ଅପରାଧ ରାଜ୍ୟ

ପ୍ରାତଃଭ୍ରମଣ ବେଳେ ଚଢ଼ିଗଲା ଭ୍ୟାନ୍; ମହିଳା ମୃତ, ୩ ଅଳ୍ପକେ ବର୍ତ୍ତିଲେ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ବୁଧବାର ଦିନ ୪ଜଣ ମହିଳା ପ୍ରାତଃ ଭ୍ରମ‌ଣରେ ଯାଉଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚଢ଼ି ଯାଇଥିଲା। ଫଳରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣକ ହେଲେ ସୋରଡ଼ା ପାଇକ ସାହିର ପ୍ରମିଳା ଗୌଡ଼ (୪୨)। ଘଟଣା ଅନୁସାରେ ପ୍ରମିଳା ତାଙ୍କର ୩ ଜଣ ସାଙ୍ଗଙ୍କ ସହ ପ୍ରାତଃଭ୍ରମଣରେ ବାହାରିଥିଲେ। ଜରଉ ବ୍ରିଜ୍ ତଥା ବିନ୍ଦାସ ‌ହୋଟେଲ୍ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅର୍ଥନୀତିକୁ ବଞ୍ଚାଇବାକୁ ଏବେ ଦୋକାନବଜାର ବନ୍ଦ କରୁଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ଆର୍ଥିକ ଦୁଃସ୍ଥିତି ତା’ର ବ୍ୟବସାୟିକ କାରବାରକୁ ନିରନ୍ତର ପ୍ରଭାବିତ କରିଚାଲିଛି। ସେହବାଜ ସରିଫ ସରକାର ଏବେ ନେଇଥିବା ଏକ ବଡ଼ ନିଷ୍ପତ୍ତି ଅନୁସାରେ ଶକ୍ତି ବଞ୍ଚାଇବାକୁ ସବୁ ମଲ୍ ଓ ବଜାରଗୁଡ଼ିକ ରାତ୍ରି ସାଢ଼େ ୮ଟା ସୁଦ୍ଧା ବନ୍ଦ ହେବ। ସେତିକି ନୁହେଁ, ଅଲ୍ ଜଜିରାର ରିପୋର୍ଟ ଅନୁସାରେ ସବୁ ସରକାରୀ କାର୍ଯ୍ୟାଳୟକୁ ୩୦ ପ୍ରତିଶତ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବାକୁ ଆଦେଶ ଦିଆଯାଇଛି। ସେହିପରି ବିବାହ ମଣ୍ଡପ ଓ ରେସ୍ତୋରାଁଗୁଡ଼ିକୁ ରାତ୍ରି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍‌ଘାଟିତ

ଖଣ୍ଡଗିରି : ବୁଧବାର ଦିନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସ ପରିସରରେ ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବିଲ୍‌ଡିଂ ମଧ୍ୟ ଉଦ୍‌ଘାଟିତ ହୋଇଛି। ନବନିର୍ମିତ ଭାସ୍କର୍ଯ୍ୟ ଉଦ୍ୟାନରେ ମୁଖ୍ୟମନ୍ତ୍ରୀ ପ୍ରତିଟି ପ୍ରସ୍ତର କଳାକୃତିକୁ ବୁଲି ଦେଖିଥିଲେ ଓ ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ସେହିଭଳି ଦୃଶ୍ୟ କଳା ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖି […]

