ନକ୍ସଲଙ୍କ ଲଙ୍କାକାଣ୍ଡ, ମାଇନ୍ସ କାମରେ ନିୟୋଜିତ ଗାଡିରେ ଲଗାଇଦେଲେ ନିଆଁ
ମାଲକାନଗିରି ୧୮।୧୦ : ଛତିଶଗଡ଼ କାନକେର ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ । ଚାରଗାଁ ଅଞ୍ଚଳରେ ମାଇନ୍ସ କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ । ଖବର ଅନୁଯାୟୀ, ୨ଟି ହାଇୱା ଏବଂ ୪ଟି ଚାରି ଚକିଆ ଯାନରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ। ଯେଉଁଥିରେ ୨ଟି ସରକାରୀ ଏବଂ ୨ଟି ଘରୋଇ ଗାଡି ରହିଛି । ଏଥିସହିତ ଜେସିବି ମେସିନ ଭଙ୍ଗାରୁଜା ମଧ୍ୟ କରିଛନ୍ତି ସଶସ୍ତ୍ର ମାଓବାଦୀ। […]