ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ପୁଣି ମାଡ଼
ପୁରୀ : ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଦର୍ଶନ ବେଳେ ପୁଣି ବିଶୃଙ୍ଖଳା ଦେଖାଦେଇଛି। ଦର୍ଶନ କରିବାକୁ ଯିବାବେଳେ ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳୀଙ୍କୁ ସେବାୟତ, ଜେଟିପିମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧକ୍କା ମାରିଛନ୍ତି। ହବିଷ୍ୟାଳୀ ଜଣକ ହେଲେ ବୃନ୍ଦାବତୀ ନିବାସରେ ରହୁଥିବା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ାର ଶୈଳବାଳା ପଣ୍ଡା(୭୩)। ସେ ବୃନ୍ଦାବତୀ ନିବାସର ତୃତୀୟ ମହଲା ୩୦୨ ନମ୍ବର କକ୍ଷରେ ରହୁଛନ୍ତି। କେବଳ ହବିଷ୍ୟାଳୀ ନୁହନ୍ତି, ତାଙ୍କ ସାଙ୍ଗରେ ଯାଉଥିବା ରେଡ୍କ୍ରସ ସ୍ବେଚ୍ଛାସେବୀଙ୍କୁ ବି […]