ଅପରାଧ ରାଜ୍ୟ

ପ୍ରକାଶ ପାଇଲା ଅବକାରୀ ରିପୋର୍ଟ: ନିଶା କାରବାର ବଢ଼ିଛି

ଭୁବନେଶ୍ୱର : ରାଜ୍ୟରେ ଚୋରା ନିଶା କାରବାର ବଢ଼ିବାରେ ଲାଗିଛି। କାର୍ଯ୍ୟାନୁଷ୍ଠାନ ଜୋରଦାର ହେଲେ ବି ନିଶା ବେପାରୀଙ୍କ ଉତ୍ପାତ କମିନାହିଁ। ୨୦୨୦ ମସିହାରେ ୨୩ହଜାର ୨୧୨ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ୩୬ହଜାର ୨୯୧ ଓ ୨୦୨୨ ମସିହାରେ ୫୭ହଜାର ୯୪୯ ମାମଲା ରୁଜୁ ହୋଇଛି। ଗତ ବର୍ଷ ୩୧ହଜାର ୮୬୬ଟି ମାମଲାରେ ଅବକାରୀ ବିଭାଗ ଚାର୍ଜସିଟ୍‍ ଦାଖଲ କରିଛି। ୨୦୨୦ରେ ୧୭ ହଜାର ୯୨୧ ଜଣ ଗିରଫ ହୋଇଥିବା ବେଳେ ୨୦୨୨ରେ ୪୬ହଜାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁଷ୍‌ ଇଂଜିନିୟରଙ୍କ ଶବ ବ୍ୟବଚ୍ଛେଦ

ଜଗତସିଂହପୁର : ପାରାଦୀପ ବନ୍ଦରକୁ ପଣ୍ୟ କାରବାର ପାଇଁ ଆସିଥିବା ଏକ ଜାହାଜର କାର୍ଯ୍ୟରତ ରୁଷ୍‌ ନାଗରିକ (ମୁଖ୍ୟଯନ୍ତ୍ରୀ) ମିଲ୍ ୟାକୁବ୍ ସର୍ଜଇଙ୍କର ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯାଇଛି। କୁଜଙ୍ଗରେ ଶବ ବ୍ୟବଚ୍ଛେଦ ଶେଷ ହେବାପରେ ମୃତଦେହକୁ ପୁଣିଥରେ ପାରାଦୀପ ଅଣାଯାଇ ବନ୍ଦର ହସ୍ପିଟାଲରେ ସଂରକ୍ଷିତ ରଖାଯାଇଛି। ରୁଷ୍‌ ଦୂତାବାସର ସ୍ବୀକୃତି ନ ଆସିବା ପର୍ଯ୍ୟନ୍ତ ସେଠାରେ ମୃତଦେହ ରହିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ସେଠୀ ସୂଚନା ଦେଇଛନ୍ତି। ଏହାସହ ଜାହାଜରେ ଥିବା […]

ଅପରାଧ ଦେଶ ବିଦେଶ

ତାମିଲନାଡ଼ୁ ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅଧୀନସ୍ଥ ଭେପ୍ପୁର ନିକଟରେ ଆଜି ଏକ କାର୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦ୍ରୁତ ଗତିରେ ଯାଉଥିବା କାର୍‌କୁ ପ୍ରଥମେ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେବାପରେ କାର୍‌ଟି ଆଗରେ ଥିବା ଟ୍ରକ୍‌ରେ ପିଟି ହୋଇଥିଲା। ଫଳରେ କାର୍‌ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ଏବଂ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ ଜଣ ମୃତକ ହେଉଛନ୍ତି ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ୨ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖତ କରିଦେଲେ ଜିନ୍‌ ବ୍ୟାଙ୍କ: ୫ ବର୍ଷ ହେଲା ପାରମ୍ପରିକ ଧାନ ବିହନ ସଂରକ୍ଷଣ ବନ୍ଦ

ଭୁବନେଶ୍ବର: ରାଜ୍ୟ ବିହନ ପରୀକ୍ଷାଗାରସ୍ଥିତ ଜିନ୍‌ ବ୍ୟାଙ୍କରେ ୧୦୭୮ଟି ପାରମ୍ପରିକ ବିହନ ବିହନ ସଂରକ୍ଷିତ ହୋଇ ରହିଛି। ସେଥିରୁ କେବଳ ପାରମ୍ପରିକ ଧାନ ବିହନ କଳାଚମ୍ପା ହିଁ ବିହନ ଶୃଙ୍ଖଳରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୧୮ ମସିହାରୁ ବିହନ ସଂରକ୍ଷଣ ବନ୍ଦ କରି ଦିଆଯିବା ସହିତ କୌଣସି ବିହନକୁ ଚାଷୀଙ୍କ ଉପଯୋଗ ପାଇଁ ଦିଆଯାଇନାହିଁ। ଯଦି ପାରମ୍ପରିକ ବିହନ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବାର ଥିଲା ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କାହିଁକି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନକୁ ତାଲିବାନ ନେତାଙ୍କ ପରିହାସ: ୧୯୭୧ ଯୁଦ୍ଧରେ ଭାରତ ନିକଟରେ ଆତ୍ମସମର୍ପଣ କରୁଥିବା ଫଟୋ ଜାରି କଲା

