କଟକ ୨୬/୧୧: ଏସ୍ ସିଵି ମେଡିକାଲ କଲେଜରେ ରୋଗୀ ସେଵାର ଅଭାଵନୀୟ ଦୃଶ୍ୟ । କାଖେଇ,କାନ୍ଧେଇ ରୋଗୀ ଵୋହୁଛନ୍ତି ସମ୍ପର୍କୀୟ । କିନ୍ତୁ ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ। ରୋଗୀଙ୍କୁ ଗୋଟିଏ ଓ୍ୱାର୍ଡରୁ ଆଉ ଗୋଟିଏ ଓ୍ୱାର୍ଡକୁ ଵୋହି ନେଉଛନ୍ତି ସମ୍ପର୍କୀୟ । କାଖେଇ, କାନ୍ଧେଇ ସମ୍ପର୍କୀୟ ମାନେ ରୋଗୀଙ୍କୁ ଓ୍ୱାର୍ଡରୁ ଓ୍ୱାର୍ଡକୁ ଓ ଵିଭିନ୍ନ ପରୀକ୍ଷା ପାଇଁ ନେଇ ଯାଉଛନ୍ତି ।
ସେପଟେ କିନ୍ତୁ ରୋଗୀଙ୍କ ପାଇଁ ଥିବା ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ । ରୋଗୀଙ୍କ ପାଇଁ ଥିବା ଷ୍ଟ୍ରେଚରରେ ଏସ୍ ସି ଵି କର୍ମଚାରୀ ମାନେ ଵିନା ସଙ୍କୋଚରେ ମେଡିସିନ ନେଉଛନ୍ତି।ପଚାରିଲେ କିନ୍ତୁ ପାଟି ଫିଟୁନି କର୍ମଚାରୀଙ୍କର । ସେପଟେ ଏସ୍ ସି ଵି ଜରୁରୀକାଳୀନ ଅଧିକାରୀ କହୁଛନ୍ତି ଋ ସମ୍ପର୍କରେ ସେ ଅଵଗତ ନାହାଁନ୍ତି । ପ୍ରତି ଵିଭାଗକୁ ପର୍ଯ୍ୟାପ୍ତ ପରିମାଣରେ ଷ୍ଟ୍ରେଚର ଦିଆଯାଇଛି । ଏହା ସହ ଵ୍ୟାଟୃରୀ ଗାଡି ମଧ୍ୟ ରହିଛି । ଯଦି ଷ୍ଟ୍ରେଚର ରୋଗୀଙ୍କ କାମରେ ନଆସି, ମେଡିସିନ ଵୋହିଵା କାମରେ ଲାଗୁଛି, ତେଵେ ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ଵୋଲି କହିଛନ୍ତି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁଵନାନନ୍ଦ ମହାରଣା ।