ରାଜ୍ୟ ସ୍ପେଶାଲ ରିପୋର୍ଟ

କେବିସି ହଟସିଟ୍‌ରେ ବଲାଙ୍ଗୀରର ସମ୍ବିତ

ବଲାଙ୍ଗୀର: ବହୁଚର୍ଚ୍ଚିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି)ର ସୋ’ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ସମ୍ବିତ ହେଉଛନ୍ତି ବଲାଙ୍ଗୀର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ। ସେ ଏବେ ଦିଲ୍ଲୀର ଏକ ମଲ୍‌ଟିନ୍ୟାସନାଲ କମ୍ପାନିର ବିଜନେସ ଆଣ୍ଡ୍ ଅପରେସନରେ କାର୍ଯ୍ୟରତ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ବିଏସ୍‌ସି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଧନ୍ଦାମୂଳକ ପ୍ରଶିକ୍ଷକ, ସଂଯୋଜକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର: ସମଗ୍ର ଶିକ୍ଷା ଯୋଜନା ଅଧୀନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଓ ସଂଯୋଜକଙ୍କ ପାରିତୋଷିକ/ଦରମା ବୃଦ୍ଧି କରାଯାଇଛି। ଚଳିତବର୍ଷ ଉଭୟ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ସଂଯୋଜକ/ସଂଯୋଜିକାଙ୍କର ଦରମା ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବକୁ ସମଗ୍ର ଶିକ୍ଷାର ପିଏବି ୨୦୨୨-୨୩ରେ ଅନୁମୋଦନ କରାଯାଇଛି। ତଦନୁଯାୟୀ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନଙ୍କର ମାସିକ ଦରମା ୧୫ ହଜାର ୫୦ ଟଙ୍କାରୁ ୨୦ ହଜାରକୁ ବୃଦ୍ଧି କରିଛନ୍ତି। ସେହିପରି ସଂଯୋଜକ/ସଂଯୋଜିକାଙ୍କ ଦରମା ମାସିକ ୨୫ ହଜାରରୁ ୩୦ ହଜାରକୁ ବୃଦ୍ଧି ପାଇଛି। ଏହି […]

ଅପରାଧ ରାଜ୍ୟ

ପ୍ରଚଣ୍ଡ ଶବ୍ଦ ହେଲା କାହିଁକି? ଭୟଭୀତ ହେଲେ ୩ ଜିଲ୍ଲାର ଲୋକେ

ଯାଜପୁରସଦର/ଭଦ୍ରକ : ସମୟ ସକାଳ ୧୦.୪୫। ଯାଜପୁର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ -ଅଞ୍ଚଳରେ ଶୁଣିବାକୁ ମିଳିଲା ପ୍ରଚଣ୍ଡ ଶବ୍ଦ। ଲୋକେ ଭୟଭୀତ ହେଲେ। ଶବ୍ଦକୁ ନେଇ ଗୁଜବ ବି ପ୍ରଚାର ହେଲା। କିଏ କହିଲା ଭୂମିକମ୍ପ ତ ଆଉ କିଏ କହିଲା ବିମାନ ଖସି ପଡ଼ିଲା। ହେଲେ ସେସବୁ ଗୁଜବ ଥିଲା ବୋଲି ସ୍ପଷ୍ଟ ହେଲା। ତେବେ ଏଭଳି ପ୍ରଚଣ୍ଡ ଶବ୍ଦ କାହିଁକି ହେଲା ଏହା‌ର କାରଣ ଅସ୍ପଷ୍ଟ ରହିଗଲା। ଆଜି ସକାଳ ପ୍ରାୟ […]

