ପଦ୍ମପୁର ଭୋଟ : ଚର୍ଚ୍ଚାରେ ହ୍ବାଇଟ୍ ହାଉସ୍, ୱାର୍ ରୁମ୍ରେ ନେତାଙ୍କ ଡେରା
ବରଗଡ଼: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ହ୍ବାଇଟ୍ ହାଉସ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏଠାରେ ବିଶ୍ବ ସମୁଦାୟକୁ ପ୍ରଭାବିତ କଲାଭଳି କୂଟନୀତି ପ୍ରସ୍ତୁତ ହୁଏ। ଠିକ୍ ସେହିଭଳି ପଦ୍ମପୁର ଉପନିର୍ବାଚନରେ ଗଢ଼ି ଉଠିଛି ଏକ ହ୍ବାଇଟ୍ ହାଉସ୍। ଏଠାରେ ବିଜେଡିର ତୁଙ୍ଗନେତା ବସା ବାନ୍ଧିଛନ୍ତି। ଦିନରାତି ହେଭିୱେଟ୍ ନେତାଙ୍କ ଗାଡ଼ି ଲାଗୁଛି ସମ୍ମୁଖରେ। ଭିତରେ ଚାଲୁଛି ରାତିତମାମ ରୁଦ୍ଧଦ୍ବାର ବୈଠକ। ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। […]









