ତରଳାଯିବ ମହାପ୍ରଭୁଙ୍କ ଦାନ ରୁପା
ପୁରୀ : ଶ୍ରୀମନ୍ଦିରକୁ ଦାନରେ ମିଳିଥିବା ରୁପା ତରଳାଯିବ। ତରଳାଯାଇ ଏଥିରେ ରୁପାଛଡ଼ ତିଆରି କରାଯିବ। ଏଥିରୁ ରୁପା ଚାଦର ପ୍ରସ୍ତୁତ କରାଯାଇ ଏହାକୁ ଦକ୍ଷିଣୀ ଘରଦ୍ବାରରେ ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାକି ରୁପାରେ ଭୁବନେଶ୍ବରୀ ମନ୍ଦିର ଗର୍ଭଗୃହ କବାଟ, ସୂର୍ଯ୍ୟମନ୍ଦିର କବାଟ, କଳାହାଟ ଦ୍ବାର ଦୁଇପାର୍ଶ୍ବରେ ଥିବା କାନ୍ଥ, ବାହାର ଭଣ୍ଡାର ଘର କବାଟ ସହ ନୀଳମାଧବ ମନ୍ଦିର କବାଟରେ ରୁପା ଆଚ୍ଛାଦିତ କରାଯିବ। ଏହି ନିଷ୍ପତ୍ତି ଶ୍ରୀମନ୍ଦିର ଅର୍ଥ ସବ୍କମିଟି ଓ ଶ୍ରୀମନ୍ଦିର ପରିଚାଳନା […]









