କିଛି ସମୟ ପରେ ଦକ୍ଷିଣ ଭାରତରେ ସ୍ଥଳଭାଗ ଛୁଇଁବ ବାତ୍ୟା ମାଣ୍ଡୁସ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ
ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଏଥିପାଇଁ ଏହି ସବୁ ଅଞ୍ଚଳରେ ହାଇଆଲର୍ଟ ଜାରି ରହିଛି । ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଡିପ ଡିପ୍ରେସନରେ […]









