ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଅଭିନେତ୍ରୀ କନିଷ୍କା ନିଜେ ନିଜକୁ କଲେ ବିବାହ, କହିଲେ-ମୋତେ ପୁରୁଷ ଦରକାର ନାହିଁ

ମୁମ୍ବାଇ ୧୮।୦୮: ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ଏବେ ବଦଳୁଛି । ଆଧୁନିକ ସମାଜରେ ଅନେକ ମହିଳା ଏକାକୀ ଜୀବନ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି ତାଲିକାରେ ସାମିଲ୍‌ ହେଉଛନ୍ତି ଟିଭି ଧାରାବାହିକ ‘ଦିୟା ଔର ବାତୀ ହମ୍‌’ ଅଭିନେତ୍ରୀ କନିଷ୍କା ସୋନି। ଠିକ୍‌ ସେ ମଧ୍ୟ ସେମିତି ଚିନ୍ତାଧାରା ରଖନ୍ତି । ସେଥିପାଇଁ ସେ ନିଜକୁ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । କନିଷ୍କା […]

ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍‌ ହେଲା ଫିଲ୍ମ ‘ଦୋବାରା’ର ଟ୍ରେଲର, ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ

ମୁମ୍ବାଇ ୧୮।୦୮: ରିଲିଜ୍‌ ହୋଇଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଦୋବାରା’ର ନୂଆ ଟ୍ରେଲର୍‌ । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ। ଯିଏକି ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ କରୁଛି । ଟ୍ରେଲର୍‌ରେ ପୋଲିସ ଭୂମିକା ନିର୍ବାହ କରିଥିବା ପାଭେଲ୍‌ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା ଟେଲିଭିଜନ୍‌ ସେଟ୍‌ ତାଙ୍କ ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଦେଖିବାକୁ ମିଳିଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସିମ୍ପାଞ୍ଜି ‘କୁଇନ୍‌’ ଅସୁସ୍ଥ, ରକ୍ତ ନମୁନା ସଂଗ୍ରହ କରାଯିବା ସହିତ ଉଠାଗଲା ଛାତିର ଫଟୋ

ବାରଙ୍ଗ,୧୮/୦୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬୦(କ) ଖୁଆଡରେ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ ସାଜିଥିବା ସିମ୍ପାଞ୍ଜିଙ୍କ ମଧ୍ୟରୁ ସିମ୍ପାଞ୍ଜି ‘କୁଇନ’ ଏବେ ଅସୁସ୍ଥ ହୋଇପଡ଼ିଛି । ଏବେ ତାକୁ ୮ ମାସ ଚାଲିଛି । ସେ କିଛି ଦିନ ହେବ ଠିକ ଭାବରେ ଖିଆ ପିଆ କରୁନଥିଲା । ଓୟୁଏଟିର ପ୍ରଫେସରଙ୍କ ପରାମର୍ଶରେ ପ୍ରାଣୀ ଉଦ୍ୟାନର ପଶୁଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଥିଲା । ହେଲେ ତାର ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ସେ ଅସୁସ୍ଥ ହୋଇପଡିଥିଲା । ତେଣୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିକା ନେବାର ଘଣ୍ଟାଏ ପରେ ଜୀବନ ହାରିଲା ୪ମାସର ଶିଶୁ, ଟିକା ଯୋଗୁଁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର ୧୮।୮: ଟିକା ନେଇ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହାକୁ ନେଇ ପାପଡାହାଣ୍ଡି ମେଡିକାଲ ଅଫିସରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ୪ ମାସର ଶିଶୁ କନ୍ୟାକୁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଟିକା ଦେଇଥିଲେ । […]

ଅପରାଧ ରାଜ୍ୟ

ଅନ୍ୟ ଜାତିରେ ଖାଇବାରୁ ମୃତଦେହକୁ ମିଳିଲାନି ୪ କାନ୍ଧ, କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଲେ ପୁଅ-ବୋହୂ

ପଦ୍ମନାଭପୁର ୧୮/୦୮: ଅନ୍ୟ ଜାତିର ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗ୍ରାମବାସୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ । ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ ଜଣେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା । ଗତ ୬ମାସ ତଳେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିଲେ । ଫଳରେ […]

