ଅପରାଧ ରାଜ୍ୟ

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଗୁରୁବାରଠୁ ନିଖୋଜ ଥିଲେ କୈଳାସ

ସୋରୋ୧୯/୦୮: ନଦୀରେ ଯୁବକର ମୃତ ଦେହ ଉଦ୍ଧାର । ପୋଲିସର ତନାଘନା । ଖଇରା ବ୍ଲକ କୋଚିଆକୋଇଲି ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ କୈଳାସ ଦାସ ଗତକାଲି ଠାରୁ ଘରୁ ନିଖୋଜ ଥିଲେ । ଆଜି ସକାଳେ ଗ୍ରାମ ଆରମ୍ଭରୁ ଯାଇଥିବା ନଦୀରେ କୈଳାସର ମୃତଦେହଙ୍କୁ ଅଞ୍ଚଳବାସୀ ଦେଖିବା ପରେ ଖଇରା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ମୃତଦେହକୁ ନଦୀରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ନେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୮୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୯।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୪୪୫୪କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ମାତିଲେ ଲାଲବାହିନୀ, ଇନଫର୍ମର ସନ୍ଦେହରେ ହତ୍ୟା ପରେ ଛାଡି ଚାଲିଗଲେ ପୋଷ୍ଟର

ନୂଆପଡା ୧୯/୦୮: ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଅଘଟଣ । ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୁଚନା ଦେଇଛନ୍ତି ନୂଆପଡା ଏସପି । ମୃତକ ହେଉଛନ୍ତି ଢେକୁନପାନି ଗାଁର । ସେ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ନଗରାର ଗାଁରେ ରହୁଥିଲେ । ଏବେ କିଛିମାସ ହେବ […]

ଅପରାଧ ରାଜ୍ୟ

ସାଲୁଙ୍କି ନଦୀରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ବନ୍ୟାରେ ଭାସି ମୃତ୍ୟୁ ସନ୍ଦେହ

ବୌଦ୍ଧ ୧୮।୮: ସାଲୁଙ୍କି ନଦୀରୁ ଏକ ଗଳିତ ଶବ ଉଦ୍ଧାର । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁରୁକୁଚ୍ ଗ୍ରାମ ସାଲୁଙ୍କି ନଦୀକୂଳରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି l ଘଟଣାସ୍ଥଳରେ ବଘିଆପଡା ଫାଣ୍ଡି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡୁନଥିବା ବେଳେ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି l ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର […]

ଅପରାଧ ରାଜ୍ୟ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ତିନି ଦିନ ତଳେ ଘରୁ ଉଠାଇନେଥିଲେ ୨ ଯୁବକ !

ରାଉରକେଲା ୧୮।୦୮: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସୁନ୍ଦରଗଡ଼ କୋଇଡା ଥାନା ସେଗ ସାହି ଜଙ୍ଗଲରୁ ମୃତଦେହ ଠାବ ହୋଇଛି । କୋଇଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ତିନି ଦିନ ତଳେ ୨ଜଣ ଯୁବକ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଏବେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର କହିଛନ୍ତି । ପୋଲିସ ଘଟଣାସଂପର୍କରେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ଦନ୍ତା ହାତୀକୁ ଗୁଳିମାଡ଼ ! ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଛି

ଆଠଗଡ଼ ୧୮।୦୮: ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା । ହାତୀଟିକୁ ଗୁଳିମାରିଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲା ନରସିଂହପୁର ଚତରାପଦା ସଂରକ୍ଷିତ ଜଙ୍ଗଲର ଘଟିଛି ଘଟଣା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ଦନ୍ତା ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ତେବେ ହାତୀ ଦେହରେ ଶିକାରୀ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । […]

ଅପରାଧ ରାଜ୍ୟ

ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗୋଲାମୁଣ୍ଡା ୧୮।୮: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣଙ୍କ ଘୋଟିଆ ଗାଁର । ନାବାଳିକା ଛାତ୍ରୀ ଜଣଙ୍କ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ମଧ୍ୟାହ୍ନ ଭୋଜନ ସମୟରେ ସେ ବାହାରକୁ ଚାଲିଯାଇଥିଲେ । ସେ ଆଉ ଘରକୁ ଫେରି ନଥିଲେ । ଝିଅ ଘରକୁ ନଫେରିବାରୁ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ମନୁଷ୍ୟ କଙ୍କାଳ, ମାସକ ପୂର୍ବରୁ ନିଖୋଜ ଥିବା ଯୁବକଙ୍କର ସନ୍ଦେହ

ଭୋଗରାଇ ୧୮।୮: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଣୁଆସାହି ବାଲି ଆଡିଆର ଜଙ୍ଗଲରୁ ମନୁଷ୍ୟ କଙ୍କାଳ ଠାବ ହୋଇଛି । କଙ୍କାଳ ଠାବ ହେବା ସ୍ଥାନରୁ କିଛି ଦୂରରେ ଗୋଟିଏ ସ୍ଥାନରେ ସାର୍ଟ, ପ୍ୟାଣ୍ଟ, ବେଲ୍ଟ, ଜୋତା ଆଦି ସାମଗ୍ରୀ ପଡ଼ିଛି । ତେବେ ଏହି କଙ୍କାଳଟି ମାସକ ପୂର୍ବରୁ ନିଖୋଜ ଥିବା ନାରାୟଣ ମହାନ୍ତି ପଡ଼ିଆ ଗ୍ରାମର ମୂଷା ଗିରିଙ୍କ ପୁଅ ନୀଳା ଗିରିଙ୍କର ବୋଲି ସନ୍ଦେହ କରାଯାଇଛି […]

ଅପରାଧ ରାଜ୍ୟ

ଦଣ୍ଡାଦେଶ ଶୁଣି ଅଭିଯୁକ୍ତ ଚମ୍ପଟ୍‌

ଅନୁଗୁଳ : ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ ଅଦାଲତ। ଆଉ ଏହା ଶୁଣି ଛାନିଆ ହୋଇଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ବୁଧବାର ଦିନ ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟ ପରିସରରେ। ସମସ୍ତଙ୍କ ସାମ୍‌ନାରେ ଅଭିଯୁକ୍ତ ଦୌଡ଼ି ଦୌଡ଼ି ପଳାଇବା ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତ ଓ ଆଇନଜୀବୀଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା […]

ଦେଶ ବିଦେଶ ମନୋରଞ୍ଜନ

୬ ବର୍ଷ ପରେ ପରେ ଜଲୱା ଦେଖାଇବେ ଗୀତା ବସ୍ରା,ଏହି ଫିଲ୍ମରେ କରିବେ କମ୍‌ବ୍ୟାକ୍

ମୁମ୍ଵାଇ ୧୮।୦୮: ‘ଦ ଟ୍ରେନ୍’ ଅଭିନେତ୍ରୀ ଗୀତା ବସ୍ରା । ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ନିର୍ମାତା ଶବବୀର ବକ୍ସୱାଲାଙ୍କ ଦ୍ୱାରା ଏକ ଚଳଚ୍ଚିତ୍ର ସ୍ୱାକ୍ଷର ହୋଇଛି। ସେ ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି ସୁପରଡୁପର ହିଟ୍ ଫିଲ୍ମ ‘ଶେରଶାହା’ କରିଥିଲେ। ଗୀତା ତାଙ୍କର ଧମାକାଦାର କମ୍‌ବ୍ୟାକ୍‌ ପାଇଁ ପୂରାପୁରି ପ୍ରସ୍ତୁତ । […]