ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ବଳିପଡ଼ିଲେ ହଜାର ହଜାର ପଶୁପକ୍ଷୀ
ଦେଓଗାଁ: ଆଦିବାସୀମାନଙ୍କର ପ୍ରସିଦ୍ଧ ଶୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଣଜଙ୍ଗଲ ଘେରା ଖଇରଗୁରା ଓ କୁମୁରିଆରେ ଆୟୋଜନ କରାଯାଇଛି। ଏହି ଯାତ୍ରାମାନେ ଆଦିବାସୀ ସଂପ୍ରଦାୟର ଲୋକେ ଉତ୍ସାହିତ ଅଛନ୍ତି। ତେବେ ବ୍ୟାପକ ପୁଲିସ ମୁତୟନ ଥିଲେ ବି ହଜାର ହଜାର ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। ଶୁଲିଆ ପୀଠର ୨ଟି ମୁଖ୍ୟ ସ୍ଥାନ (ବଡ଼ଖଳା ଓ ସାନଖଳା)ରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ଦିଆଯାଉଛି। […]









