ବାଲିଯାତ୍ରାରେ ୩୦ ଲକ୍ଷର ପାସ୍ କେଳେଙ୍କାରୀ!
କଟକ : ବାଲିଯାତ୍ରାରେ ଏଥର ଦୋଳି ପାସ୍ରେ ବଡ଼ଧରଣର କେଳେଙ୍କାରୀ ହୋଇଛି। କଟକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଦୋଳି ପାସ୍ ଜାଲିଆତି ହୋଇ ବିକ୍ରି ହୋଇଛି। ପାଖାପାଖି ୧୦ ହଜାର ପାସ୍ ଜାଲିଆତି ହୋଇଛି। ଏହାଦ୍ବାରା ବାଲିଯାତ୍ରାରେ ଦୋଳି ବ୍ୟବସାୟ କରିଥିବା ସଂସ୍ଥାଗୁଡ଼ିକ ପ୍ରାୟ ୩୦ ଲକ୍ଷ ଟଙ୍କା କ୍ଷତି ସହିଥିବା ଦୋଳି ବ୍ୟବସାୟୀ ସଂଘ ଅଭିଯୋଗ କରିଛି। ଏ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିଥିବା […]









