ଦକ୍ଷିଣ ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ; ୯ ମୃତ ୪୭ ଆହତ
ନୂଆଦିଲ୍ଲୀ: ଦକ୍ଷିଣ ସୋମାଲିଆର କିସମାୟୋ ଠାରେ ଏକ ହୋଟେଲ୍ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭ ଆହତ ହୋଇଛନ୍ତି। ଅଲ ଶାହାବାବ ଇସ୍ଲାମ ଗ୍ରୁପ୍ ଏହି ଆକ୍ରମଣ କରିଛି ବୋଲି ଉକ୍ତ ଅଞ୍ଚଳର ସୁରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଇ କିଛିଦିନ ତଳେ ଅଲ୍କାଏଦା ଆତଙ୍କବାଦୀ ସଂଗଠନ ରାଜଧାନୀ ମୋଗାଦିଶୁକୁ ଉପରେ ଆକ୍ରମଣ କରିଥିଲେ। ପୁଣି ସ୍ଥିତି ସାମାନ୍ୟ ହେବା ପରେ ଆଉ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି। […]