ମଧ୍ୟାହ୍ନ ଭୋଜନ: ଲୁଣ ବଦଳରେ ଡିଟରଜେଣ୍ଟ୍! ଅଳ୍ପକେ ବର୍ତ୍ତିଲେ ୨ ଶହ ପିଲା
ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ମାରଡ଼ା ସରକାରୀ ଉପ୍ରା ବିଦ୍ୟାଳୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ଡାଲ୍ମାରେ ରୋଷେୟା ଲୁଣ ବଦଳରେ ଡିଟରଜେଣ୍ଟ୍ ପାଉଡର୍ ପକାଇ ଦେଇଥିଲେ। ପିଲାଙ୍କୁ ଖାଦ୍ୟ ପରସା ଯିବାସମୟରେ ଡାଲ୍ମାରୁ ଗନ୍ଧ ଆସିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କୁ ଖାଇବାକୁ ବାରଣ କରିଥିଲେ। ସେହି ଖାଦ୍ୟକୁ ଫିଙ୍ଗି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ୍ ଦିଆଯାଇଥିଲା। କିନ୍ତୁ, ଛାନ୍ଭିନ୍ରୁ ଡାଲ୍ମାରେ ଡିଟର୍ଜେଣ୍ଟ୍ ପଡ଼ିଥିବା ସ୍ପଷ୍ଟ ହୋଇଥିଲା। […]