ଦେଶ ବିଦେଶ ମନୋରଞ୍ଜନ

ରଶ୍ମିକାଙ୍କ ସହ କାମ କରିବା ଚାହାଁନ୍ତିନି ଋଷଭ, କହିଲେ-ସେ ମୋତେ ପସନ୍ଦ…

ମୁମ୍ଵାଇ ୨୪।୧୧: ଫିଲ୍ମ ‘କାନ୍ତାରା’ର ସଫଳତା ଶୀର୍ଷକୁ ପହଞ୍ଚିଛି। କନ୍ନଡ ଅଭିନେତା-ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ଏହି ଚଳଚ୍ଚିତ୍ର ପ୍ରାୟ ଦୁଇମାସ ଚାଲିବା ପରେ ମଧ୍ୟ ବକ୍ସ ଅଫିସରେ ରାଜ୍‌ କରୁଛି। ଏଥିସହ ଋଷଭ ଶେଟ୍ଟୀଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରଶ୍ମିକା ମନ୍ଦନାଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି। ଗୁଲଟେ.କମ୍ ସହିତ କଥାବାର୍ତ୍ତା ବେଳେ ଋଷଭ ଶେଟ୍ଟୀଙ୍କ ଏକ ପୁରୁଣା ଭିଡିଓରେ […]

ଦେଶ ବିଦେଶ ମନୋରଞ୍ଜନ

ଏହି ସୁପରହିଟ୍‌ ଫିଲ୍ମକୁ ରିଜେକ୍ଟ କରିଥିଲେ ଅଜୟ ଦେବଗନ୍‌, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଳୀ ୨୪।୧୧: ବଲିଉଡର ସିଙ୍ଘମ୍‌ ଅଜୟ ଦେବଗନ୍‌। ହ୍ୟାଣ୍ଡସମ୍‌ ହଙ୍କ ଅଜୟ କୌଣସି ଅଭିନେତାଙ୍କ ଠାରୁ କମ୍‌ ନୁହନ୍ତି। ଆକ୍ସନ ଫିଲ୍ମ କହିଲେ ପ୍ରଥମେ ଅଜୟ ଦେବଗନଙ୍କ ନାମ ମନରେ ପ୍ରଥମେ ଆସେ । ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ରାଜ୍‌ କରିଆସୁଛନ୍ତି। ‘ଫୁଲ୍‌ ଔର କାଣ୍ଟେ’ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସଂଗ୍ରାମ, ବିଜୟପଥ, ଦିଲୱାଲେ, ସୁହାଗ, ଦିଲଜଲେ, ସିଙ୍ଘମ ଏବଂ ଦୃଶ୍ୟମ ଭଳି ଅନେକ […]

ଅପରାଧ ରାଜ୍ୟ

ବିରଳ ଘଟଣା: ଜଣେ ଯୁବକଙ୍କୁ ୪ ମହିଳାଙ୍କ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

ଜଳନ୍ଧର: ମହିଳାମାନେ ଅପହରଣ ଓ ବଳାତ୍କାରର ଶିକାର ହେବା କଥା ନୂଆ ନୁହେଁ। ମାତ୍ର ଜଳନ୍ଧରରେ ଏକ ବିପରୀତ ଘଟଣା ଚର୍ଚ୍ଚିତ ହୋଇଛି। ଜଣେ ଯୁବକଙ୍କୁ ୪ ଜଣ ମହିଳା ଅପହରଣ କରି, ଆଖିରେ ରାସାୟନିକ ସ୍ପ୍ରେ କରି ଏବଂ ନିଶା ଖୁଆଇ ଏକ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ସେମାନେ ବିଳମ୍ବିତ ରାତିରେ ଉକ୍ତ ଯୁବକକୁ ଏକ ନିକାଞ୍ଚନ ସ୍ଥାନରେ ଫୋପାଡ଼ି ଦେଇ ଚାଲିଯାଇଥିଲେ। ସମ୍ପୃକ୍ତ ଯୁବକ ଜଣକ ଏ […]

