ବ୍ରିଟେନ୍ରେ ମୋଦି ମ୍ୟାଜିକ୍, ଋଷିଙ୍କ ସହ ସାକ୍ଷାତର କିିଛି ସମୟ ପରେ ଭାରତୀୟଙ୍କ ପାଇଁ ଘୋଷଣା ହେଲା ନୂଆ ସ୍କିମ୍
ନୂଆଦିଲ୍ଲୀ, ୧୬/୧୧: ବ୍ରିଟେନ୍ରେ କାମ କରିଛି ମୋଦି ମ୍ୟାଜିକ୍ । ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ପରିବାରଙ୍କୁ ଲଣ୍ଡନରେ କାମ କରିବା ପାଇଁ ୩ ହଜାର ଭିସା ମଞ୍ଜୁରୀ ପାଇଁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି । ବ୍ରିଟିସ୍ ସରକାର ଏନେଇ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ଏହି ଯୋଜନାରେ ଲାଭାନ୍ୱିତ ହେବ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ବ୍ରିଟେନ୍-ଭାରତ ୟଙ୍ଗ୍ ଫ୍ରଫେସିଓନାଲ୍ ସ୍କିମ୍ର ଆରମ୍ଭ କରାଯାଇଛି । […]









