ଫୋନ୍ପେ ପାଇଁ ୱାଲ୍ମାର୍ଟକୁ ୮୨୦୦ କୋଟିର ଟିକସ ନୋଟିସ୍
ନୂଆଦିଲ୍ଲୀ : ଇ-କମର୍ସ ସଂସ୍ଥା ଫ୍ଲିପ୍କାର୍ଟକୁ ପରିଚାଳନା କରୁଥିବା ଆମେରିକାର ରିଟେଲ୍ ସଂସ୍ଥା ୱାଲ୍ମାର୍ଟକୁ ୧୦୦ କୋଟି ଡଲାର (୮୨୦୦ କୋଟି ଟଙ୍କାରୁ ଅଧିକ) ଟିକସ ନୋଟିସ୍ ପଠାଯାଇଛି। ଫୋନ୍ପେର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣରେ ହୋଇଥିବା କାରବାର ବାବଦରେ ଏହି ନୋଟିସ୍ ପଠାଯାଇଥିବା କୁହାଯାଉଛି। ଡିଜିଟାଲ୍ ପେମେଣ୍ଟ୍ କଂପାନି ଫୋନ୍ପେ ପୂର୍ବରୁ ଫ୍ଲିପ୍କାର୍ଟର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାବେ ପରିଚାଳିତ ହେଉଥିଲା। ନିକଟରେ ଏହା ଫ୍ଲିପ୍କାର୍ଟଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଆଗକୁ ବଢ଼ିବାକୁ […]









