ଓଡ଼ିଶାକୁ ମିଳୁନାହାନ୍ତି ‘ନି-କ୍ଷୟ ମିତ୍ର’
ଭୁବନେଶ୍ବର : ଯକ୍ଷ୍ମା ରୋଗୀମାନଙ୍କୁ ଗୋଷ୍ଠୀସ୍ତରରେ ସହାୟତା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଡିଜିଟାଲ ପ୍ଲାଟଫର୍ମ ନି-କ୍ଷୟ। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ(ଏନ୍ଟିଇପି) ଅଧୀନରେ ଏହା କାର୍ଯ୍ୟ କରୁଥିବା ବେଳେ ‘ନି-କ୍ଷୟ ମିତ୍ର’ ପଞ୍ଜୀକରଣରେ ଓଡ଼ିଶାରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ। କର୍ପୋରେଟ୍ ସଂସ୍ଥା କି ରାଜନୈତିକ ବ୍ୟକ୍ତିବିଶେଷ ଏଥିପାଇଁ ନିଜଆଡ଼ୁ ଆଗ୍ରହ ଦେଖାଉ ନାହାନ୍ତି। ଗତ ଅକ୍ଟୋବର ୧୫ତାରିଖ ସୁଦ୍ଧା ରାଜ୍ୟରେ ୬୯ଜଣ ସଂସ୍ଥା/ବ୍ୟକ୍ତି ଯକ୍ଷ୍ମା ରୋଗୀଙ୍କୁ ସହାୟତା ଯୋଗାଇଦେବା ଲାଗି ପଞ୍ଜୀକରଣ […]