କାବୁଲ: ୧୯୭୧ରେ ପାକିସ୍ତାନ ସେନା ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିବା ଫଟୋ ସେୟାର କରି ତାଲିବାନ ଶାସକ ସୋମବାର ଦିନ ପ‌ାକିସ୍ତାନକୁ ପରିହାସ କରିଛନ୍ତି। ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନୌଲ୍ଲା ନିକଟରେ ଆଫଗାନିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିବାବେଳେ ତାଲିବାନ ନେତା ଅହମଦ ୟାସିର ଟ୍ବିଟରରେ ଏକ ପୋଷ୍ଟ୍‌ କରି ପାକିସ୍ତାନକୁ ଅପମାନଠାରୁ ଦୂରେଇ ରହିବାପାଇଁ କହିଥିଲେ। ଏହି ପୋଷ୍ଟ ସହ ଅହମଦ ୟାସିର ଡିସେମ୍ବର ୧୬, ୧୯୭୧ର ଏକ ଫଟୋ ସେୟାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବକଙ୍କୁ ଭୁଆଁ ବୁଲାଉଛନ୍ତି: ଇରାଶିଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍‌ସିଆର୍‌ବି ୨୦୧୫-୨୦ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ୪ଜଣ ବେରୋଜଗାର ଓଡ଼ିଶାରେ ଆତ୍ମହତ୍ୟା କରୁଛନ୍ତି, ଏହା ୨୫୩%କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାର ପ୍ରଥମ ତିନି ମାସରେ ଓଡ଼ିଶାରେ ବେକାରୀ ହାର ୩୧% ଥିଲା। ଏପରିସ୍ଥଳେ ଏକ ବିଶ୍ୱସନୀୟତା ନଥିବା ସଂସ୍ଥାଠାରୁ ପ୍ରାୟୋଜିତ ପୁରସ୍କାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିନେମା ହଲ୍‌କୁ ଖାଦ୍ୟ ନେବା ମାମଲାରେ ସୁପ୍ରିମକୋର୍ଟ ରାୟ: ପିଇବା ପାଣି ବ୍ୟବସ୍ଥା ହେଉ, ଖାଦ୍ୟ କର୍ତ୍ତୃପକ୍ଷଙ୍କ ଇଚ୍ଛାଧୀନ

ନୂଆଦିଲ୍ଲୀ: ସିନେମା ହଲ୍‌କୁ ଲୋକେ ଖାଦ୍ୟ ନେଇ ଯାଇପାରିବେ କି ନା’ ସେ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କହିଛନ୍ତି , ସିନେମା ହଲ୍‌ ଜିମ୍‌ ନୁହେଁ ଯେ ସେଠାରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ହେବ। ଏହା ହେଉଛି ଏକ ମନୋରଂଜନ ସ୍ଥଳ। ସିନେମା ହଲ୍‌ ହେଉଛି ଏକ ଘରୋଇ ସମ୍ପତ୍ତି। ହଲ୍‌ ମଧ୍ୟକୁ ବାହାର ଖାଦ୍ୟ ନିଆଯିବ କି ନା’ ସେ ସଂକ୍ରାନ୍ତ ନିଷ୍ପତ୍ତି ସିନେମା ହଲ୍‌ ମାଲିକ ହିଁ ‌ନେବେ। […]