ଦେଶ ବିଦେଶ ମନୋରଞ୍ଜନ

ଏହି OTTରେ ରିଲିଜ୍‌ ହେଲା ‘କାନ୍ତାରା’, ଏବେ ବି ବକ୍ସଅଫିସ୍‌ରେ ଭାଙ୍ଗୁଛି ରେକର୍ଡ

ମୁମ୍ଵାଇ ୨୪।୧୧: ଋଷିଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କାନ୍ତାରା ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ଏହାର ଡବଡ୍ ଭର୍ସନ ସହିତ ବିଶ୍ୱବ୍ୟାପୀରେ ବି ବହୁତ ଭଲ ବ୍ୟବସାୟ କଲାଣି। ‘କାନ୍ତାରା’ର OTT ରିଲିଜ୍ ପାଇଁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ଏହା ନିଶ୍ଚିତ ହୋଇସାରିଛି । ଏହି ଚଳଚ୍ଚିତ୍ର ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ଦେଶ ବିଦେଶରେ ଫିଲ୍ମ କାନ୍ତାରା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

TATA ର ହେବ ୩୦ ବର୍ଷ ପୁରୁଣା Bisleri, ୭୦୦୦ କୋଟିରେ ହେବ ଡିଲ୍

ନୂଆଦିଲ୍ଲୀ, ୨୪/୧୧: ଭାରତର ପ୍ରୁମଖ ପ୍ୟାକେଜ୍ ଓ୍ବାଟର କମ୍ପନୀ ବିସଲେରିକୁ କିଣିବ ଟାଟା। ଟାଟା କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ(ଟିସିପିଏଲ) ପ୍ରାୟ ୬୦୦୦-୭୦୦୦ କୋଟିରେ ଏହାକୁ କିଣିବାକୁ ଯାଉଛି। ତେବେ ଟାଟା ବିସଲେରିକୁ କିଣିବା ପରେ ଆଗାମୀ ଦୁଇ ବର୍ଷ ଯାଏଁ ବର୍ତ୍ତମାନର ମ୍ୟାନେଜମେଣ୍ଟ କାମ କରିବ। ବିସଲେରୀ ଭାରର ସବୁଠୁ ବଡ଼ ପ୍ୟାକେଜ୍ ଓ୍ବାଟର କମ୍ପାନୀ ଅଟେ। ଟାଟାର ହେବ ବିସଲେରି। ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ ଲିମକାକୁ କୋକା-କୋଲାକୁ ବିକିବାର ପ୍ରାୟ ତିନି ଦଶନ୍ଧି ପରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇପିଏଫଓ ଉପରେ କେନ୍ଦ୍ର ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି, କର୍ମଚାରୀଙ୍କ ହେବ ଅଧିକ ସଞ୍ଚୟ

ନୂଆଦିଲ୍ଲୀ, ୨୪/୧୧: ଇପିଏଫଓ ଉପରେ ନେଇପାରନ୍ତି ବଡ଼ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଖୁବଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ର ରିଟାୟାରମେଣ୍ଟ ସେଭିଙ୍ଗ ସ୍କିମ୍ ପାଇଁ ବେତନ ସୀମାରେ ପରିବର୍ତ୍ତନ କରିପାରନ୍ତି। ଏହାଦ୍ବାରା କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ଯୋଗଦାନରେ ବୃଦ୍ଧି ହେବ। ଯାହଦ୍ବାରା କର୍ମଚାରୀ ଅବସର ପାଇଁ ଅଧିକ ସଞ୍ଚୟ କରିବାରେ ସହଯୋଗ ହେବ। ଏହି ବୃଦ୍ଧିରେ ଇପିଏଫଓ ସାମାଜିକ ସୁରକ୍ଷା କଭର ଅନୁଯାୟୀ ଅଧିକ କର୍ମଚାରୀ ସାମିଲ ହୋଇପାରିବେ। […]

ରାଜନୀତି ରାଜ୍ୟ

ଅଧିବେଶନର ପ୍ରଥମ ଦିନରେ ଭାବବିହ୍ୱଳ ହେଲେ ଧାମନଗର ବିଧାୟକ, କହିଲେ ମୁଁ ଗର୍ବୀତ

ଭୁବନେଶ୍ୱର ୨୪/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା ମୋ ପାଇଁ ସ୍ମରଣୀୟ ଦିନ । ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ୱର୍ଗତଃ […]