ଅପରାଧ ରାଜ୍ୟ

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସାନଖେମୁଣ୍ଡି, ୧୯/୧୦: ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।ଗୁରୁତର ମହିଳା ଜଣଙ୍କ ପରାଣ୍ଡି ପାତ୍ର ବୋଲି ସୂଚନା ମିଳିଥିବା ବେଳେ ତାଙ୍କୁ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କର ବାମ ହାତର କାନ୍ଧରେ ଗୁଳି ବାଜିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ସ୍ତ୍ରୀ ।

ଅପରାଧ ରାଜ୍ୟ

ପୋଲିସ୍‌କୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, କାନ୍ଥ କାଟି ଦୋକାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

କେନ୍ଦୁଝର ୧୯/୧୦: କେନ୍ଦୁଝରରେ ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ । ସହର ମଝିରେ ଥିବା ଏସପିଙ୍କ ଅଫିସ୍ ସମ୍ମୁଖରେ ମାତ୍ର ୧୦ ମିଟର ଦୂରରେ ଥିବା ସାଇରାମ ଜୁଏଲର୍ସରୁ କାନ୍ଥ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଦୁର୍ବୃତ୍ତମାନେ ସାଇରାମ ଜୁଏଲର୍ସର କାନ୍ଥ କାଟି ଡିସପ୍ଳେରେ ସଜା ହୋଇଥିବା ପ୍ରାୟ ୫୦୦ ଗ୍ରାମ ଓଜନର ସୁନା ଓ ୫ କେଜି ଓଜନର ରୂପା ଗହଣା ଲୁଟି ନେଇଛନ୍ତି । ଆଗକୁ ଧନତରାସ ଥିବାରୁ […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ହତ୍ୟା ଧମକ, ତିନି କାଠ ମାଫିଆଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର ୧୯।୧୦ : ମହଙ୍ଗା ପଡିଲା ହତ୍ୟା ଧମକ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦ୍ମପୁରା ଗାଁର ତିନି ଜଣ କାଠ ମାଫିଆଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ରଞ୍ଜନ ସେନା, ଅଙ୍ଗୁର ଜେନା, ପ୍ରତାପ ଜେନା ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ ୧୬ ତାରିଖ ଦିନ ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଅନ୍ତର୍ଗତ ବରମାଳ ବିଟ୍ ଅଧିନ ସଂରକ୍ଷିତ ଜଙ୍ଗଲରୁ କେତେକ କାଠ ମାଫିଆ ଗଛ କାଟୁଥିଲେ […]

ଅପରାଧ ରାଜ୍ୟ

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଜୀବନ ! ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର ୧୯।୧୦ : ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବିଂଝାରପୁର ଅଂଚଳର ରୋଗୀ ରବିନାରାୟଣ ଜେନା ୧୭ ତାରିଖ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ। ତେବେ ରୋଗୀ ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା। ସେଠାରେ ଗୋଟିଏ ଇଂଜେକସନ ଦେବା […]

ଅପରାଧ ରାଜ୍ୟ

ଜଗତପୁର ପୋଲିସକୁ ସଫଳତା, ବେଆଇନ ବାଣ ଜବତ ଓ ୬ ଅଟକ

ସାଲେପୁର ୧୯/୧୦: ବେଆଇନ ବାଣ ଜବତ । କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ବ୍ଲକ ପଦ୍ମପୁର, ତ୍ରିଲୋଚନପୁର,ମୁତାରିଫା, ଚପଂତ୍ତି ଅଞ୍ଚଳରୁ ବେଆଇନ ବାଣ ଜବତ କରିଛି ଜଗତପୁର ପୋଲିସ । ଏହି ଅଞ୍ଚଳରୁ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣଙ୍କୁ ଜଗତପୁର ପୋଲିସ ଅଟକ କରିଥିବା ଜଣାପଡିଛି । ଆଗକୁ ଦୀପାବଳି ଆସୁଥିବାରୁ ପୋଲିସ ଏବେଠାରୁ ଏହି ଅଂଚଳରେ ବେଆଇନ ବାଣ ଜବତ କରିବା ସହ ବାଣ ବେପାରୀଙ୍କୁ ମଧ୍ୟ ଗିରଫ […]

ଅପରାଧ ରାଜ୍ୟ

ବାପ ଘରକୁ ଚାଲିଗଲେ ସ୍ତ୍ରୀ, ବିରହରେ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା

ଦେବଗଡ଼ ୧୯।୧୦ : ସ୍ତ୍ରୀ ବିରହରେ ସ୍ୱାମୀଙ୍କ ଆତ୍ମହତ୍ୟା । ନିଜ ପେଟ କାଟି ଆତ୍ମହତ୍ୟା କରିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଗାଁର ସତ୍ୟବାନ ଦେହୁରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କଲା ଗାଁ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ ସତ୍ୟବାନ ଦେହୁରୀ ଗତ ପ୍ରାୟ ୪ ବର୍ଷ ପୂର୍ବେ ଝାଡଖଣ୍ଡ ରାଜ୍ୟ ଆନନ୍ଦପୁର ଗାଁର ଆରତୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ […]

ଅପରାଧ ରାଜ୍ୟ

ତାମିଲନାଡୁରେ ଦାଦନ ଶ୍ରମିକ ମୃତ, ପ୍ରଶାସନର ସହାୟତାରେ ଫେରିଲା ମୃତଦେହ

ବୌଦ୍ଧ ୧୯।୧୦ : ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ବୌଦ୍ଧ ସହରର ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ ତାମିଲନାଡୁରେ ଦାଦନ ଖଟିବାକୁ ଯାଇ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପ୍ରଶାସନ ସହାୟତାରେ ପୈତୃକ ଗ୍ରାମକୁ ଅରବାଜଙ୍କ ମୃତଦେହ ଫେରିଛି। ଖବର ଅନୁଯାୟୀ, ଖଦଲ ସାହିର ଯୁବକ ଫିରୋଜ ଅରବାଜ ଖାଁ କୋଏମ୍ବାଟୁରକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୧୫ ତାରିଖ ରାତିରେ ଅନ୍ନୁର ସହରରେ ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ମୃତଦେହ […]

ଅପରାଧ ରାଜ୍ୟ

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ୪ ସାଙ୍ଗ ଅଟକ

ରାଉରକେଲା ୧୯।୧୦ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଶୁଣ୍ଢୀକୋଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଣାଇ ଶୁଣ୍ଢୀ କୋଣ ଗାଁରେ ରହୁଥିବା ରାଜେଶ କୁମାର ସାହୁ ମଙ୍ଗଳବାର ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ପୋଡିଦେଲେ ବାଇକ ଓ ସାଇକେଲ

ଭଦ୍ରକ ୧୯/୧୦: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ଅଧୀନ ମଞ୍ଜୁରୀ ରୋଡ ଅଞ୍ଚଳର ଘଟିଛି ଅଭାବନୀୟ ଘଟଣା । ୩ ମୋଟର ସାଇକେଲ ସହ ୫ ସାଇକେଲ ସହ ଅନ୍ୟାନ୍ୟ ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଭଗବାନ ଖଣ୍ଡେଇଙ୍କ ଘରେ ବାହାରେ ଥିବା ୩ଟି ବାଇକ୍ ଓ ୫ଟି ସାଇକେଲ ଜଳିଯାଇଛି […]

ଅପରାଧ ରାଜ୍ୟ

ବିଳମ୍ବିତ ରାତିରେ ଭୁଜାଲି ମାଡ, ଜଣେ ଗୁରୁତର

ବାରିପଦା ୧୮/୧୦: ବାରିପଦା ପୋଡାଅସ୍ତିଆ ଠାରେ କରମନାଚ ହେଉଥିବା ସମୟରେ ୪୨ ବର୍ଷୀୟା ଗଣେଶ ସିଂ ନାମକ ଜଣେ ଯୁବକଙ୍କୁ ଭୁଜାଲି ମାଡ କରିଥିଲେ ଦିଲ୍ଲୀପ ସିଂ । ଘଟଣା ସ୍ଥଳରେ ସେ ଗୁରୁତର ହେବାରୁ ତାଙ୍କୁ ବିଳମ୍ୱିତ ରାତିରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଭିଯୁକ୍ତ ଦିଲ୍ଲୀପ ସିଂ ନିଶାଶକ୍ତ ଅବସ୍ଥାରେ କରମନାଚ ସମୟରେ ଗଣ୍ଡଗୋଳ କରୁଥିବା ବେଳେ ତାଙ୍କୁ ଗ୍ରାମବାସୀ ମାନେ ଅଟକାଇଥିଲେ । ଏହି […]