ଅପରାଧ ରାଜ୍ୟ

ବିପନ୍ନଙ୍କ ଗୁହାରି ଶୁଣିଲାନି ପ୍ରଶାସନ: ପାଣିରେ ପଶି ଶିଶୁକୁ ହସ୍ପିଟାଲ୍‌ ନେଲେ ପଡ଼ୋଶୀ

କେନ୍ଦ୍ରାପଡ଼ା : ବାରମ୍ବାର ଗୁହାରି ପରେ ବି ପ୍ରଶାସନ ନ ଶୁଣିବାରୁ ଜଳବନ୍ଦି ଭିତରେ ଫସିଥିବା ଏକ ବର୍ଷର ଅସୁସ୍ଥ ଶିଶୁପୁତ୍ରକୁ ପାଖ ପଡେ଼ାଶୀ ଲୋକ କାନ୍ଧରେ ବସାଇ ବନ୍ୟା ଜଳର ପ୍ରଖର ସୁଅରେ ଅଣ୍ଟାଏରୁ ଅଧିକ ପାଣିରେ ପଶି ଡାକ୍ତରଖାନା ନେବା ଘଟଣା ଏବେ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ମାର୍ଶାଘାଇ ବ୍ଲକ୍‌ ଆଇତିପୁର ପଞ୍ଚାୟତ ସାମନ୍ତରାୟ ସାହିରେ ଦେଖିବାକୁ ମିଳିଛି। ମହାନଦୀର ଶାଖା ଲୁଣା-କରାଣ୍ତିଆ ନଦୀରେ ବନ୍ୟା ଜଳ ଆସିବାରୁ ମଙ୍ଗଳବାର […]

ଅପରାଧ ଦେଶ ବିଦେଶ

ପ୍ରେମ ହେଲା କାଳ: କୋଚିଂ କ୍ଲାସରୁ ଫେରୁଥିବା ଛାତ୍ରୀଙ୍କ ଉପରେ ପୂର୍ବତନ ପ୍ରେମିକ ମାରିଲା ଗୁଳି, ସିସିଟିଭିରେ ଭିଜୁଆଲ କଏଦ

ବିହାର ୧୮/୦୮: ବିହାରର ରାଜଧାନୀ ପାଟଣାନା ଅଭାବନୀୟ ଘଟଣା । କୋଚିଂରୁ ଫେରୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ । ଅତି ନିକଟରୁ ଏହି ଗୁଳିମାଡ ହୋଇଥିବା କାରଣରୁ ତଣ୍ଟିରେ ବାଜିଛି ଗୁଳି । ଫଳରେ ନାବାଳିକା ଜଣଙ୍କ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଘଟିଛି ପାଟଣା ଇନ୍ଦ୍ରପୁରୀରେ ଘଟିଛି । ପୋଲିସ କହିଛି ଯେ ଏହି ଘଟଣା ସହିତ ରହିଛି ପ୍ରେମ ସମ୍ପର୍କ । ତେବେ ଗୁଳିମାଡ […]

ଅପରାଧ ରାଜ୍ୟ

୭ ମାସରେ ୬୪ କୋଟିର ନିଶା ସାମଗ୍ରୀ ଜବତ, ଗିରଫ ହୋଇଛନ୍ତି ୧୫ ହଜାର ନିଶା ମାଫିଆ

କଟକ : ଚଳିତବର୍ଷ ମାତ୍ର ୭ ମାସ ଭିତରେ ୬୪ କୋଟି ୧୩ ଲକ୍ଷ ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି। ୨୦୨୧-୨୨ରେ ଜାନୁଆରିରୁ ଜୁଲାଇ ମାସ ଯାଏ ୧୭.୮୨ କୋଟି ଟଙ୍କାର ନିଶା ଜବତ ହୋଇଥିଲା। ଚଳିତ ବର୍ଷ ଏହି ମାସ ଭିତରେ ଜବତ ସମ୍ପତ୍ତି ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି। ଜବତ ସାମଗ୍ରୀ ଭିତରେ ରହିଛି ବ୍ରାଉନସୁଗାର, ଗଞ୍ଜେଇ ଓ ସିରପ୍ ଭଳି ନିଶା ସାମଗ୍ରୀ। ଅବକାରୀ କମିସନର ଆଶିଷ […]

ଅପରାଧ ରାଜ୍ୟ

ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ/ଜଗତସିଂହପୁର ଟାଉନ : ଏକ ଜାହାଜକୁ ଆରେଷ୍ଟ କରାଯିବ। ଆଜି ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ କକେଟ ମେରାଇନ ଅଏଲ (ଏସିଆ) ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଭି ମେରାଇନ ହର୍ଣ୍ଣବିଲ (ଆଇଏମଓ ନମ୍ବର ୯୫୯୪୩୬୫) ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୮।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪୦୬୯କୁ ବୃଦ୍ଧି ପାଇଛି । ଏନେଇ […]