ବାରିପଦା ୧୮/୧୦: ବାରିପଦା ପୋଡାଅସ୍ତିଆ ଠାରେ କରମନାଚ ହେଉଥିବା ସମୟରେ ୪୨ ବର୍ଷୀୟା ଗଣେଶ ସିଂ ନାମକ ଜଣେ ଯୁବକଙ୍କୁ ଭୁଜାଲି ମାଡ କରିଥିଲେ ଦିଲ୍ଲୀପ ସିଂ । ଘଟଣା ସ୍ଥଳରେ ସେ ଗୁରୁତର ହେବାରୁ ତାଙ୍କୁ ବିଳମ୍ୱିତ ରାତିରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଭିଯୁକ୍ତ ଦିଲ୍ଲୀପ ସିଂ ନିଶାଶକ୍ତ ଅବସ୍ଥାରେ କରମନାଚ ସମୟରେ ଗଣ୍ଡଗୋଳ କରୁଥିବା ବେଳେ ତାଙ୍କୁ ଗ୍ରାମବାସୀ ମାନେ ଅଟକାଇଥିଲେ ।
ଏହି ଘଟଣା ପରେ ଅଭିଯୁକ୍ତ ଦିଲ୍ଲୀପ ସିଂ ରାଗ ରଖି ରାସ୍ତା ପାଖରେ ଥିବା ଲଟାଝାଡି ଭିତରେ ଭୁଜାଲି ଧରି ଲୁଚି ରହିଥିଲେ । ସେହି ବାଟଦେଇ ୪୨ ବର୍ଷୀୟା ଗଣେଶ ସିଂ ଯାଉଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ । ଏବେ ଗଣେଶ ସିଂଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଗ୍ରାମବାସୀ ମାନେ ଅଭିଯୁକ୍ତ ଦିଲ୍ଲୀପ ସିଂଙ୍କ ନାମରେ ଥାନରେ ଏକ ଏଫ.ଆଇ.ଆର. ଦେଇଛନ୍ତି । ଅଭିଯୁକ୍ତ ଦିଲ୍ଲୀପ ସିଂ ଫେରାର ଥିବା ଜଣାପଡିଛି ।