ ନିର୍ବାଚନରେ ଦୁଇ ସୂତ୍ରୀ ଫର୍ମୁଲା’

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଥିବା ବେଳେ ବିଜେପି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଆଣି ବିଭିନ୍ନ ସ୍ଥାନରେ ସାଧାରଣ ସଭା ଆୟୋଜନ କରି ହାୱା ସୃଷ୍ଟି କରୁଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନଘନ ଓଡ଼ିଶା ଗସ୍ତରେ ଆସି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ […]