ସମ୍ବଲପୁର ସଦର ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍ପି
ସମ୍ବଲପୁର ୪।୮: ସମ୍ବଲପୁର ସଦର ଥାନାରେ ଜଣେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତି ଏସପି ଏହାର ତଦନ୍ତ କରିବେ ବୋଲି ଏସପି ସୂଚନା ଦେଇଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ସଦର ଥାନାରେ ଜଣେ ନାବାଳକଙ୍କୁ ୬ ଦିନ ଧରି ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଥିଲା | ଜଣେ ଚଷମା ପିନ୍ଧା ଲେଡି ଅଫିସର […]