ଯଶୀପୁର BDOଙ୍କ ମନମାନି, ଆର୍ଟିଆଇ ତଥ୍ୟ ଆଧାରରେ ଅଭିଯୋଗ ଆଣିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା
କରଞ୍ଜିଆ, ୧୬/୧୧: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକରେ ଦୁର୍ନୀତି ପିଛା ଛାଡ଼ୁନି । ବିଗତ ଦିନରେ ମହାଦୁର୍ନୀତି ପାଇଁ ସାରା ଓଡ଼ିଶାରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଚର୍ଚ୍ଚାର ବିଷୟ ପାଲଟିଥିଲା । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶିମିଳିପାଳର ପାଞ୍ଚଟି ପଞ୍ଚାୟତରେ ୩ କୋଟି ୨୧ ଲକ୍ଷ ଟଙ୍କାର ମହାଦୁର୍ନୀତିରେ ୨୫ ଜଣଙ୍କ ନାମରେ ଯଶୀପୁର ଥାନାର ମାମଲା ରୁଜ୍ଜୁ ହୋଇଥିଲା । ଏହି ଦୁର୍ନୀତିରେ ୨ ସରପଞ୍ଚ, ୩ ପଞ୍ଚାୟତ ନିର୍ବାହୀ […]









